ହଷ୍ଟେଲରେ ଆଦିବାସୀ ଛାତ୍ରୀଙ୍କୁ ସ୍କୁଲ ପିଅନର ଅସଦାଚରଣ; ପ୍ରଧାନ ଶିକ୍ଷକ ଓ ପିଅନକୁ ନିସ୍ତୁକ ପିଟିଲେ ଅଭିଭାବକ, ପୋଲିସ କଲା ଉଦ୍ଧାର

Published By : Prameya-News7 Bureau | December 03, 2018 IST

ବେତନଟୀ ୩/୧୨ : ବୌଶିଙ୍ଗା ଥାନା ହାତୀପତୁକାରେ ଥିବା ପଞ୍ଚପଲ୍ଲୀ ଉଚ୍ଚବିଦ୍ୟାଳୟର ଆଦିବାସୀ ଛାତ୍ରୀନିବାସର ଛାତ୍ରୀକୁ ସ୍କୁଲ ପିଅନ ରବି ସାହୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା | ବିଦ୍ୟାଳୟ ସମ୍ମୁଖ ରାସ୍ତାରେ ନିଆଁ ଲଗାଇ ରାସ୍ତା ଅବରୋଧ କରି ଧାରଣାରେ ବସିଲେ ଉତ୍ୟକ୍ତ ଜନସାଧାରଣ । ସ୍କୁଲ ପିଅନ ଓ ପ୍ରଧାନ ଶିକ୍ଷକଙ୍କୁ ନିସ୍ତୁକ ମାଡ଼ ମଧ୍ୟ ମାରିଥିଲେ । ଘଟଣାସ୍ଥଳରେ ବୌଶିଙ୍ଗା ପୋଲିସ ପହଞ୍ଚି ପିଅନକୁ ଉଦ୍ଧାର କରି ଥାନାକୁ ନେଇଛି । ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.