ଭାରତରେ କରୋନା ଔଷଧର ଟ୍ରାଏଲକୁ ମିଳିଲା ମଞ୍ଜୁରୀ, ଅତିଶୀଘ୍ର ଆସିବ ଭଲ ଖବର

Published By : Prameya-News7 Bureau | May 08, 2020 IST

ନୂଆଦିଲ୍ଲୀ, ୦୮|୦୫: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଏହି ଭାଇରସର ପ୍ରତିକାର ପାଇଁ ବୈଜ୍ଞାନିକ ଓ ବିଶେଷଜ୍ଞମାନେ ପରୀକ୍ଷା ନିରୀକ୍ଷା ଚଳାଇଛନ୍ତି । ଏହାର ଭାକସିନ୍ ଓ ଔଷଧ ପ୍ରସ୍ତୁତ କରିବା ପାଇଁ ସେମାନେ ଦିନରାତି ଲାଗିପଡିଛନ୍ତି । ଏହା ମଧ୍ୟରେ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ ଫାଭିପିରାବିର୍ ନାମକ ଏକ ଆଣ୍ଟି ଭାଇରାଲ୍ ଓଷଧକୁ ଦେଶରେ ଟ୍ରାଏଲ୍ କରିବା ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୈଜ୍ଞାନିକ ଓ ଔଦ୍ୟଗିକ ଅନୁସନ୍ଧାନ ପରିଷଦ ବା ସିଏସଆଇଆର୍ ଏହାର ମଞ୍ଜୁରୀ ମିଳିବା  ପରେ ଆଗାମୀ ସପ୍ତାହରେ ଟ୍ରାଏଲ୍ ଆରମ୍ଭ କରିବ ବୋଲି ନିଷ୍ପତ୍ତି ନେଇଛି ।

ସିଏସଆଇଆରର ମହାନିର୍ଦ୍ଦେଶକ ଡ. ଶେଖର ମାଣ୍ଡେ କହିଛନ୍ତି ଯେ, ଫାଭିପିରାବିର୍ ଏପରି ଏକ ଔଷଧ ଯାହା ଏନଫ୍ଲୁଏଞ୍ଜା ବିରୋଧରେ କାର୍ଯ୍ୟ କରିଥାଏ । ଭାରତ ସମେତ ଅନେକ ଦେଶରେ ଏହାର ପ୍ରୟୋଗ କରାଯାଉଛି । ଏହା କରୋନା ଭାଇରସ ବିରୋଧରେ ଲଢିବ ବୋଲି ଆଶା କରାଯାଉଛି । ଏଥିପାଇଁ ସିଏସଆଇଆର ଓ ଅନ୍ୟ ଏକ କମ୍ପାନୀ ମଞ୍ଜୁରୀ ମାଗିଥିଲା । କେବଳ ଆଇସିଏସଆରକୁ ଅନୁମତି ମିଳିଛି । ଆସନ୍ତା ସପ୍ତାହରେ ଏହାର କାମ ଆରମ୍ଭ ହେବ ବୋଲି ସେ ଆଶା ରଖିଛନ୍ତି । ଏଅତିଶୀଘ୍ର ଭଲ ଖବର ମିଳିବ ବୋଲି ଆଶା ମଧ୍ୟ କରାଯାଉଛି ।

wp:core-embed/twitter {"url":"https://twitter.com/ANI/status/1258677874829062144?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1258677874829062144\u0026ref_url=https%3A%2F%2Fhindi.news18.com%2Fnews%2Fnation%2Fapproval-for-favipiravir-drug-trial-in-india-csir-said-it-will-soon-give-good-news-3093751.html","type":"rich","providerNameSlug":"twitter","className":""}
https://twitter.com/ANI/status/1258677874829062144?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1258677874829062144&ref_url=https%3A%2F%2Fhindi.news18.com%2Fnews%2Fnation%2Fapproval-for-favipiravir-drug-trial-in-india-csir-said-it-will-soon-give-good-news-3093751.html
/wp:core-embed/twitter

ସେ ଆହୁରି କହିଛନ୍ତି ଯେ, ଫାବିପିରାବିର ଏକ ସୁରକ୍ଷିତ ଔଷଧ । ଏହାର ଟ୍ରାଏଲରେ ସିଧା ଫେଜ୍ ୨ ପରୀକ୍ଷଣ ଆରମ୍ବ କରାଯିବ ।  ଏହାର ଟ୍ରାଏଲ୍ ଗୋଟିଏ ମାସରେ ପୂରଣ ହୋଇଯିବ । ଯଦି ଟ୍ରାଏଲର ଫଳାଫଳ ସକରାତ୍ମକ ଆସେ ତେବେ ଏଥିରୁ କରୋନା ବିରୋଧରେ ଲଢେଇ କରୁଥିବା ଔଷଧ ପ୍ରସ୍ତୁତ କରାଯାଇ ପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.