Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ବଲାଙ୍ଗୀରରେ ପୁଣି ଭାଉଜ-ଦିଅର ମୁହାଁମୁହିଁ, ମଉକା ଅପେକ୍ଷାରେ ସମରେନ୍ଦ୍ର

23/03/2019 at 3:34 PM

ବଲାଙ୍ଗୀର ୨୩|୩ : ବଲାଂଗୀର ଲୋକସଭା ଆସନ ପାଇଁ ତିନି ପ୍ରମୁଖ ଦଳର ପ୍ରାର୍ଥୀ ତାଲିକା ପ୍ରକାଶ ପାଇସାରିଛି। ବଲାଙ୍ଗୀର ଆସନ ପାଇଁ ବିଜେଡିରୁ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ, ବିଜେପିରରୁ ତିନି ଥର ସାଂସଦ ହୋଇଥିବା ପୂର୍ବତନ ସାଂସଦ ସଂଗୀତା ସିଂଦେଓ ଓ କଂଗ୍ରେସରୁ ନରସିଂହ ମିଶ୍ରଙ୍କ ପୁଅ ତଥା ଏଆଇସିସିର ସଦସ୍ୟ ଓ ପିସିସିର ବରିଷ୍ଠ ମୁଖପାତ୍ର ସମରେନ୍ଦ୍ର ମିଶ୍ର ପ୍ରାର୍ଥୀ ହୋଇଛନ୍ତି । ଚଳିତ ନିର୍ବାଚନରେ ଦିଅର-ଭାଉଜଙ୍କୁ କଡା ଟକ୍କର ଦେବେ ସମରେନ୍ଦ୍ର ମିଶ୍ର । ନୂଆ ମୁହଁ ଭାବେ ଚଳିତ ଥର ସମରେନ୍ଦ୍ର ନିର୍ବାଚନରେ ଓହ୍ଲାଇଥିବା ବେଳେ ଏଥର ତ୍ରିମୁଖୀ ଲଢ଼େଇ ହେବା ନେଇ ଚର୍ଚ୍ଚା ଜୋର ଧରିଛି ।

ବିଜେଡ଼ିରୁ ପ୍ରାର୍ଥୀ ହୋଇଛନ୍ତି କଳିକେଶ ନାରାୟଣ ସିଂ ଦେଓ । ବିଜେଡିରୁ ଲଗାତାର ଦୁଇ ଦୁଇ ଥର ବଲାଂଗୀର ସାଂସଦ ହୋଇଥିବା କଳିକେଶ ନାରାୟଣ ସିଂ ଦେଓ ନିଜର ପାରମ୍ପରିକ ବିରୋଧୀ ତଥା ବଲାଂଗୀର ଲୋକସଭା ଆସନରୁ ତିନି ତିନି ଥର ସାଂସଦ ହୋଇଥିବା ଭାଉଜ ସଂଗୀତା ସିଂଦେଓଙ୍କ ଭିତରେ କଡା ଟକ୍କର ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । କଳିକେଶ ବଲାଂଗୀର ଲୋକସଭା ସିଟରୁ ୨୦୦୯ ଓ ୨୦୦୧୪ରେ ନିର୍ବାଚନ ଲଢ଼ି ଭାଉଜ ସଂଗୀତାଙ୍କୁ ବିପୁଳ ଭୋଟ୍ ବ୍ୟବଧାନରେ ପରାସ୍ତ କରିବାରେ ସକ୍ଷମ ହୋଇଥିଲେ ।

ସେହିପରି ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ବଲାଂଗୀରର ପୂର୍ବତନ ସାଂସଦ ସଂଗୀତା ସିଂ ଦେଓ । ବିଜେପିର ବରିଷ୍ଠ ନେତା କନକ ବର୍ଦ୍ଧନ ସିଂ ଦେଓ ତଥା ବଲାଂଗୀରର ପୂର୍ବତନ ସାଂସଦ ସଂଗୀତା ସିଂ ଦେଓଙ୍କୁ ଏଥର ପୁଣି ଭରସା କରିଛି ଦଳ। ସଂଗୀତା ସିଂଦେଓ ବଲାଂଗୀର ଲୋକସଭା ସିଟରୁ ୧୯୯୮, ୧୯୯୯ ଓ ୨୦୦୪ରେ ନିର୍ବାଚନ ଜିତି ସାଂସଦ ହୋଇଥିଲେ। ପରେ ଦିଅର କଳିକେଶ ବିଜେଡି ସିଟରୁ ନିର୍ବାଚନ ଲଢ଼ିବା ପରେ ଗୋଟିଏ ପ୍ରକାର ରାଜନିତୀରୁ ସନ୍ୟାସ ନେଇଥିଲେ ସଂଗୀତା ସିଂଦେଓ।  

ଅନ୍ୟପଟେ ନୂଆ ମୁହଁ ହିସାବରେ ପ୍ରଥମ ଥର ପାଇଁ କଂଗ୍ରେସ ଟିକେଟ ପାଇଥିବା ସମରେନ୍ଦ୍ର ଏଥର ଲଢ଼ିବେ ଦିଅର-ଭାଉଜଙ୍କ ସହ। ରାଜନିତୀକୁ ପ୍ରଥମ ଥର ପ୍ରବେଶ କରିଥିବା ସମରେନ୍ଦ୍ର ଏଥର ଟକ୍କର ଦେବାକୁ ଯାଉଛନ୍ତି ଦିଅର-ଭାଉଜଙ୍କ ଯୋଡିକୁ। ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ପୁଅ ତଥା ଏଆଇସିସିର ସଦସ୍ୟ ସମରେନ୍ଦ୍ରଙ୍କୁ  ୨୦୦୪ ମସିହାରୁ ନିର୍ବାଚନ ପାଇଁ ପ୍ରୋଜେକ୍ଟ କରିଆସୁଥିଲେ।

ତେବେ ବଲାଙ୍ଗୀର ଲୋକସଭା ଆସନ ପାଇଁ ଲଢେଇ ଜୋରଦାର ହେବାକୁ ଥିବାବେଳେ ଆସନ କିଏ ହାତେଇବ ତାଉପରେ ସମସ୍ତଙ୍କ ନଜର ରହିଛି ।

   Related Posts