ମଣିଷ ଚାଲାଣ ଉଦ୍ୟମ
2/08/2018 at 4:44 PM

ଉଚ୍ଚତା ଅନୁସାରେ ଲକ୍ଷାଧିକ ଟଙ୍କା ମିଳିବା ଆଶା ଦେଖାଇ ଗଂଜାମ ପାଟପୁର ଥାନା ଖଲିଙ୍ଗି ଗାଁରୁ ମଣିଷ ଚାଲାଣ ଉଦ୍ୟମ ଅଭିଯୋଗ । ଗାଆଁକୁ ଜଣେ ପୁରୁଷ ଏବଂ ଦୁଇ ଜଣ ସ୍ତ୍ରୀ ଲୋକ ଆସିଥିଲେ । ଦୁଇ ଜଣଙ୍କ ଘରକୁ ସେମାନଙ୍କ ଉଚ୍ଚତା ହଠାତ୍ ମାପିବା ଆରମ୍ଭ କରିଥିଲେ । ପାଞ୍ଚ ଫୁଟ କିମ୍ବା ଛଅ ଫୁଟ ଉଚ୍ଚତା ଥିଲେ ୫ ଲକ୍ଷ ଟଙ୍କା ମିଳିବ ବୋଲି କହିଥିଲେ । ଭୁବନେଶ୍ବରରେ ଏକ ବିଷ୍ଣୁ ମନ୍ଦିର ନିର୍ମାଣ ହେବ। ସେହି ମନ୍ଦିର ସମ୍ମୁଖରେ କେବଳ ଠିଆ ହୋଇ ଆସିଲେ ୫ ଲକ୍ଷ ଟଙ୍କା ମିଳିବ ବୋଲି କହିଥିଲେ ତିନି ଜଣ ଯାକ । କାର୍ ରେ ଭୁବନେଶ୍ବର ନେବୁ ପୁଣି ଗାଆଁରେ କାର୍ ରେ ଆଣି ଛାଡିଦେବୁ ବୋଲି କହିଥିଲେ ଏମାନେ । ଉଚ୍ଚତା ଅନୁସାରେ ଟଙ୍କା ମିଳିବା ପ୍ରଲୋଭନ ଦେଖାଇ ଦୁଇଜଣ ମହିଳାଙ୍କୁ ଗାଆଁରୁ ନେବା ପାଇଁ ଚେଷ୍ଟା କରିଥିଲେ। ଏହି ଖବର ଜାଣିବା ପରେ ସନ୍ଦେହ ହେବାରୁ ପୁଲିସ୍ କୁ ଖବର ଦେଇଥିଲେ ଗାଁ ଲୋକେ । ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ତିନିଜଣଙ୍କୁ ଥାନାକୁ ନେଇ ଘଟଣାର ଅନୁସନ୍ଧାନ କରୁଛି । ଏହି ଘଟଣା ପରେ ଗାଆଁରେ ଏବେ ଭୟର ବାତାବରଣ ।