Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ବିଧାୟକଙ୍କ ବିରୋଧରେ ଆଦିବାସୀ ମେଳି: ପୋଲିସ ସହିତ ମୁହାଁ ମୁହିଁ ହେଲେ ଆଦିବାସୀ କଲ୍ୟାଣ ସଂଙ୍ଘ

12/06/2019 at 6:56 PM

ବଲାଙ୍ଗୀର୧୨/୬: ପାଟଣାଗଡ଼ ଜେଇଙ୍କୁ ବିଧାୟକଙ୍କ ଉଠବସ ଘଟଣା ଧିରେ ଧିରେ ଜଟିଳ ହେବାରେ ଲାଗିଛି। ଘଟଣାକୁ ନେଇ ରାଜନୀତିର ବି ରୁଟି ସେକା ଚାଲିଛି।  ଆଜି ବଲାଙ୍ଗୀର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଙ୍ଘ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପସିବା ବେଳେ ପୋଲିସ ସହିତ ମୁହାଁ ମୁହିଁ ହୋଇଛି।   ସେପଟେ ସାମ୍ବାଦିକ ସମ୍ମିଳନୀ ଡାକି ବିଧାୟକ ଦୁଃଖ ପ୍ରକାଶ କରିଛନ୍ତି। ସେହିପରି ରାସ୍ତା କାମର ମାନ ଜାଞ୍ଚ ପାଇଁ ବଲାଙ୍ଗିରରେ ପହଞ୍ଚିଲା ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ଟିମ।

ବିଧାୟକଙ୍କ ବିରୋଧରେ ଆଦିବାସୀ ମେଳି । ପାରମ୍ପାରିକ ଅସ୍ତ୍ର ଶସ୍ତ୍ରରେ ସଜ୍ଜିତ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଜିଲ୍ଳାପାଳଙ୍କ ଅଫିସ ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ ଆଦିବାସୀ । ଏହି ସମୟରେ ପୋଲିସ ସହିତ ମୁହାଁମୁହିଁ ହୋଇଥିଲେ। ବେଶ୍‌ କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ଚାଲିଥିଲା। ଦେଖନ୍ତୁ ଏ ଦୃଶ୍ୟଙ୍କୁ ଏହି ଧସ୍ତାଧସ୍ତି ଭିତରେ ଜଣେ ପୋଲିସ ଅଧିକାରୀଙ୍କୁ କେମିତି ଘେରିଯାଇଛନ୍ତି ଆଦିବାସୀ। ବଲାଙ୍ଗିର ବିଧାୟକ ଆଦିବାସୀ ସଂପ୍ରଦାୟର ଜୁନିୟର ଇଞ୍ଜିନିୟରଙ୍କୁ ଉଠବସ କରାଇବା ପ୍ରତିବାଦରେ ବଲାଙ୍ଗୀର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଙ୍ଘ ଅଧୀନରେ ଏକାଠି ହୋଇଥିଲେ ଆଦିବାସୀ। କାହିଁକି ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ଏହା ବିରୋଧରେ  ଶକ୍ତି ପ୍ରଦର୍ଶନ କରିଥିଲେ। ଯେଉଁସମୟରେ ପୋଲିସ ଓ ଆଦିବାସୀଙ୍କ ମଧ୍ୟରେ ଧସ୍ତାଧସ୍ତି ଚାଲିଥିଲା। ପରେ ସଂଙ୍ଘର ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ୨୪ ଘଣ୍ଟା ଭିତରେ କାର୍ଯ୍ୟାନୂଷ୍ଠାନ ପାଇଁ  ଦାବି କରିଥିଲା ।

ଆଦିବାସୀଙ୍କ ଆନ୍ଦୋଳନକୁ ସମର୍ଥନ କରୁଛି ବିଜେପି।  ସାଂସଦ ସଂଗୀତ ସିଂହଦେଓ ମଧ୍ୟ ବିଧାୟକଙ୍କ ଗିରଫ ଦାବି କରିଛନ୍ତି। ସେପଟେ ଘଟଣାକୁ ନେଇ ବିବାଦ ବଢୁଥିବା ଦେଖି ଆଜି ସାମ୍ବାଦିକ ସମ୍ମିଳନୀ ଡାକି ସଫେଇ ଦେଇଥିଲେ ବିଧାୟକ ସରୋଜ ମେହେର। ଆଦିବାସିଙ୍କୁ ବହୁତ ସମ୍ମାନ ଦିଏ ବୋଲି କହିଛନ୍ତି।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ରାସ୍ତା କାମର ମାନ ଯାଞ୍ଚ କରିବା ପାଇଁ ବଲାଙ୍ଗୀରରେ ପହଞ୍ଚିଥିଲା ଏକ ସ୍ବତନ୍ତ୍ର କମିଟି। ପାଟଣାଗଡ ଓ କଣ୍ଟାବାଞ୍ଜିରେ ହୋଇଥିବା ରାସ୍ତାକାମର ସାମ୍ପୁଲ ସଂଗ୍ରହ କରିଛି। ସେପଟେ ଘଟଣା ର ତଦନ୍ତ ରିପୋର୍ଟ ସରକାରଙ୍କୁ ପଠାଇ ଦିଆଯାଇଛି। ଦୋଷୀଙ୍କ ବିରୋଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବଲାଙ୍ଗିର ଜିଲ୍ଲାପାଳ ।

ଘଟଣାକୁ ନେଇ ଧିରେ ଧିରେ ରାଜନୀତି ବଢୁଛି ।ସେପଟେ ବିଧାୟକଙ୍କ ସପକ୍ଷରେ ଓବିସି ସଂଘ ବାହାରିଛି। ପାଟଣାଗଡ଼ ଘଟଣାର ରାଜନୀତିର ହଟପିକ ହୋଇଛି।

   Related Posts