Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ଭୁବନେଶ୍ବର( ମଧ୍ୟ ) ଆସନ: ବୁନୁ-ଜଗା ଲଢେଇ, ପାରମ୍ପରିକ ଭୋଟ ଉପରେ ନିର୍ଭର କରିବେ ରାଜୀବ

4/04/2019 at 8:13 PM

ଭୁବନେଶ୍ବର୪|୪: ପ୍ରତିଦ୍ବନ୍ଦ୍ବୀ ଫାଇନାଲ, ଏବେ ଆସଲ ଲଢେଇ ଆରମ୍ଭ ।  ଭୁବନେଶ୍ବର ମଧ୍ୟ ବିଧାନସଭା ଆସନରେ ଏଥର ହେବ କଡା ଟକ୍କର । ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା(ବୁନୁ)  ଏବଂ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ମଧ୍ୟରେ ହିଁ ଲଢେଇ । ତେବେ  ଅନନ୍ତଙ୍କୁ ଅଡୁଆ ହୋଇପାରେ ଦଳୀୟ ଅସନ୍ତୋଷ । କାରଣ ବିଜୟ ମହାନ୍ତିଙ୍କ ଟିକେଟ୍ କାଟି ଅନନ୍ତଙ୍କୁ ଟିକେଟ୍ ମିଳିଥିବାରୁ  ଦଳ ଭିତରେ ଅସନ୍ତୋଷ  ସ୍ବାଭାବିକ । ଆଉ ସେହି ଅସନ୍ତୁଷ୍ଟ କର୍ମୀଙ୍କଠାରୁ ଭିତିରିଆ ସମର୍ଥନ ଯୋଗାଡର ଯୋଜନା କରିଛି ବିଜେପି । …

ଛକା ପଞ୍ଝା, ଧାଁ ଧପଡ ଭିତରେ ବାଜି ମାରିନେଲେ ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା । ୨୦୦୯ରେ ବିଜେପିର ବରିଷ୍ଠ ନେତା ବିଶ୍ବଭୂଷଣ ହରିଚନନ୍ଦଙ୍କୁ ପରାସ୍ତ କରିଥିବା ବିଜୟ ମହାନ୍ତିଙ୍କ ଟିକେଟ୍ କାଟି ମଧ୍ୟ ଭୁବନେଶ୍ବରରୁ ଅନନ୍ତ ନାରାୟଣ ଜେନାଙ୍କୁ ପ୍ରାର୍ଥୀ କରିଛି ବିଜେଡି । ମେୟର ଭାବେ କାମ କରି ସାଉଁଟିଥିବା ଅଭିଜ୍ଞତା ଓ ଲୋକପ୍ରିୟତାକୁ ଆଧାର କରି ଭୋଟ ହାତେଇବାକୁ ଲକ୍ଷ୍ୟ ରଖିଛନ୍ତି ଅନନ୍ତ । ସେପଟେ ବିଜୟ ମହାନ୍ତିଙ୍କ ଟିକେଟ୍ କଟିବା ପରେ ଭୁବନେଶ୍ବର ମଧ୍ୟ ବିଧାନସଭା କ୍ଷେତ୍ରରେ ମୁଣ୍ଡ ଟେକିଛି ଅସନ୍ତୋଷ । ତେଣୁ ଅସନ୍ତୁଷ୍ଟ କର୍ମୀଙ୍କୁ ଥଇଥାନ କରିବାକୁ ଦଳ କିଛି ପଦପଦବି ଦେଇଥିବା ଜଣାପଡିଛି ।

ସେପଟେ ଗୋଳିଆ ପାଣିରୁ ଫାଇଦା ଉଠାଇବାକୁ ଚେଷ୍ଟା ଚଳାଇଛି ବିଜେପି । ଏଥର  ମଧ୍ୟ ଭୁବନେଶ୍ବରରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି ଜଗନ୍ନାଥ ପ୍ରଧାନ । ୨୦୧୪ରେ   ପଦ୍ମ ଚିହ୍ନରେ ଲଢି ହାରିଥିଲେ, ଜଗନ୍ନାଥ । ଏବେ ସେ କଳେ ବଳେ କୌଶଳେ ବିଜୟ ଆଶା ରଖିଛନ୍ତି । ସେହି ପ୍ଲାନରେ ସେ ବିଜେଡି ଭିତରେ ଥିବା ଅସନ୍ତୋଷର ଫାଇଦା ନେବା ସ୍ବାଭାବିକ ।

ଭୁବନେଶ୍ବର ମଧ୍ୟ ବିଧାନସଭା କ୍ଷେତ୍ରରେ ବିଜେଡି ଏବଂ ବିଜେପି ପ୍ରାର୍ଥୀଙ୍କ ସହ ମଇଦାନକୁ ଓହ୍ଲାଇଛନ୍ତି କଂଗ୍ରେସରୁ  ରାଜୀବ ପଟ୍ଟନାୟକ । ଦଳର ପାରମ୍ପରିକ ଭୋଟ ସହ ବିଜେଡି ଏବଂ ବିଜେପି ବିରୋଧି ଭୋଟ ଉପରେ ତାଙ୍କର ନଜର । ତେବେ  କିଏ ଜିତିବି, କାହାକୁ ମିଳିବ ଜନସମର୍ଥନ ସେଥିଲାଗି ମେ ୨୩କୁ ଅପେକ୍ଷା କରିବାକୁ ହେବ ।

   Related Posts