Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ନନ୍ଦନକାନନରେ ତ୍ରିକୋଣୀୟ ପ୍ରେମ କାହାଣୀ : କଳା ବାଘ ଭିକି ପ୍ରେମ ପାଇଁ ୨ ଧଳା ବାଘୁଣୀ ଭଉଣୀଙ୍କ ଭିତରେ ଫାଇଟିଂ

5/02/2019 at 6:54 PM

ଭୁବନେଶ୍ବର ୫|୨; ନନ୍ଦନକାନନରେ ବାଘ ଭଉଣୀଙ୍କ ମଧ୍ୟରେ ଲଢେଇ ।  କଳା ବାଘ ଭିକି ପାଇଁ ମୌସୁମୀ ଓ ଚିନୁ ମଧ୍ୟରେ ଘମାଘଟ ଲଢେଇ ହେଖିବାକୁ ମିଳିଛି । ମୌସୁମୀର ଆକ୍ରମଣରେ  ଚିନୁର ଡାହାଣ ଗୋଡରେ କ୍ଷତ ହୋଇଥିବା ବେଳେ ତାର ଚିକିତ୍ସା ଚାଲିଛି। ସେପଟେ ଟିଟିଲାଗଡର ବଡ଼ମାଳ ଗୋଳାବାରୁଦ କାରଖାନା ନିକଟସ୍ଥ ଜଙ୍ଗଲରୁ ଏକ କଲରାପତରିଆ ବାଘର ମୃତଦେହ ଉଦ୍ଧାର ହୋଇଛି । ବାର୍ ହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ଆଘାତରେ ତାର ମୃତ୍ୟୁ ହୋଇଥିବା  ସନ୍ଦେହ କରାଯାଉଛି ।….

ନନ୍ଦନକାନନରେ ତ୍ରିକୋଣୀୟ ପ୍ରେମ କାହାଣୀ ।  କଳା ବାଘ ଭିକି ପ୍ରେମରେ ପଡିଛନ୍ତି ୨ ଧଳା ବାଘୁଣୀ ଭଉଣୀ, ମୌସୁମୀ ଓ ଚିନୁ । ଭିକି ପାଇଁ ପାଗଳ ୨ ଭଉଣୀଙ୍କ ମଧ୍ୟରେ ଘମାଘୋଟ ଲଢେଇ ହୋଇଛି।  ପ୍ରଥମେ ତାର ଜାଲି ସେପଟେ ଭିକିକୁ ଦେଖି ମୌସୁମୀ ତା ନିକଟକୁ ଯାଇଥିଲା । ପରେ ପରେ ଭିକି ପ୍ରତି ଆକର୍ଷିତ ହୋଇ ମାଡି ଆସିଥିଲା ଚିନୁ ।  ବାସ୍ ଏହା ପରେ କାହାଣୀରେ ଆସିଲା ଟ୍ବିଷ୍ଟ । ଭିକି ପାଖରେ ଚିନୁକୁ ଦେଖି ଝାମ୍ପ ମାରିଥିଲା ମୌସୁମୀ । ବେଶ କିଛି ସମୟ ଧରି ଉଭୟଙ୍କ ଭିତରେ ଚାଲିଲା ଘମାଘଟ ଲଢେଇ। କେହି କାହାକୁ ଛାଡିବାକୁ ନାରାଜ । ମୌସୁମୀର ଆକ୍ରମଣରେ ଲହୁଲୁହାଣ ହୋଇଛି ଚିନୁ ।  ତାର ପଛ ପଟ ଡାହାଣ ଗୋଡକୁ ମୌସୁମୀ କାମୁଡି ଦେବାରୁ ଗୋଡରେ କ୍ଷତ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ନନନ୍ଦନକାନନ କର୍ମଚାରୀ ପହଞ୍ଚି ମୌସୁମୀକୁ ଘଉଡାଇଥିଲେ। ଆହତ ଚିନୁକୁ ଟ୍ରାଙ୍କୁଲାଇଜ କରି ସ୍ବତନ୍ତ୍ର ଏନକ୍ଲୋଜରରେ ଆଣାଯାଇ ଚିକିତ୍ସା କରାଯାଉଛି।

ସେପଟେ ଟିଟିଲାଗଡ ବଡ଼ମାଳ ଗୋଳାବାରୁଦ କାରଖାନା ୧ ନମ୍ବର ଗେଟ୍‌କୁ ଲାଗି ରହିଥିବା  ଜଙ୍ଗଲରୁ ମିଳିଛି ଏକ କଲରାପତରିଆ ବାଘର ମୃତଦେହ । ୨ ବର୍ଷର ବୟସ୍କ ଏହି ବାଘ କିଛି ଦିନ ତଳେ ଏହି ଅଞ୍ଚଳରେ ବୁଲୁଥିଲା । ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ଆଘାତରେ ତାର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ସେପଟେ ଡିଏଫଓ କହିଛନ୍ତି ବାଘର ସ୍ବାଭାବିକ ମୃତ୍ୟୁ ହୋଇଛି। 

ବାଘ ସଂରକ୍ଷଣ ପାଇଁ ରାଜ୍ୟ ସରକାର ଚିନ୍ତିତ । ହେଲେ ଗତ କିଛି ଦିନ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ବାଘଙ୍କ  ଅସ୍ବାଭାବିକ ମୃତ୍ୟୁ ପରେ ସେମାନଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଠି ହୋଇଛି । 

   Related Posts