ବିଚ୍ଛିନାଞ୍ଚଳରେ ପୁଣି ତେଜିଲା ଆଦିବାସୀ ବିକାଶ ମଞ୍ଚର ଆନ୍ଦେ।ଳନ

Published By : Prameya-News7 Bureau | December 18, 2019 IST

ମାଲକାନଗିରି  ୧୮/୧୨: ପୁଣି ବିଚ୍ଛିନାଞ୍ଚଳରେ ତେଜିଲା ଆଦିବାସୀ ବିକାଶ ମଞ୍ଚର ଆନ୍ଦେ।ଳନ । ହନ୍ତାଳଗୁଡା ସ୍ଥିତ ବିଏସ୍ଏଫ୍ କ୍ୟାମ୍ପ ପ୍ରତିଷ୍ଠାକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶହ ଶହ ଆଦିବାସୀ । ହନ୍ତାଳଗୁଡା ବିଏସଏଫ କ୍ୟାମ୍ପ ପ୍ରତ୍ୟାହାର ସହ ୪ଟି ପଞ୍ଚାୟତକୁ ମୁଖ୍ୟ ସ୍ରେ।ତରେ ସାମିଲ କରିବାକୁ ଦାବି ରଖିଛି ମଞ୍ଚ ।

ହାତରେ ପ୍ଲାକାର୍ଡ । ମୁହଁରେ ସରକାର ବିରେ।ଧୀ ନାରା ।ଏକାଠି ହେ।ଇଛନ୍ତି ହଜାର ହଜାର ଆଦିବାସୀ । ଏହି ଦୃଶ୍ୟ ହେଉଛି ମାଲକାନଗିରି ଜିଲ୍ଲା ଚିତ୍ରୋକୋଣ୍ଡା ଜଳଭଣ୍ଡାର ଅପର ପାର୍ଶ୍ଵର ।ହନ୍ତାଳଗୁଡା ସ୍ଥିତ ବିଏସ୍ଏଫ୍ କ୍ୟାମ୍ପ ପ୍ରତିଷ୍ଠାକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛି ଆଦିବାସୀ ବିକାଶ ମଞ୍ଚ । ଯୋଡ଼ାଆମ୍ବ ଠାରୁ ହଜାର ହଜାର ପୁରୁଷ ଓ ମହିଳା ରାଲି କରି ପୋଲିସ ବିରୋଧରେ ନାରାବାଜି କରିଛନ୍ତି । ତୁରନ୍ତ କ୍ୟାମ୍ପ ପ୍ରତ୍ୟାହାର କରିବା ସହ ରାସ୍ତା କାମ ବନ୍ଦ କରିବାକୁ ଦାବି ହେ।ଇଛି ।ଏଥି ସହ ନିରୀହ ଆଦିବାସୀଙ୍କ ପ୍ରତି ପୋଲିସ ଜୁଲମ, ସାଧାରଣ ଲୋକଙ୍କୁ ମାଓବାଦୀ ନାଁରେ ଗିରଫଦାରୀ, ସ୍ବାସ୍ଥ୍ୟ, ଶିକ୍ଷା, ଗମନା ଗମନ ପାଇଁ ପକ୍କା ରାସ୍ତା, ପାନୀୟ ଜଳ, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ଦେବାକୁ ଦାବି କରିଛି ଆଦିବାସୀ ବିକାଶ ମଞ୍ଚ ।

ପୂର୍ବରୁ ୩୧ ଦଫା ଦାବି ନେଇ ବିଛିନ୍ନାଞ୍ଚଳ ବାସୀ ବାରମ୍ବାର ଆନ୍ଦୋଳନ କରି ଆସୁଥିଲେ ସୁଦ୍ଧା ସରକାର ସେମାନଙ୍କ ଦାବି ପୂରଣ କରୁନାହାନ୍ତି । ଓଲଟି ନିରିହ ଆଦିବାସୀଙ୍କୁ ନକ୍ସଲ ଆଖ୍ୟା ଦେଇ ହତ୍ୟା କରାଯାଉଛି ବୋଲି ଅଭିଯେ।ଗ କରିଛନ୍ତି ବିଛିନ୍ନାଞ୍ଚଳର ଆଦିବାସୀ ଲୋକେ । ସରକାର ଆଦିବାସୀଙ୍କ ମୌଳିକ ଅଧିକାର ପ୍ରତି ଦୃଷ୍ଟି ନଦେଲେ ପରିଣତି ଭୟା ବହ ହେବ ବୋଲି ଧମକ ଦେଇଛନ୍ତି । ଅନ୍ୟପଟେ ଏନେଇ ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ ।

{"id":199351,"sizeSlug":"large"}

ବହୁ ପ୍ରତିକ୍ଷୀତ ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପରେ ଉପକୃତ ହେ।ଇଛନ୍ତି ଚିତ୍ରକେ।ଣ୍ଡାବାସୀ । କିନ୍ତୁ ଏବେବି ମୁଖ୍ୟ ସ୍ରେ।ତରେ ସାମିଲ ହେ।ଇପାରିନାହାନ୍ତି ହଜାର ହଜାର ଲେ।କ ।ତେଣୁ କେବେ ଆଦିବାସୀମାନେ ମୌଳିକ ସୁବିଧା ପାଇବେ ତାକୁ ହିଁ ଅପେକ୍ଷା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.