Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

କନ୍ଧମାଳ ଲୋକସଭା : ମଇଦାନରେ ଉପକୂଳର ଦୁଇ ହେଭିୱେଟ୍ ଅଚ୍ୟୁତ ଓ ଖାରବେଳଙ୍କ ସହ ମନୋଜଙ୍କ ଫାଇଟ୍

7/04/2019 at 6:46 PM

କନ୍ଧମାଳ ୭|୪ (ସୁନିଲ ପଟ୍ଟନାୟକ) : ଚଳିତ ନିର୍ବାଚନରେ ରାଜ୍ୟର ଯେଉଁ କେତୋଟି ଲୋକସଭା ଆସନ ଉପରେ ସାରା ରାଜ୍ୟର ନଜର ରହିଛି ତା ମଧ୍ୟରେ ଗୋଟିଏ ହେଉଛି କନ୍ଧମାଳ ଆସନ । ଏଠାରେ ଉପକୂଳ ଅଞ୍ଚଳର ଦୁଇ ହେଭିୱେଟ୍ ନେତା ବିଜେଡିର ଅଚ୍ୟୁତ ସାମନ୍ତ ଏବଂ ବିଜେପିର ଖାରବେଳ ସ୍ବାଇଁ ନିର୍ବାଚନ ଲଢୁଛନ୍ତି । ଏପ୍ରିଲ ୧୮ରେ ଏଠାରେ ଦ୍ବିତୀୟ ପର୍ଯ୍ୟାୟରେ ହେବ ନିର୍ବାଚନ ।

ଉପକୂଳରୁ ଉଡ଼ିଯାଇ କନ୍ଧମାଳରେ ବସିଲେ । ମୁହାଁମୁହିଁ ହୋଇଛନ୍ତି ବିଜେଡିର ଅଚ୍ୟୁତ ସାମନ୍ତ ଓ ବିଜେପିର ଖାରବେଳ ସ୍ବାଇଁ  ଓ କଂଗ୍ରେସର ମନୋଜ ଆଚାର୍ଯ୍ୟ । ରାଜ୍ୟସଭା ସାଂସଦ ଅଚ୍ୟୁତ ସାମନ୍ତ ।ଏବେ କନ୍ଧମାଳରେ ଅସଲ ପରୀକ୍ଷା ଦେଉଛନ୍ତି ।  କନ୍ଧମାଳର ଆଦିବାସୀ ଭୋଟରଙ୍କ ଉପରେ ଆଖି, ଖ୍ରୀଷ୍ଟିୟାନ ଭୋଟରଙ୍କ ଉପରେ ଆଖି । ଆଉ ବିଧାନସଭାରେ ବିଜେଡିର ବଳ ହିଁ ଭରସା। 

ସେପଟେ ଖାରବେଳ ବି ତାଙ୍କ ନିଜ ଦଳଛାଡ଼ି କନ୍ଧମାଳରେ  ପରୀକ୍ଷା ଦେଉଛନ୍ତି । ୨୦୦୮ ମସିହାରେ ଗଠନ ହୋଇଥିଲା କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀ । ୨୦୦୯ରେ ଏଠାରୁ ବିଜେଡିର ରୁଦ୍ରମାଧବ ରାୟ, ୨୦୧୪ରୁ ବିଜେଡିର ହେମେନ୍ଦ୍ର ସିଂହ ବିଜୟୀ ହୋଇଥିଲେ । ହେମେନ୍ଦ୍ରଙ୍କ ମୃତ୍ୟୁ ପରେ ଉପନିର୍ବାଚନରେ ତାଙ୍କ ପତ୍ନୀ ପ୍ରତ୍ୟୁଷା ରାଜେଶ୍ବରୀ ସିଂହ ବି ଜିତିଲେ। କିନ୍ତୁ ଏଥର ଖେଳ ଅଲଗା, ପ୍ରତ୍ୟୁଷା ବିଜେଡି ଛାଡ଼ି ବିଜେପି କ୍ୟାମ୍ପରେ । ବିଜେଡି ପ୍ରାର୍ଥୀଙ୍କୁ ହରାଇବାକୁ ସେ ପଣ କରିଛନ୍ତି। ତେଣୁ ଅଚ୍ୟୁତଙ୍କୁ  ଏଠି ଖୁବ୍‌ ଝାଳ ବୁହାଇବାକୁ ପଡୁଛି।

୨୦୧୪ରେ କନ୍ଧମାଳ ଲୋକସଭା ଅନ୍ତର୍ଗତ ବାଲିଗୁଡ଼ା, ଜି.ଉଦୟଗିରି, ଫୁଲବାଣୀ, କଣ୍ଟାମାଳ, ବୌଦ୍ଧ, ଦଶପଲ୍ଲା ଏବଂ ଭଞ୍ଜନଗର ଏ ୭ ବିଧାନସଭାରୁ କେବଳ ଜି ଉଦୟଗିରିରେ କଂଗ୍ରେସ ଜିତିଥିଲା ବାକି ୬ରେ ଜିତିଥିଲା ବିଜେଡି। ଏହା ସତ୍ତ୍ବେ ବି ଖାରବେଳଙ୍କ କାନ୍ଧରେ ଦାୟିତ୍ବ ଦେଇଛି ବିଜେପି। ଗୋଟିଏ ପଟେ ବିଜେଡିର ଅନ୍ତରଦ୍ବନ୍ଦ୍ବ ଦଳ ପାଇଁ ସମସ୍ୟା ହୋଇଛି, ସେପଟେ ଅସନ୍ତୁଷ୍ଟ ଆଶାୟୀ ନେତା ଓ କର୍ମୀଙ୍କୁ ମନାଇବାରେ ସଫଳ ହୋଇଛନ୍ତି, ଖାରବେଳ।

ଉଭୟ ଅଚ୍ୟୁତ ଓ ଖାରବେଳଙ୍କ ତୁଳନାରେ କଂଗ୍ରେସ ପ୍ରାର୍ଥୀ ମନୋଜ ଆଚାର୍ଯ୍ୟଙ୍କ ପାଖରେ ରହିଛି ଲୋକାଲ କାର୍ଡ। ମାଟି ପୁଅକୁ ଜିତାଇବା ସେ ଭୋଟରଙ୍କୁ ନିବେଦନ କରୁଛନ୍ତି ।

କନ୍ଧମାଳ ଲୋକସଭା ଆସନ ପାଇଁ ମୈଦାନରେ ୫ ଜଣ ପ୍ରାର୍ଥୀ ରହିଛନ୍ତି। ଏଠାରେ ଏପ୍ରିଲ ୧୮ ତାରିଖରେ ମତଦାନ ହେବ।

   Related Posts