ତ୍ରିକୋଣୀୟ ପ୍ରେମରୁ ନୃଶଂସା ହତ୍ୟା ! ବୁଢ଼ାବଳଙ୍ଗ ନଦୀପଠାରୁ ମିଳିଲା ଯୁବକଙ୍କ ମୃତଦେହ, ୨ ଗିରଫ

Published By : Prameya-News7 Bureau | May 14, 2020 IST

ବାଲେଶ୍ବର୧୪/୫: ଲକ୍‌ଡାଉନରେ ହତ୍ୟା। ପୁଣି ପ୍ରେମକୁ ନେଇ ହତ୍ୟାକାଣ୍ଡ ଘଟିଛି । ତ୍ରୀକୋଣୀୟ ପ୍ରେମକୁ ନେଇ ବାଲେଶ୍ୱର ସହରର ଚୁନ ଭାଟି ନିକଟରେ ଘଟିଛି ଏକ ବିଭତ୍ସ ହତ୍ୟାକାଣ୍ଡ । ଏହି ହତ୍ୟାର ପର୍ଦ୍ଦାଫାଶ କରିଛି ସହଦେବଖୁଣ୍ଟା ଥାନା ପୋଲିସ । ମୃତକ ହେଉଛନ୍ତି ବିଜୟ କୃଷ୍ଣ ଗିରି , ତାଙ୍କ ଘର ଗୋଶାଳା ଗାଁରେ । ସେ ଦୁଇ ଦିନ ପୂର୍ବରୁ ନିଖୋଜ ହୋଇଯାଇଥିଲେ । ଆଉ ଗତକାଲି ସଂଧ୍ୟାରେ ତାଙ୍କ କ୍ଷତାକ୍ତ ମୃତ ଦେହକୁ ବୁଢାବଳଙ୍ଗ ନଦୀ ପଠାରୁ ଉଦ୍ଧାର କରାଯାଇଥିଲା । ମୃତଦେହ ଦେଖିବା ପରେ ପୋଲିସ ହତ୍ୟା ସନ୍ଦେହ କରୁଥିଲା । ଆଉ ଆଜି ସେହି ହତ୍ୟାକାଣ୍ଡ ଭିଆଇଥିବା ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଦୁଇ ଅଭିଯୁକ୍ତ ହେଲେ ରୋହିତ ସେନ୍ ଓ କ୍ରୀଷ୍ଣ ସେଠୀ । ଅଭିଯୁକ୍ତ ରୋହିତ ସେନ ଓ ମୃତକ ବିଜୟ କୃଷ୍ଣ ଗୋଟିଏ ଝିଅକୁ ଭଲ ପାଉଥିଲେ , ଏହି ଲଭ ହେଉଛି ହତ୍ୟାର କାରଣ ବୋଲି ପୋଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.