ବାଲେଶ୍ବର ଲୋକସଭା : ପିସିସି ସଭାପତିଙ୍କ ପୁଅ ପ୍ରଥମ ଥର ମଇଦାନରେ, ପ୍ରତାପ ଓ ରବୀନ୍ଦ୍ର ପାରମ୍ପରିକ ଭାବେ ଦ୍ବିତୀୟ ଥର ଲାଗି ମୁହାଁ ମୁହିଁ

Published By : Prameya-News7 Bureau | April 11, 2019 IST

ବାଲେଶ୍ବର ୧୧|୪ (ବ୍ରହ୍ମ ରଥ ) : ବାଲେଶ୍ବର ସଂସଦୀୟ କ୍ଷେତ୍ରରେ ଏଥର ତ୍ରିମୁଖୀ ଲଢେଇ । ବିଜେଡି-ବିଜେପି ଓ କଂଗ୍ରେସ ମଧ୍ୟରେ ହେବ ଫାଇଟ୍ । ଗତ ଥରର ବିଜେତା ରବୀନ୍ଦ୍ର ଜେନାଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ ବିଜେପି ପ୍ରାର୍ଥୀ ହୋଇଛନ୍ତି ବରିଷ୍ଠ ନେତା ପ୍ରତାପ ଷଡଙ୍ଗୀ । କଂଗ୍ରେସ ଏଥର ନୂଆ ମୁହଁ ଭାବେ ନବଜ୍ୟୋତି ପଟ୍ଟନାୟକଙ୍କୁ ମୈଦାନକୁ ଉତାରିଛି ।

{"id":102417}

ବଡସାହି, ଜଳେଶ୍ବର, ଭୋଗରାଇ, ବସ୍ତା, ବାଲେଶ୍ବର, ରେମୁଣା ଓ ନୀଳଗିରି ବିଧାନସଭା ଆସନକୁ ନେଇ ଗଠିତ ବାଲେଶ୍ବର ଲୋକସଭା ଆସନ । ଏଥର ସାଂସଦ ପ୍ରାର୍ଥୀ ଭାବେ ବାଲେଶ୍ବରରୁ ୧୩ ଜଣ ନାମାଙ୍କନ ଭରିଛନ୍ତି । କିନ୍ତୁ ଅସଲ ଲଢେଇ ତିନି ଦଳ ମଧ୍ୟରେ ହେବ ।

{"id":102422}

ବିଜେଡି ଗତ ଥରର ବିଜେତା ରବୀନ୍ଦ୍ର ଜେନାଙ୍କୁ ପୁଣି ପ୍ରାର୍ଥୀ କରିଥିବା ବେଳେ ଦ୍ବିତୀୟ ଥର ପାଇଁ ବିଜେପି ପ୍ରାର୍ଥୀ ହୋଇଛନ୍ତି ପ୍ରତାପ ଷଡଙ୍ଗୀ । ୨୦୧୪ରେ ୧ ଲକ୍ଷ ୪୧ ହଜାରରୁ ଅଧିକ ଭୋଟରେ ଜିତିଥିଲେ ରବୀନ୍ଦ୍ର । ବିଜେପି ସହ ତାଙ୍କର ଫାଇଟ୍ ହୋଇଥିଲା । କଂଗ୍ରେସ ପ୍ରାର୍ଥୀ ଶ୍ରୀକାନ୍ତ ଜେନା ୨ ଲକ୍ଷ ୭୭ ହଜାରରୁ ଅଧିକ ଭୋଟ ପାଇଥିଲେ । ଏଥର କଂଗ୍ରେସ ନୂଆ ମୁହଁ ଭାବେ ପ୍ରାର୍ଥୀ କରିଛି ନବଜ୍ୟୋତି ପଟ୍ଟନାୟକଙ୍କୁ । କଂଗ୍ରେସ-ବିଜେପି ଓ ବିଜେଡି ମଧ୍ୟରେ ଏଥର କଡା ମୁକାବିଲା ହେବ ।

{"id":102418}

୨୦୧୪ରେ ପ୍ରଥମ ଥର ନିର୍ବାଚନ ଲଢି ବିଜୟୀ ହୋଇଥିଲେ ରବୀନ୍ଦ୍ର ଜେନା । ୪ ଲକ୍ଷ ୩୩ ହଜାରରୁ ଅଧିକ ଭୋଟ ପାଇଥିଲେ । ଏଥର ମଧ୍ୟ ବିଜେଡିର ବିକାଶ, ନବୀନଙ୍କ ସ୍ବଚ୍ଛ ଶାସନକୁ ପାଥେୟ କରିବେ ଜିତିବାର ଆଶା ରଖିଛନ୍ତି ରବୀନ୍ଦ୍ର । ବିଜେପି ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ କିନ୍ତୁ ଦୀର୍ଘ ଦିନ ହେଲା ରାଜନୀତିରେ ଅଛନ୍ତି । ଦୁଇ ଥରର ନୀଳଗିରି ବିଧାୟକ । ସ୍ବଚ୍ଛ ଭାବମୂର୍ତ୍ତି ଏବଂ କେନ୍ଦ୍ରର ବିକାଶମୂଳକ ଯୋଜନାକୁ ପାଥେୟ କରି ନିର୍ବାଚନ ବୈତରଣୀ ପାର ହେବାର ଲକ୍ଷ୍ୟ ରଖିଛନ୍ତି । କଂଗ୍ରେସ ପ୍ରାର୍ଥୀ  ନବଜ୍ୟୋତି ପଟ୍ଟନାୟକ ରାଜନୀତିରେ ସଂପୂର୍ଣ୍ଣ ନୂଆ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ । ରବୀନ୍ଦ୍ର ଓ ପ୍ରତାପଙ୍କୁ କଡା ଟକ୍କର ଦେବେ ବୋଲି ସେ ବି ତୟାର ।

{"id":102419}

 ଚତୁର୍ଥ ପର୍ଯ୍ୟାୟ ଅର୍ଥା୍ତ୍ ଏପ୍ରିଲ ୨୯ ତାରିଖରେ ବାଲେଶ୍ବର ଲୋକସଭା ଆସନ ଓ ଏହା ଅନ୍ତର୍ଗତ ବିଧାନସଭା​‌ କ୍ଷେତ୍ରରେ ହେବ ଭୋଟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.