କଟକ ଲୋକସଭା : ଏଥର ଲଢେଇ ଅଭିଜ୍ଞ-ବରିଷ୍ଠ-ନବାଗତଙ୍କ ମଧ୍ୟରେ

Published By : Prameya-News7 Bureau | April 11, 2019 IST

କଟକ ୧୧|୪: କଟକରୁ ଏଥର କିଏ ? ମା​‌ନେ କଟକ ଲୋକସଭା ଆସନରୁ ଏଥର କିଏ ଯିବ ଦିଳ୍ଲୀ  ?  ଦୁଇ ଜାତୀୟ ଦଳ କଂଗ୍ରେସ, ବିଜେପି ଏବଂ ଆଞ୍ଚଳିକ ଦଳ ବିଜେଡି ମଧ୍ୟରୁ କାହାକୁ ପସନ୍ଦ କରିବେ ଭୋଟର ?  ପାଞ୍ଚ ଥରର ବିଜେତା ଭର୍ତ୍ତୃହରି ମହତାବଙ୍କୁ ବିଜେଡି ଏଥର ବି ପ୍ରାର୍ଥୀ କରିଥିବା ବେଳେ ବିଜେପି ମୈଦାନକୁ ଉତାରିଛି ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ରଙ୍କୁ । କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି ବରିଷ୍ଠ ନେତା ପଞ୍ଚାନନ କାନୁନଗୋ ।

{"id":102470}

କଟକ ସଂସଦୀୟ କ୍ଷେତ୍ରରେ ଏଥର ଲଢେଇ ଜୋରଦାର । ୫ ଥରର ସାଂସଦ ଭର୍ତ୍ତୃହରି ମହତାବ ବନାମ ବିଜେପିର ପ୍ରକାଶ ମିଶ୍ର ଓ କଂଗ୍ରେସର ପଞ୍ଚାନନ କାନୁନଗୋ ।

{"id":102472}

କେନ୍ଦ୍ର ନିକଟରୁ ଓଡିଶାର ହକ୍‌ ହାସଲ କରିବା ତାଙ୍କର ନିର୍ବାଚନୀ ପ୍ରସଙ୍ଗ ବୋଲି ୧୯୯୮ ରୁ ଲଗାତର ଜିତି ଆସୁଥିବା ଭର୍ତ୍ତୃହରି କହିଛନ୍ତି । ଏଥର ମଧ୍ୟ ତାଙ୍କ ପ୍ରତି ଭୋଟରଙ୍କ ଆଶୀର୍ବାଦ ରହିବ ବୋଲି ଭର୍ତୃହରି ଆଶାବାଦୀ ।  

{"id":102471}

ବିଜେପି ପ୍ରାର୍ଥୀ କରିଥିବା ପୂର୍ବତନ ଡିଜିପି ପ୍ରକାଶ ମିଶ୍ର ରାଜନୀତିରେ ଏକଦମ ନୂଆ । ପ୍ରକାଶଙ୍କ ଲାଗି ଏଥର  ନିର୍ବାଚନ ଏକ ଚ୍ୟାଲେଞ୍ଜ । କାରଣ ସାମ୍ନାରେ ବିଜେଡି ଓ କଂଗ୍ରେସର ଭେଟରାନ ଲିଡର । ପ୍ରତିପକ୍ଷଙ୍କ ଚ୍ୟାଲେଞ୍ଜକୁ କିନ୍ତୁ ସ୍ବୀକାର କରିଛନ୍ତି ପ୍ରକାଶ । ସ୍ବଛ ଭାବମୂର୍ତ୍ତି, କେନ୍ଦ୍ର ସରକାରଙ୍କ ବିକାଶମୂଳକ ଯୋଜନାକୁ ପାଥେୟ କରି ନିର୍ବାଚନ ଜିତିବେ ବୋଲି ସେ ଦୃଢ ଆଶାବାଦୀ ।

{"id":102473}

କଂଗ୍ରେସ ପ୍ରାର୍ଥୀ ପଞ୍ଚାନନ କାନୁନ୍‌ଗୋଙ୍କ ମତ ହେଲା- ରାଜ୍ୟବାସୀଙ୍କ ହକ୍‌ ଲାଗି ସେ ଅହରହ ଚେଷ୍ଟା କରିଛନ୍ତି । ଯାହା କଟକ ଭୋଟର ମର୍ମେ ମର୍ମେ ଅନୁଭବ କରିଛନ୍ତି । ସରକାର ବଦଳାଇବା ଲାଗି  ସାରା ଦେଶରେ ପରିବର୍ତ୍ତନର ଯେଉଁ ପ୍ରକ୍ରିୟା ଆରମ୍ଭ ହୋଇଛି ସେଥିରେ କଟକ ସଂସଦୀୟ କ୍ଷେତ୍ରର ଭୋଟର ସାମିଲ ହେବେ ଏବଂ ତାଙ୍କ ସପକ୍ଷରେ ମତ ରଖିବେ ବୋଲି କହୁଛନ୍ତି ପଞ୍ଚାନନ ।

{"id":102474}

୧୯୯୮ ରୁ ଲଗାତର ୫ ଥର ଏହି ଆସନରୁ ଜିତି ଆସିଛନ୍ତି ବିଜେଡି ପ୍ରାର୍ଥୀ ଭର୍ତ୍ତୃହରି ମହତାବ । ୧୯୫୨ ରୁ ୧୯୮୫ ପର୍ଯ୍ୟନ୍ତ କିନ୍ତୁ ଏଠୁ ମାତ୍ର ୨ ଥର ଅଣ କଂଗ୍ରେସ ପ୍ରାର୍ଥୀ ପାର୍ଲାମେଣ୍ଟକୁ ନିର୍ବାଚିତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.