Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

କଳାହାଣ୍ଡି ଲୋକସଭା: ଭକ୍ତ, ବସନ୍ତ ଓ ପୁଷ୍ପେନ୍ଦ୍ରଙ୍କ ଭିତରେ ଲଢେଇ, ବିଜେଡି –ବିଜେପି ପାଇଁ ବିଦ୍ରୋହୀ ସମସ୍ୟା…

23/03/2019 at 6:36 PM

ଭବାନୀପାଟଣା୨୩|୩(ମହମ୍ମଦ ଅସଲମ ): ଓଡିଶାର ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି ଜିଲ୍ଲାରେ ଏପ୍ରିଲ ୧୧ ତାରିଖ ସାଧାରଣ ନିର୍ବ।ଚନ ପାଇଁ ଭୋଟ ଗ୍ରହଣ କରାଯିବ । ହେଲେ ଆଶାୟୀ ପ୍ରାର୍ଥୀଙ୍କ ଦଳ ବଦଳ ତଥା ବିଦ୍ରୋହ ଭୟରେ ପ୍ରାର୍ଥୀ ଚୟନ ବିଳମ୍ବରେ ଚୂଡାନ୍ତ ହୋଇଛି । ପୁର୍ବରୁ କଂଗ୍ରେସ ବରିଷ୍ଠ ନେତା ଭକ୍ତ ଚରଣ ଦାସ ଓ ବିଜେଡି ପୁଷ୍ପେନ୍ଦ୍ର ସିଂଦେଓଙ୍କୁ କଳାହାଣ୍ଡି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ବିଜେପି ବସନ୍ତ ପଣ୍ଡା ଙ୍କୁ ଲୋକସଭା ପ୍ରାର୍ଥୀ ଭାବେ ଚୂଡାନ୍ତ କରିଛି । 

ତିନିଟି ପ୍ରମୁଖ ଦଳ ପ୍ରର୍ଥୀ ଘୋଷଣା କରିବା ପରେ ୨୦୧୯ ସାଧାରଣ ନିର୍ବ।ଚନ ପାଇଁ ପ୍ରାର୍ଥିତ୍ବ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାରେ ପୁର୍ଣଚ୍ଛେଦ ପଡିଛି । ବିଜେପିରୁ ବସନ୍ତ ପଣ୍ଡା , ବିଜେଡିରୁ ପୁଷ୍ପେନ୍ଦ୍ର ସିଂଦେଓ ଏବଂ କଂଗ୍ରେସରୁ ଭକ୍ତ ଚରଣ ଦାସ ମଇଦାନକୁ ଓଲ୍ଲାଇଛନ୍ତି ।

ବିଜେପି ୨୦୧୪ ଏମପି ପ୍ରାର୍ଥୀ ପ୍ରଦୀପ୍ତ ନାଏକ ଙ୍କ ଟିକେଟ କାଟି ରାଜ୍ୟ ସଭାପତି ତଥା ନୂଆପଡା ବିଧାୟକ ବସନ୍ତ ପଣ୍ଡା ଙ୍କ ଉପରେ ଭରଷା ଦେଖାଇଥିବା ବଳେ ବିଜେଡି ୨୦୧୪ ବିଜୟୀ ସାଂସଦ ଅର୍କ କେଶରୀ ଦେଓ ଙ୍କ ଟିକେଟ କାଟି ପୁର୍ବତନ ମନ୍ତ୍ରୀ ତଥା ଧର୍ମଗଡ ବିଧାୟକ ପୁଷ୍ପେନ୍ଦ୍ର ସିଂଦେଓ ଉପରେ ଭରଷା ଦେଖାଇଛି । ବିଜେଡି ଓ ବିଜେପି  ନୁଆଁ ମୁହଁ କୁ ନେଇ ଗୋଟି ଚାଳନା କରିଥିବା ବଳେ କଂଗ୍ରେସ ପୁର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଳାହାଣ୍ଡି ର ଭେଟରାନ ଲିଡର ଭକ୍ତ ଚରଣ ଦାସଙ୍କୁ ରିପିଟ କରିଛି । ତିନି ପ୍ରମୁଖ ପ୍ରାର୍ଥୀ ନିଜ ନିଜ ବିଜୟକୁ ନେଇ ଦାବୀ କରୁଛନ୍ତି । ପ୍ରଥମ ଥର ଲୋକସଭା ଲଢୁଥିବା ବିଜେପି ପ୍ରାର୍ଥୀ ଙ୍କୁ ମୋଦୀ ଓ ବିଜେଡି ପ୍ରାର୍ଥୀ ଙ୍କୁ ନବୀନ ଭରଷା ରହିଥିବା ବଳେ ଲୋକସଭା ନିର୍ବ।ଚନ ର ଢେର ଅଭିଜ୍ଞତା ରହିଥିବା କଂଗ୍ରେସ ପ୍ରାର୍ଥୀ ଭକ୍ତ ଦାସ କଂଗ୍ରେସର ଛତିଶଗଡ ବିଜୟ ହାୱାକୁ ଭରଷା କରିଛନ୍ତି ।

କଳାହାଣ୍ଡି ଲୋକସଭା ଆସନ ନୂଆପଡା ଜିଲ୍ଲା ର ଦୁଇଟି ବିଧାନସଭା ଖଡିଆଳ , ନୁଆପଡା ଓ କଳାହାଣ୍ଡି ଜିଲ୍ଲା ପାଂଚ ଗୋଟି ବିଧାନସଭା ଭବାନୀପାଟଣା , ଧର୍ମଗଡ , ଜୁନାଗଡ , ନର୍ଲ। , ଲା଼୍ଂଜିଗଡକୁ ନେଇ ଗଠିତ ।୨୦୦୯ ଓ ୨୦୧୪ ସାଧାରଣ ନିର୍ବ।ଚନରେ ଏହି ସାତ ଗୋଟି ନିର୍ବ।ଚନ ମଣ୍ଡଳୀ ରୁ ୪ ଗୋଟି ବିଧାନସଭା ମଣ୍ଡଳୀ ଯେଉଁ ଦଳ ସପକ୍ଷ ରେ ଯାଇଥିଲା ସେହି ଦଳ ନିକଟ ରେ ସାଂସଦ ପଦବୀ ରହିଥିଲା । ୨୦୦୯ ରେ କଂଗ୍ରେସ ୪ଟି ବିଧାନସଭା ଆସନରେ ବିଜୟୀ ହୋଇଥିବା ବେଳେ ଭକ୍ତ ଚରଣ ଦାସ ସାଂସଦ ଭାବେ ବିଜୟୀ ହୋଇଥିଲେ ।୨୦୧୪ରେ ବିଜେଡି ୫ଟି ବିଧାନସଭା ଆକ୍ତିଆର କରିବା ସହ ଦଳର ପ୍ରର୍ଥୀ  ଅର୍କ କେଶରୀ ସାଂସଦ ହୋଇଥିଲେ । ଏଣୁ ଚଳିତ ନିର୍ବ।ଚନ ରେ ମଧ୍ୟ ୭ଟି ବିଧାନସଭା ଆସନରର ଫଳାଫଳ  ସିଧାସଳଖ ଲୋକସଭା ନିର୍ବ।ଚନ ଫଳାଫଳ ଉପରେ ପ୍ରଭାବ ପକାଇବ । 

   Related Posts