ଶେଷରେ ସାନନ୍ଦଙ୍କୁ କାଟି ସରୋଜିନୀ ବାରିପଦା ମଇଦାନରେ, ହଲେ କନଫିଡେଣ୍ଟ୍ ସାନ୍ତାଳୀ ଯାତ୍ରା କଲାକାର ଦଶରଥ ଏବଂ ଓଭର କନଫିଡେଣ୍ଟ ପ୍ରକାଶ

Published By : Prameya-News7 Bureau | April 07, 2019 IST

ବାରିପଦା୭|୪(ଅଭିଜିତ ମହାନ୍ତି): ଦୀର୍ଘ ସମୟର ଆଶା ଆଶଙ୍କା ଓ ଅପକ୍ଷାରେ କ୍ଲାଇମେକ୍ସ ଆସିଛି। ୧୪୫ ପରେ ୧୪୬ ନମ୍ବରରେ ପଡିଛି ବାରିପଦା ବିଧାନସଭା ନିର୍ବ।ଚନମଣ୍ଡଳି ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା ପାଳି। ସବୁ ଆକଳନର ଅନ୍ତ ଘଟାଇ ବିଜେଡି ପ୍ରାର୍ଥୀ କରିଛି ସରୋଜିନୀ ହେମ୍ବ୍ରମ ଙ୍କୁ। ଏହାକୁ ନେଇ ସମର୍ଥକଙ୍କ ମହଲରେ ଉତ୍ସାହ ଥିବାବଳେ ବିରୋଧୀ ସେମାନଙ୍କର ଜିତାପଟ ନେଇ ଅଛନ୍ତି ଆଶାବାଦୀ। 

୧୪୭ ରୁ ୧୪୫ଟି ଆସନରେ ବିଜେଡିର ପ୍ରାର୍ଥୀ ଘୋଷଣା ପରେ ମଧ୍ୟ ବାଦ୍ ପଡିଥିଲା ବାରିପଦା ଏବଂ କେନ୍ଦ୍ରାପଡା। ଶେଷରେ ଆଜି ସକାଳୁ ୧୫୬ ନମ୍ବର ରେ ପଡିଛି ବାରିପଦାର ପାଳି। ଦୁଇ ଦୁଇ ଥରର ବିଧାୟକ ସାନନ୍ଦ ମାରାଣ୍ଡିଙ୍କର ଟିକଟ କଟିଥିବାବଳେ ବାଜି ମାରିଛନ୍ତି ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ୍। ବର୍ତ୍ତମାନ ପ୍ରମୁଖ ଦଳର ପ୍ରାର୍ଥୀ ଚୟନ ସରିବା ପରେ ସ୍ପଷ୍ଟ ହୋଇଛି ଲଢେଇ ଓ ରଣନୀତି।

ବାରିପଦାରେ ସରୋଜିନୀଙ୍କର ସିଧାସଳଖ ସାମ୍ନା ହେବ ବିଜେପି ପ୍ରାର୍ଥୀ ତଥା ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ପ୍ରକାଶ ସୋରେନଙ୍କ ସହିତ। ବାରିପଦା ସଦର ଏବଂ ଖୁଣ୍ଟା ବ୍ଲକ୍ ରେ ନିଜର ପତିଆରା ରଖୁଥିବା ପ୍ରକାଶ ସବୁବଳେ ଲୋକଙ୍କ ସହିତ ରହି ଆସିଛନ୍ତି। ତାହା ହିଁ ହେବ ତାଙ୍କର ଜିତିବାର ଚାବିକାଠି। ସମସ୍ତଙ୍କୁ ପଛରେ ପକାଇ ବାରିପଦାର ଜନତା ତାଙ୍କୁ ବିଜୟ ତିଳକ ପିନ୍ଧାଇବେ ବୋଲି ଓଭର କନଫିଡେଣ୍ଟ ଅଛନ୍ତି ପ୍ରକାଶ।

ତବେ କଂଗ୍ରେସ ରୁ ଟିକଟ ପାଇଥିବା ଆଦିବାସୀ ଯାତ୍ରାର ଲୋକପ୍ରିୟ କଳାକାର ଦଶରଥ ସିଂଙ୍କର ଦୃଢୋକ୍ତି ମଧ୍ୟ କିଛି କମ୍ ନୁହଁ। ୨୦୧୪ରେ ଜେଏମ୍ଏମ୍ ରୁ ଆଶାୟୀ ଥିବା ଦଶରଥ ସାନ୍ତାଳୀ ସମାଜରେ ଜଣେ ସୁପରଷ୍ଟାର। ଯାତ୍ରାମଞ୍ଚରେ ତାଙ୍କର ଲୋକପ୍ରିୟତା କାହିଁରେ କଣ। ତେଣୁ ଲୋକେ ତାଙ୍କୁ ନିଶ୍ଚିତ ଭାବରେ ବାରିପଦା ଆସନ ଉପହାର ଦବେ ବୋଲି କହିଛନ୍ତି ଦଶରଥ।

ଏପଟେ ସରୋଜିନୀ ବାରିପଦା ଟିକଟ ପାଇବା ପରେ କର୍ମୀ ଓ ସମର୍ଥକ ଙ୍କ ମଧ୍ୟରେ ଦେଖା ଦେଇଛି ନୂଆ ଉତ୍ସାହ। ବାରିପଦା ବାସୀ ଯେଉ ପରିବର୍ତ୍ତନ ଚାହୁଁଥିଲେ, ତାହାକୁ ଅନୁଭବ କରି ନବୀନ ବାବୁ ସରୋଜିନୀଙ୍କୁ ବାଛିଛନ୍ତି ବୋଲି କହିଛନ୍ତି ସରୋଜିନୀଙ୍କ ସମର୍ଥକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.