Friday, May 24, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବହୁ ଚର୍ଚ୍ଚିତ ଚମ୍ପୁଆ ନିର୍ବାଚନମଣ୍ଡଳିରେ ସରଗରମ ରାଜନୀତି : ସନା ସମର୍ଥିତ ବିଜେଡି ପ୍ରାର୍ଥୀ ଏବଂ ବିଜେପି ଭିତରେ କଡା ଟକ୍କର, କୁଶ ଆପଟ୍ଟଙ୍କ ଭୂମିକା ଉପରେ ସମସ୍ତଙ୍କ ନଜର

ଚମ୍ପୁଆ ୨୦|୪ : ତୃତୀୟ ପର୍ଯ୍ୟାୟ ନିର୍ବ।ଚନ ପ୍ରଚାର ସରିବା ଉପରେ । ଭୋଟରମାନଙ୍କୁ ନିଜ ସପକ୍ଷରେ କରିବା ପାଇଁ ପ୍ରାର୍ଥୀମାନେ ଲଗାଇଛନ୍ତି ପୂରା ଦମ୍ । କେନ୍ଦୁଝର ଜିଲ୍ଲାର ଚମ୍ପୁଆ ନିର୍ବ।ଚନମଣ୍ଡଳୀରେ ମଧ୍ୟ ପ୍ରାର୍ଥୀମାନେ ନିଜର କର୍ମୀମାନଙ୍କୁ ନେଇ ବିଭିନ୍ନ ସ୍ଥାନରେ ସଭା, ସମିତି, ବାଇକ୍ ରାଲି ଓ ରୋଡ୍ ଶୋ କରି ଭୋଟ ହାତେଇବାକୁ ପ୍ରୟାସ କରୁଛନ୍ତି । ଦଳୀୟ ଷ୍ଟାର ପ୍ରଚାରକମାନେ ମଧ୍ୟ ଚମ୍ପୁଆକୁ ଯାଇ ଭୋଟ ଭିକ୍ଷା କରିଛନ୍ତି । ତବେ ଏଠାରେ ସିଧା ଟକ୍କର ବିଜେପି ଓ ବିଜେଡି ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି । 

୨ଟି ମୁନିସିପାଲିଟି, ଗୋଟିଏ ଏନଏସି ଏବଂ ୨ଟି ବ୍ଲକକୁ ନେଇ ଗଠିତ କେନ୍ଦୁଝର ଜିଲ୍ଲାର ଚର୍ଚ୍ଚିତ ଚମ୍ପୁଆ ନିର୍ବ।ଚନ ମଣ୍ଡଳୀ । ଗତ ଥର ଏଠାରୁ ସ୍ବାଧୀନ ଭାବେ ନିର୍ବ।ଚନ ଲଢ଼ି ସନାତନ ମହାକୁଡ଼ ବିଜୟୀ ହୋଇଥିଲେ । ମୋଟ ୨ଲକ୍ଷ ୨୬ହଜାର ୭ଶହ ୨୧ଜଣ ଭୋଟର ଅଛନ୍ତି ଏଠାରେ । ସେମାନଙ୍କ ମଧ୍ୟରୁ ୧ଲକ୍ଷ ୧୪ ହଜାର ୧ଶହ ୭୮ଜଣ ପୁରୁଷ, ୧ଲକ୍ଷ ୧୨ ହଜାର ୫ଶହ ୩୪ଜଣ ମହିଳା ଏବଂ ୯ଜଣ ତୃତୀୟ ଲିଙ୍ଗର ଭୋଟର ରହିଛନ୍ତି । ଆସନ୍ତା୨୩ ତାରିଖ ମଂଗଳବାର ଦିନ ଏଠାରେ ମତଗ୍ରହଣ କରାଯିବ ।

ଚମ୍ପୁଆ ବିଧାନସଭା ପାଇଁ ନିର୍ବ।ଚନୀ ମଇଦାନରେ ୧୬ଜଣ ପ୍ରାର୍ଥୀ ନିଜ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ପ୍ରାର୍ଥୀମାନେ, ଭୋଟରଙ୍କୁ ନିଜ ସପକ୍ଷରେ କରିବା ପାଇଁ ରାତି ଦିନ ଏକ କରି ଯୋରଦାର ପ୍ରଚାର ଚଳାଇଛନ୍ତି । ବିଭିନ୍ନ ସ୍ଥାନରେ ସଭା ସମିତି, ରୋଡ୍ ଶୋ, ବାଇକ୍ ରାଲି କରି ଭୋଟରଙ୍କ ନିକଟତର ହେବାକୁ ଉଦ୍ୟମ ଚଳାଇଛନ୍ତି ପ୍ରାର୍ଥୀ । ୩ ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ନିଜ ନିଜ ରଣନୀତିକୁ ନେଇ ଭୋଟ ଭିକ୍ଷା କରିବାରେ ବ୍ୟସ୍ତ । ବିଜେପି ଟିକଟରୁ ଏଠାରୁ ମୁରଲୀ ଶର୍ମ। ଲଢ଼ୁଛନ୍ତି । ୨୦୦୯ ନିର୍ବ।ଚନରେ ମୁରଲୀ ଏଠାରୁ ପ୍ରାର୍ଥୀ ହୋଇଥିଲେହେଁ, ତାଙ୍କୁ ହାରିବାକୁ ପଡ଼ଥିଲା । ସେ ରହିଥିଲେ ୪ର୍ଥ ସ୍ଥାନରେ ।

ଏଠାରୁ ସ୍ବାଧୀନ ଭାବରେ ନିର୍ବ।ଚନ ଲଢ଼ି ଜିତୁ ପଟ୍ଟନାୟକ ଏମଏଲଏ ହୋଇଥିଲେ। ୨୦୧୪ରେ ସେ ଦଳରୁ ନିଲମ୍ବିତ ହୋଇଥିବା କାରଣରୁ ନିର୍ବ।ଚନ ଲଢ଼ବାର ସୁଯୋଗ ପାଇ ନଥିଲେ  ଏବଂ ସ୍ବାଧୀନ ବିଧାୟକ ଭାବେ ସନାତନ ମହାକୁଡ଼ ବିଜୟୀ ହୋଇଥିଲେ । ତେବେ ମୁରଲୀ ଏଥର ପୁଣି ନିର୍ବ।ଚନ ମଇଦାନରେ । ନିଜ ସମର୍ଥକଙ୍କ ସହ ବିଭିନ୍ନ ସାହି ବସ୍ତି ବୁଲି ଭୋଟ୍ ଭିକ୍ଷା କରୁଛନ୍ତି । ରାଜ୍ୟ ସରକାରଙ୍କୁ କଡ଼। ସମାଲୋଚନା କରିବା ସହିତ ସ୍ଥାନୀୟ ଅଂଚଳର ବିଭିନ୍ନ ସମସ୍ୟା ଓ ନରେନ୍ଦ୍ର ମୋଦିଙ୍କର ସ୍ବଚ୍ଛ ଭାବମୂର୍ତ୍ତୀ ଏବଂ ବିଭିନ୍ନ ଜନହିତକର ଯୋଜନାକୁ ପାଥେୟ କରି ସେ ଏହି ନର୍ବ।ଚନ ଜିତିବାକୁ ଆଶା ରଖିଛନ୍ତି ।

ବିଜେପିର ଷ୍ଟାର ତଥା ସେଲିବ୍ରେଟି ପ୍ରଚାରକ, ଶ୍ରୀତମ ଦାସ, ଅନୁ ଚୌଧୁରୀ, ହରିହର ମହାପତ୍ର ଓ ଲେଖାଶ୍ରୀ ସାମନ୍ତ ସିଂହାର ଚମ୍ପୁଆକୁ ଆସି ମୁରଲୀ ପାଇଁ ଭୋଟ ଭିକ୍ଷା କରିଛନ୍ତି । ୫ ବର୍ଷର ମୋଦି ସରକାରଙ୍କ ସଫଳତାକୁ ବଖାଣିବା ସହିତ ୧୯ ବର୍ଷର ନବୀନ ସରକାରଙ୍କୁ ପରିବର୍ତନ କରି ଡବଲ ଇଂଜିନ୍ ପାଇଁ ଆହ୍ବାନ ଦେଇଥିଲେ ଏହି ଷ୍ଟାର ପ୍ରଚାରକ ।

ଚମ୍ପୁଆ ବିଧାନସଭା ଆସନରେ ଗତଥର ବିଜେଡି ଟିକଟରୁ ପପୁ ପମପମ୍ ନିର୍ବ।ଚନ ଲଢ଼ି ହାରିଯାଇଥିଲେ । ସେ  ରହିଥିଲେ ତୃତୀୟ ସ୍ଥାନରେ । ଏଥର କିନ୍ତୁ ବିଜେଡି ଏଠାରୁ ନିଜର କୌଣସି ଆଶାୟୀଙ୍କୁ ଟିକଟ ନଦେଇ ସନାତନ ମହାକୁଡ଼ଙ୍କ ଜଣେ ସହଯୋଗୀ ଭକ୍ତ ମହାନ୍ତଙ୍କ ଧର୍ମପତ୍ନୀଙ୍କୁ ଦଳୀୟ ଟିକଟ ଦେଇ ମଇଦାନକୁ ଓହ୍ଲାଇଛି । ବିଜେଡିର ଏପରି ନିଷ୍ପତି ପଛରେ ଏକ ଭିତିରି ବୁଝାମଣା ଥିବାଆଲୋଚନା ହେଉଛି । କୁଶ ଆପଟ ଏଠାରୁ ବିଜେଡି ଟିକଟ ପାଇଁ ବଡ଼ ଦାବିଦାର ରହିଥିଲେ ସୁଦ୍ଧା ଶେଷ ମୂହୂର୍ତ୍ତରେ ତାଙ୍କୁ ନିରାଶ ହେବାକୁ ପଡ଼ଛି ।

ଏମିତିରେ ଚମ୍ପୁଆ ବିଜେଡି ମଧ୍ୟରେ ଫାଟ ସୃଷ୍ଟି ହୋଇଛି । ଗୋଟିଏ ଗୋଷ୍ଠୀ ସନାତନଙ୍କ ସମର୍ଥୀତ ବିଜେଡି ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇ ନିର୍ବ।ଚନ ପ୍ରଚାରରେ ଲାଗିଥିବାବଳେ, କୁଶଙ୍କ ସମର୍ଥକ ନୀରବଦ୍ରଷ୍ଟା ସାଜିଛନ୍ତି । ସେପଟେ ସନାତନ ନିଜ ସମର୍ଥୀତ ପ୍ରାର୍ଥୀ ମିନାକ୍ଷୀଙ୍କୁ ଜିତାଇବା ପାଇଁ ନିଜ କର୍ମୀଙ୍କ ସହ ଲାଗି ପଡ଼ଛନ୍ତି । ମିନାକ୍ଷୀ, କର୍ମୀ ମାନଙ୍କ ସହ ନିର୍ବ।ଚନ ମଣ୍ଡଳୀର ବିଭିନ୍ନ ସ୍ଥାନକୁ ଯାଇ ପ୍ରଚାର ଚଳାଇଛନ୍ତି । ନବୀନଙ୍କ ଶଙ୍ଖ ଓ ସନାତନଙ୍କ ସମର୍ଥନ ତାଙ୍କୁ ନିଶ୍ଚିତ ବିଜୟୀ କରିବ ବୋଲି ସେ ଆଶା ରଖିଛନ୍ତି ।

ସେପଟେ କଂଗ୍ରେସର ପ୍ରାର୍ଥି ଯଦୁମଣି ବାରିକ ମଧ୍ୟ ନିଜ ସମର୍ଥକଙ୍କ ସହ ନିର୍ବ।ଚନୀ ପ୍ରଚାରରେ ମାତିଛନ୍ତି । ଗତ ୨୦୧୪ ନିର୍ବ।ଚନରେ କଂଗ୍ରେସର କ୍ଷେତ୍ର ମୋହନ ମହାନ୍ତଙ୍କୁ ଏଠାରୁ ମାତ୍ର ୨୩୩୨ ଖଣ୍ଡ ଭୋଟ ମିଳିଥିଲା । ଏଥର ସ୍ଥିତି ସେମିତି କିଛି ବଦଳି ନାହିଁ । ତଥାପି କଂଗ୍ରେସ ତାର ଇସ୍ତାହାରକୁ ନେଇ ଲୋକଙ୍କ ଆସ୍ଥାଭାଜନ ହେବା ପାଇଁ ଦମ୍ ଲଗାଇଛି ।

ଚମ୍ପୁଆ ରଣାଙ୍ଗନରେ ବିଜୟ ହାସଲ ଲକ୍ଷ୍ୟ ରଖି ତିନି ପ୍ରମୁଖ ଦଳ ବ୍ୟତୀତ ଅନ୍ୟ ଦଳର ପ୍ରାର୍ଥୀ ଓ ସ୍ବାଧୀନ ପ୍ରାର୍ଥୀମାନେ ଯୋରଦାର ପ୍ରଚାର ଚଳାଇଥତ୍ବା ବଳେ, ଏଠାରେ ବିଜେପି ଓ ବିଜେଡି ମଧ୍ୟରେ ସିଧା ଟକ୍କର ହେବ ବୋଲି କୁହାଯାଉଛି ।    

376 Views

   ସମ୍ବନ୍ଧିତ ଖବର