ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଖେଳିବେ ନାହିଁ ବୋଲ୍ଟ, ଭାରତ ସହ ମୁକାବିଲା ପାଇଁ ନେଲେ ଏହି ନିଷ୍ପତ୍ତି

Published By : Prameya-News7 Bureau | June 01, 2021 IST

ନୂଆଦିଲ୍ଲୀ ୦୧।୦୬: ଭାରତ ବିପକ୍ଷ ବିଶ୍ଵ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ମୁକାବିଲା ପୂର୍ବରୁ ନ୍ୟୁଜିଲାଣ୍ଡ ଘରୋଇ ଇଂଲଣ୍ଡ ବିପକ୍ଷରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ମାତ୍ର ଏହି ସିରିଜ୍‌ରେ କିଓ୍ଵି ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ଖେଳିବାର ସମ୍ଭାବନା ଖୁବ୍ କମ ରହିଛି। ଏହାର କାରଣ ନ୍ୟୁଜିଲାଣ୍ଡ ଜୁନ ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ହେବାକୁ ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ମୁକାବିଲା ପାଇଁ ବୋଲ୍ଟ ନିଜକୁ ଫିଟ୍ ରଖିବାକୁ ଚାହୁଁଛନ୍ତି।

ବୋଲ୍ଟ ଶୁକ୍ରବାର ଇଂଲଣ୍ଡ ପହଞ୍ଚିବେ। ସେ ନିଜ ଘର ନିକଟରେ ସପ୍ତାହେ ଧରି ଅଭ୍ୟାସ୍ କରିଛନ୍ତି। ନ୍ୟୁଜିଲାଣ୍ଡ କୋଚ୍ ଗ୍ୟାରୀ ଷ୍ଟଡ୍ କହିଛନ୍ତି,  ବୋଲ୍ଟଙ୍କୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଦେଖିବାକୁ ପାଇ ନପାରନ୍ତି। ଆମେ ବୋଲ୍ଟଙ୍କ ସହ ଅଛୁ। ସେ ଭାରତ ବିପକ୍ଷ ବିଶ୍ଵ ଟେଷ୍ଟ ଚାମ୍ପିଅନସିପ୍ ପାଇଁ ନିଜକୁ ପ୍ରସ୍ତୁତ କରୁଥିବା କୋଚ୍ କହିଛନ୍ତି।

କୋଚ୍ କହିଛନ୍ତି, ଆଇପିଏଲ ସ୍ଥଗିତ ହେବା ଯୋଗୁଁ  ବୋଲ୍ଟ ଘରେ ଆଇସୋଲେସନରେ ରହିଲେ ଏବଂ ଏହି ସମୟରେ ଜୋରଦାର ବୋଲିଂ ଅଭ୍ୟାସ୍ କରିଥିଲେ। ବୋଲ୍ଟ ନିଜକୁ ଫିଟ୍ ରଖିବା ସହ ମାନସିକ ଭାବେ ସୁସ୍ଥ ରହିବାକୁ ଚାହୁଁଥିବା ସେ କହିଛନ୍ତି।

ଅପରପକ୍ଷେ ବିରାଟ କୋହଲିଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଜୁନ ୨ରେ ମୁମ୍ବାଇରୁ ଇଂଲଣ୍ଡ ଅଭିମୁଖେ ଗସ୍ତ କରି ଜୁନ ୩ରେ ସେଠାରେ ପହଞ୍ଚିବେ। ଏଥିସହ ଦଳକୁ ସାଉଥମ୍ପଟନରେ ବାଧ୍ୟତାମୂଳକ କ୍ଵାରେଣ୍ଟାଇନ୍‌ରେ ରହିବାକୁ ପଡିବ। ଦଳ ସିଧାସଳଖ ଜୁନ ୧୮ରେ ଟେଷ୍ଟ ପାଇଁ ମଇଦାନକୁ ଓହ୍ଲାଇବ। ଅନ୍ୟପଟେ ନ୍ୟୁଜିଲାଣ୍ଡ ପାଇଁ ଇଂଲଣ୍ଡ ବିପକ୍ଷ ଦୁଇ ଟେଷ୍ଟ ଅଭ୍ୟାସ୍ ମ୍ୟାଚ୍ ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.