ବୌଦ୍ଧରୁ ୫ମ ଥର ପାଇଁ ଲଢୁଛନ୍ତି ବାଚସ୍ପତି ପ୍ରଦୀପ ଅମାତ, କଣ୍ଟାମାଳରେ ବିଜେଡିରୁ ମହିଧର ରିପିଟ୍ : ଦୁଇଟିଯାକ ଆସନରେ ତ୍ରିମୁଖୀ ଲଢେଇ

Published By : Prameya-News7 Bureau | March 28, 2019 IST

ବୌଦ୍ଧ ୨୮|୩ (ଉଦିତ କୁମାର ନାଗ): ଚଳିତ ସାଧାରଣ ନିର୍ବ।ଚନ ପାଇଁ ବୌଦ୍ଧ ଜିଲ୍ଲାର ବୌଦ୍ଧ ଓ କଂଟାମାଳ ବିଧାନସଭା ନିର୍ବ।ଚନ ମଣ୍ଡଳୀ ଲାଗି ସରିଲା ନାମାଙ୍କନ ପତ୍ର ଦାଖଲ ଓ ଯାଂଚ ପ୍ରକ୍ରିୟା । ଜିଲ୍ଲାର ପ୍ରମୁଖ ଦଳର ଦଳୀୟ ପ୍ରାର୍ଥୀମାନେ ନିଜ ନିଜ ସମର୍ଥକଙ୍କ ସହ ଆସି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବୌଦ୍ଧ ଜିଲ୍ଲାରେ ଏଥର ଦ୍ବିତୀୟ ପର୍ଯ୍ୟାୟ ଅର୍ଥ।ତ ଏପ୍ରିଲ ୧୮ ତାରିଖରେ ଭୋଟ ହେବ । ତବେ ଏଥର ରଣାଙ୍ଗନରେ ଓହ୍ଲାଇଥିବା ପ୍ରାର୍ଥୀମାନେ ବୌଦ୍ଧ ଜିଲ୍ଲାର ବିକାଶକୁ ମୁଖ୍ୟ ପ୍ରସଂଗ କରୁଥିବା କହିଥିଲେ ମଧ୍ୟ ଅସଲରେ ଦାଓପେଞ୍ଚର ରାଜନୀତି ଓ ଅସନ୍ତୁଷ୍ଟ ପରିଚାଳନା ହିଁ ବିଜୟ ପାଇଁ ଅସ୍ତ୍ର ହେବ ।

{"id":97723}

ଗତ ୨୫ ଓ ୨୬ ତାରିଖରେ ଢୋଲ ନିଶାନରେ ଫାଟି ପଡୁଥିଲା ସମଗ୍ର ବୌଦ୍ଧ ସହର । ୨ଦିନ ଧରି ଜନସମୁଦ୍ର ଦେଖାଦେଇଥିଲା ବୌଦ୍ଧ ସହରରେ । ସ୍ଥାନୀୟ ରାମେଶ୍ବର ମନ୍ଦିରଠାରୁ ଆରମ୍ଭ କରି ଉପଜିଲ୍ଲାପାଳଙ୍କ କାର୍ଯୟାଳୟ ପର୍ଯୟନ୍ତ ସବୁଠି ଦଳୀୟ ଚିହ୍ନର ପତାକାରେ ଛାଇ ଯାଇଥିଲା । ସମୟ ଥିଲା ସାଧାରଣ ନିର୍ବ।ଚନ ପାଇଁ ମାନଙ୍କନ ପତ୍ର ଦାଖଲର ଶେଷ ୨ ଦିନ । ସରିଛି ପ୍ରର୍ଥୀ ପତ୍ର ଯାଂଚ ।

{"id":97724}

ଜିଲ୍ଲାର ୩ପ୍ରମୁଖ ଦଳର ଦଳୀୟ ପ୍ରାର୍ଥୀମାନେ ନିଜ ଶହ ଶହ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ବାହାରି ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଏଥର ବୌଦ୍ଧ ନିର୍ବ।ଚନ ମଣ୍ଡଳୀର ବିଧାୟକ ଆସନ ପାଇଁ ବିଜେଡି ୫ମ ଥର ପାଇଁ ବାଚସ୍ପତି ପ୍ରଦୀପ ଅମାତଙ୍କୁ ପିରିଟ କରିଛି । ବିଜେପି ରାଜନିତୀରେ ଅଭିଜ୍ଞ ସୁଶାନ୍ତ କୁମାର ପ୍ରଧାନଙ୍କ ଉପରେ ଭରଷା କରିଥିବା ବଳେ କଂଗ୍ରେସ ଓ ସିପିଆଇର ମେଣ୍ଟର ସିପିଆଇରୁ ଅବକାଶ ସାହୁଙ୍କୁ ରଣାଙ୍ଗନକୁ ଓହ୍ଲାଇଛନ୍ତି ।

{"id":97725}

ଗୋଟିଏ ପଟେ ବିଜେଡି ଜିଲ୍ଲାରେ କ୍ରମାଗତ ବିକାଶ ଦର୍ଶ।ଇ ଭୋଟରଙ୍କ ଆସ୍ଥା ଭାଜନ ହେବାକୁ ଚାହିଁଛି ଅନ୍ୟପଟେ ଟଙ୍କାର ବଳରେ ବୌଦ୍ଧ ବିଜେଡି କବଜାରେ ରହିଥିଲା ଏବଂ ସଚେତନ ଭୋଟର ଏଥର ବିଜେପିକୁ ବିପୁଳ ସମର୍ଥନ ଦବେ ବୋଲି ଦୃଢୋକ୍ତି ରଖିଛି ବିଜେପି । ସେପଟେ ଅଂଚଳର ବିକାଶ ଦିଗରେ ବିଜେପି ଓ ବିଜେଡିକୁ ମୁଖ୍ୟ ବାଧକ ସଜେଇ ବାଜି ମାରିବା ପାଇଁ ସିପିଆଇ ପ୍ରୟାସ କରିଛି ।

{"id":97726}

କଂଟାମାଳ ନିର୍ବ।ଚନମଣ୍ଡଳି କଥା କହିଲେ ଏଥର ବିଜେଡି ପୁଣି ଥରେ ରିପିଟ କରିଛି ବିଧାୟକ ମହିଧର ରଣାଙ୍କୁ । ବିଜେପି ବରିଷ୍ଠ କର୍ମୀ କହ୍ନେଇ ଡାଙ୍ଗକୁ ଟିକେଟ ଦେଇଥିବା ବଳେ କଂଗ୍ରେସ ତରଫରୁ ପ୍ରାର୍ଥୀ ହୋଇଛନ୍ତି ପ୍ରଶାନ୍ତ ସାହୁ । ଗତ ୨ଟି ସାଧାରଣ ନିର୍ବ।ଚନରେ ଏଠାରେ ବିଜେଡି ବିଜୟୀ ହୋଇଥିବା ବଳେ କଂଗ୍ରେସ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲା । ହଲେ ଏଥର ବିଜେଡିର ଫାଟ କଂଗ୍ରେସକୁ ସୁହାଇବ ବୋଲି କଂଗ୍ରେସ ଆଶା ରଖିଥିବା ବଳେ ନବୀନ ବିରୋଧୀ ଅଭିଯାନ ଓ ନରେନ୍ଦ୍ର ମୋଦୀଙ୍କ ହାୱା ବିଜେପିକୁ କୂଳକୁ ପହଂଚାଇବ ବୋଲି ଆଶା ରଖିଛି ବିଜେପି । ତବେ କଂଟାମାଳ ଅଂଚଳରେ ବିକାଶର ଧାରା ଜାରି ରହିଛି ଏବଂ ଆଗାମୀ ଦିନରେ ଏହାକୁ ଆହୁରୀ ତ୍ବରାନ୍ବିତ କରାଯିବ ବୋଲି ବିଜେଡି ମନ୍ତବ୍ୟ ଦେଇଛି । 

{"id":97727}

ମାନଙ୍କନ ଦାଖଲ ପ୍ରକ୍ରୀୟା ସରିବା ପରେ ଦଳୀୟ ପ୍ରାର୍ଥୀଙ୍କ ବୟାନ ବାଜି ମଧ୍ୟ ଆରମ୍ଭ ହୋଇଯାଇଛି । ଭୋଟ ହାତେଇବା ପାଇଁ ନିଜ ନିଜ ଅନ୍ଦାଜରେ ଭୋଟର୍ସଙ୍କ ଦ୍ବାରସ୍ଥ ହବେ ନେତା । ଆଉ ଏଥର ନେତା ବାଛିବେ ବୌଦ୍ଧ ଜିଲ୍ଲାର ୩୧୫୩୦୮ଜଣ ଭୋଟର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.