ଖୋଲିଲା ଦୀପାଳିଙ୍କ ଫୋନ୍‌ର ଲକ୍ : ହ୍ବାଟ୍‌ସଆପ୍ ଚାଟ୍‌ରୁ ମିଳିଲା ରହସ୍ୟଜନକ ମୃତ୍ୟୁ ପଛର କାରଣ ସମ୍ପର୍କରେ ବହୁ ତଥ୍ୟ, ତ୍ରିକୋଣୀୟ ପ୍ରେମ କାହାଣୀ ସନ୍ଦେହ

Published By : Prameya-News7 Bureau | October 25, 2019 IST

ଭୁବନେଶ୍ବର ୨୫|୧୦: ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିବା ଭୁବନେଶ୍ବରର ମହିଳା ଆଇନଜୀବୀ ଦୀପାଳି ପ୍ରିୟଦର୍ଶନୀଙ୍କ ଦୁଇଟି ଫୋନର ଲକ ଖୋଲିବାରେ ପୋଲିସ ସଫଳ ହୋଇଛି । ଏହି ଫୋନର ଲକ ଖୋଲିବା ପରେ ଦୀପାଳି ଓ ତାଙ୍କ ପୁରୁଷ ବନ୍ଧୁ ବିକ୍ରମ ମିଶ୍ର ମଧ୍ୟରେ ହୋଇଥିବା ହ୍ବାଟ୍ସଆପ ଚାଟ୍‌ ମଧ୍ୟ ପୋଲିସ ଦେଖିବାରେ ସକ୍ଷମ ହୋଇଛି । ଏହି ଚାଟ୍‌ ରୁ ଦୀପାଳି ଆତ୍ମହତ୍ୟା ପଛର କାରଣ ଧୀରେ ଧୀରେ ଜଣାପଡୁଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି ।

ତେବେ ଏହି ଚାଟ୍‌ରେ କଣ ଏମିତି ରହିଛି ଯାହା ଦେଖିବାପରେ ପୋଲିସକୁ ଆତ୍ମହତ୍ୟା ପଛର କାରଣ ସମ୍ପର୍କରେ ସୂଚନା ଦେଉଛି ତାହା ସ୍ପଷ୍ଟ ଜଣାପଡି ନାହିଁ । ତେବେ ଦୀପାଳିଙ୍କ ପୁରୁଷ ବନ୍ଧୁ ବିକ୍ରମ ମିଶ୍ରଙ୍କ ଆଉ କାହା ସହ ସମ୍ପର୍କ କାରଣରୁ ଦୀପାଳି ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ତ୍ରିକୋଣୀୟ ପ୍ରେମ କାହାଣୀ ଆତ୍ମହତ୍ୟା ପଛର କାରଣ ବୋଲି ଚର୍ଚ୍ଚା ହେଉଛି ।

ତେବେ ବୀପାଳିଙ୍କ ପୁରୁଷ ବନ୍ଧୁ ବିକ୍ରମ ନମିଳିବା ଯାଏଁ ଆତ୍ମହତ୍ୟା ପଛର ରହସ୍ୟ ଉପରୁ ପରଦା ହଟିବା ସମ୍ଭବ ନୁହେଁ ବୋଲି ସଂପୃକ୍ତ ପୋଲିସ ଅଧିକାରୀ କହିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ୧୯ତାରିଖ ରାତି ୮ଟାରୁ ୧ଟା ମଧ୍ୟରେ ମହିଳା ଆଇନଜୀବୀ ଦୀପାଳି ପ୍ରିୟଦର୍ଶନୀ ତାଙ୍କ ଲିଙ୍ଗିପୁର ଇନ୍ଦିରାନଗରରେ ଥିବା ଘରେ ବେକରେ ଓଢଣୀ ବାନ୍ଧି ଆତ୍ମହତ୍ୟା କରିଥିଲେ ।

ଆତ୍ମହତ୍ୟା ପୂର୍ବରୁ ପୁରୁଷ ବନ୍ଧୁ ବିକ୍ରମ ତାଙ୍କ ପାଖରେ ଥିଲେ । ତେବେ ବିକ୍ରମ ବାହାରକୁ ଯାଇଥିବାବେଳେ ଦୀପାଳି ଭିତରପଟୁ କବାଟ ବନ୍ଦ କରି ଆତ୍ମହତ୍ୟା କରିଥିଲେ । ପୋଲିସ ତା ପରଦିନ ଶବ ଜବତ କରିବାପରେ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସପିଟାଲକୁ ପଠାଇଥିଲା । ଏହାପରେ ଧଉଳି ପୋଲିସ ଘଟଣାର ତଦନ୍ତ କରୁଥିଲା । ଦୀପାଳିଙ୍କୁ ସୁଚିନ୍ତିତଭାବେ ପୁରୁଷ ବନ୍ଧୁ ବିକ୍ରମ ହତ୍ୟା କରିଛି ବୋଲି ଦୀପାଳିଙ୍କ ଦୁଇଭଉଣୀ ଅଭିଯୋଗ କରିଥିଲେ । ତେବେ ଗତକାଲି ଶବ ବ୍ୟବଚ୍ଛେଦ ରିପୋର୍ଟ ପୋଲିସର ହସ୍ତଗତ ହୋଇଛି । ଏଥିରେ ଦୀପୀଳି ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଛି ।

ତେବେ କେଉଁ କାରଣ ଯୋଗୁଁ ଦୀପାଳି ଆତ୍ମହତ୍ୟା କଲେ ସେ ନେଇ ପୋଲିସ ଏବେ ଅନୁସଂଧାନ କରୁଛି । ଘଟଣାସ୍ଥଳରୁ ଜବତ ହୋଇଥିବା ଦୀପାଳିଙ୍କ ଦୁଇଟି ଫୋନର ଲକ୍‌ ପୋଲିସ ଖୋଲିବାରେ ସକ୍ଷମ ହେବାପରେ ପୋଲିସକୁ ହତ୍ୟାକାଣ୍ଡ ପଛର କାରଣ ସମ୍ପର୍କରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଥିବା କୁହାଯାଉଛି । ଘଟଣା ଘଟିବା ପରଠାରୁ ଦୀପାଳିଙ୍କ ପୁରୁଷ ବନ୍ଧୁ ବିକ୍ରମ ଫେରାର ଅଛି । ସେ ଜଣେ କସମେଟିକ ବ୍ୟବସାୟୀ । ବାଲେଶ୍ବରରେ ବ୍ୟବସାୟ କନ୍ତି । ଦୀର୍ଧ ଦିନ ହେଲା ଦୀପାଳିଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା ଷ ସେ ପ୍ରତି ଶନିବାର ଦୀପାଳିଙ୍କ ସାକ୍ଷାତ କରିବାକୁ ବାଲେଶ୍ବରରୁ ଭୁବନେଶ୍ବର ଆସୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.