Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ବିଞ୍ଝାରପୁର ବିଧାନସଭା ଆସନରେ ଏଥର ରୋଚକ ଲଢେଇ, କାହାର ଦମ୍ କେତେ ଜଣନ୍ତୁ

25/04/2019 at 4:34 PM

ଯାଜପୁର ୨୫|୪ (ସୁରେନ୍ଦ୍ର ସାମଲ) : ଯାଜପୁର ଜିଲ୍ଲା ବିଞ୍ଝାରପୁର ବିଧାନସଭା ଆସନରେ ଏଥର ରୋଚକ ଲଢେଇ । ଲଗାତର ୪ ଥର ବିଧାୟିକା ବିଜେଡିର  ପ୍ରମିଳା ମଲ୍ଲିକ  ଷଷ୍ଠ ଥର ବିଜୟୀ ହେବାର ଆଶା ରଖିଛନ୍ତି । କିନ୍ତୁ ଗତ ଦୁଇ ଥର କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରମିଳାଙ୍କ ସହ ଲଢିଥିବା ବବିତା ମଲ୍ଲିକ ଏବେ ବିଜେପି ଟିକେଟରେ ମଇଦାନକୁ ଓହ୍ଲାଇଛନ୍ତି । ପୁରୁଣା ଓ ନୂଆ ସହଯୋଗୀଙ୍କୁ ଧରି କଡା ଟକ୍କର ଦେବା ଲକ୍ଷ୍ୟରେ ଅଛନ୍ତି ସେ । ସେପଟେ ବିଜେପିରୁ ଯାଇ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି ମନୋରଞ୍ଜନ ଦାସ । ବିରୋଧିଙ୍କ  ଦଳ ବଦଳରୁ ବିଜେଡି ଫାଇଦା ଲକ୍ଷ୍ୟରେ ଥିବା ବେଳେ,  ପ୍ରତିପକ୍ଷ କିନ୍ତୁ  ଜନତାଙ୍କ ମନ ବଦଳିବା ନେଇ ଆଶାବାଦୀ । ଏହା ହିଁ ବିଞ୍ଝାରପୁର ରାଜନୀତିକୁ ସରଗରମ କରିଛି।

ବିଞ୍ଝାରପୁର ଏଥର କାହାର ? ବିଜେଡିର ଗଡ଼ ସୁରକ୍ଷିତ ରହିବ ନା ବିରୋଧୀ କରିବେ ବାଜିମାତ୍ ?  ପ୍ରତିପକ୍ଷଙ୍କ ଦଳବଦଳରୁ ଫାଇଦା ନେବେ କି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ? ପରିବର୍ତ୍ତନ ନାରା ଦେଇ ବାଜି ପଲଟାଇବେ କି ବିରୋଧୀ ? ଯାଜପୁର ଜିଲ୍ଲାର ଏକମାତ୍ର ସଂରକ୍ଷିତ ବିଧାନସଭା ଆସନ ବିଞ୍ଝାରପୁରକୁ ନେଇ ଏପରି ପ୍ରଶ୍ନ ।

ଏହି ଆସନରୁ ପାଞ୍ଚ ପାଞ୍ଚ ଥର ବିଧାୟିକା ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଶାସକ ଦଳର ଟାଣୁଆ ନେତ୍ରୀ ପ୍ରମିଳା ମଲିକ । ୨୦୦୦ ମସିହାରୁ ଲଗାତର ଶଙ୍ଖ ଚିହ୍ନରେ ଜିତି ଆସୁଥିବା  ପ୍ରମିଳା ୧୯୯୦ରେ ଜନତାଦଳ ଟିକେଟରେ ପ୍ରଥମେ ଏଠାରୁ ଜିତିଥିଲେ। ହେଲେ ଏଥର ବିଞ୍ଝାରପୁର ସମୀକରଣ ଭିନ୍ନ ରହିବାର ସମ୍ଭାବନା ସୃଷ୍ଟି ହୋଇଛି । କାରଣ ହେଲା ପ୍ରମିଳାଙ୍କ ମୁଖ୍ୟ ପ୍ରତିଦ୍ବନ୍ଦ୍ବି ହୋଇ ଆସୁଥିବା ବବିତା ମଲ୍ଲିକ ଏବେ କଂଗ୍ରେସ ଛାଡି ବିଜେପିରୁ ପ୍ରାର୍ଥୀ ।

ସେପଟେ ବିଜେପି ଦଳରୁ ଆସିଥିବା ମନୋରଞ୍ଜନ ଦାସଙ୍କୁ କଂଗ୍ରେସ ଦେଇଛି ଟିକେଟ । ଆଉ ଉଭୟ ପ୍ରାର୍ଥୀ  ମତଦାତାଙ୍କ ମନପରିବର୍ତ୍ତନ ନେଇ ଆଶାବାଦୀ । ଏପଟେ କିନ୍ତୁ  ପ୍ରମିଳା ବେଫିକର । ସେ କୁହନ୍ତି ନବୀନ ପଟ୍ଟନାୟକ ଙ୍କ ଲୋକାଭିମୁଖୀ ଯୋଜନା ପୁଣିଥରେ ବିଜେଡ଼ିକୁ ଜିତାଇବ ।

ବିଧାୟିକାଙ୍କ ଦମ୍ଭୋକ୍ତି ଭଳି ବିରୋଧୀଙ୍କ ଜୋଶ୍‌ରେ ବି ଅଛି ଦମ୍ । କଂଗ୍ରେସରୁ ଆସି ବିଜେପି ଚିହ୍ନରେ ଲଢୁଥିଲେ ବି  ବବିତା ବେଶ୍‌ ଆଶାବାଦି । ପୁରୁଣା ଓ ନୂଆ ସମସ୍ତ ସମର୍ଥକଙ୍କୁ ରଖିବାର ଆଶା ରଖିଛନ୍ତି । ତା ସହ ସେ ଏଥର ନିର୍ବାଚନ ମଣ୍ଡଳୀର ପ୍ରମୂଖ ସମସ୍ୟା ଚାଷ ,ଚାଷୀ  ଏବଂ ରୋଜଗାରକୁ ନିର୍ବାଚନୀ ମୁଦ୍ଦା କରିଛି ବିଜେପି ।  ବିଜେପି ସଭାପତି ଅମିତ ସାହା ଏଠାରେ ମୋ ବୁଥ ସବୁଠୁ ମଜବୁତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବାରୁ କର୍ମୀଙ୍କ ମନୋବଳ ବଢିଛି । ମୋଦି ହାୱା ଉପରେ ବି ପ୍ରାର୍ଥୀଙ୍କ ଭରସା । ତେଣୁ ଏସବୁରୁ ଜିତିବା ନେଇ ବେସ୍ ଆଶାବାଦୀ ଅଛନ୍ତି ବବିତା ମଲ୍ଲିକ ।

ଅନ୍ୟପଟେ ଘରକୁ ଘର ବୁଲି ଭୋଟ୍ ଭିକ୍ଷା କରୁଛନ୍ତି କଂଗ୍ରେସ ପ୍ରାର୍ଥୀ । ଶାସକ ଦଳ ବିରୋଧରେ ପିସି କାରବାର, ଠିକାଦାରି ଏବଂ ବିଭିନ୍ନ ଯୋଜନା ହଡପ ଅଭିଯୋଗ ସହ କଂଗ୍ରେସର ଇସ୍ତାହାରକୁ ଅସ୍ତ୍ର କରିଛନ୍ତି  କଂଗ୍ରେସ ପ୍ରାର୍ଥୀ ।

ବିଞ୍ଝାରପୁର ବ୍ଲକର ୨୯ ଏବଂ  ଦଶରଥପୁର ବ୍ଲକର ୧୫ ପଞ୍ଚାୟତକୁ ନେଇ ଗଠିତ ଏହି ବିଞ୍ଝାରପୁର ବିଧାନସଭା କ୍ଷେତ୍ର । ଏହି ଆସନରେ ମତଦାତାଙ୍କ ସଂଖ୍ୟା ୨ ଲକ୍ଷ ୧୨ ହଜାର ୪୨୯ । ଯଦିଓ  ଗତଥରର ବିଜୟ ମାର୍ଜିନ ଅଧିକ ଥିଲା, କିନ୍ତୁ ଏଥର ପ୍ରାର୍ଥୀଙ୍କ ବ୍ୟକ୍ତିତ୍ବ,  ବଦଳ ଏବଂ ଦଳୀୟ ଅସନ୍ତୋଷ ଆଦି ପ୍ରସଙ୍ଗ ଭୋଟକୁ ରୋଚକ କରିବାର ବେଶି ସମ୍ଭାବନା ରଖୁଛି ।  

   Related Posts