ଏବେ ଟପ୍ ଫ୍ୟାସନରେ ରହିଛି ଏହିଭଳି ସ୍ଲିଭର ବ୍ଲାଉଜ୍, ବେଶ ମାନିବ ଆପଣଙ୍କୁ
29/07/2019 at 11:18 PM

ଆଜିକାଲି ଲେହେଙ୍ଗାର ଚୋଲି ହେଉ ଅଥବା ଶାଢିର ବ୍ଲାଉଜ୍, ଏଥିରେ ଷ୍ଟାଇଲ ଉପରେ ବିଶେଷ ଫୋକସ କରାଯାଉଛି। ଗତବର୍ଷ ବ୍ଲାଉଜ୍ ରେ ଟେସଲ୍ସ ଓ ଫ୍ରିଞ୍ଜେଜ୍ ଖୁବ୍ ପ୍ରଚଳିତ ଥିଲା। ତେବେ ଚଳିତବର୍ଷ ରଫଲ, ବେଲୁନ, ସିୟର ଓ ବେଲ ସ୍ଲିଭ ଥିବା ବ୍ଲାଉଜ୍ ବ୍ରାଇଡାଲ ହେଉ ବା କାଜୁଆଲରେ ବି ବେଶ୍ ପସନ୍ଦ କରାଯାଉଥିବା ଦେଖା ଯାଉଛି। ଯଦି ଆପଣବି ଫ୍ୟାସନ ଏକ୍ସପିରିମେଣ୍ଟ କରିବାକୁ ପ୍ରସ୍ତୁତ ତେବେ ଏଥର ସାଢୀକୁ ଏହି ଟ୍ରେଣ୍ଡି ଓ ଷ୍ଟାଇଲିସ୍ ସ୍ଲିଭ ଥିବା ବ୍ଲାଉଜ୍ ସହ ଟିମଅପ କରନ୍ତୁ।
ସିୟର ପଫ ସ୍ଲିଭ ବ୍ଲାଉଜ୍

ବ୍ଲାଉଜ୍ ରେ ପଫ୍ ସ୍ଲିଭ ଟ୍ରେଣ୍ଡ ବହୁତ ପୁରୁଣା। ତଥାପି ଆଧୁନିକ ଫ୍ୟାସନରେ ବି ତାର ପ୍ରଚଳନ ରହିଛି। ବ୍ରାଇଡାଲ ଲୁକ୍ ହେଉ ଅଥବା କାଜୁଆଲ, କିଛି ନୂଆ ଟ୍ରାୟଲ କରିବାକୁ ଚାହୁଁଥିଲେ ପଫରେ ସିୟର ଫେବ୍ରିକର ବ୍ୟବହାର କରନ୍ତୁ। ଦେଖିବେ ଖୁବ୍ କ୍ଲାସି ଲାଗିବେ। ଏହାକୁ ଆପଣ ଲେହେଙ୍ଗା ସହିତ ବି ପିନ୍ଧିପାରିବେ। ଯାହା ଆପଣଙ୍କୁ ଖୁବ୍ ମାନିବ।
ବେଲସ୍ଲିଭ ବ୍ଲାଉଜ୍

ଷ୍ଟାଇଲ ସାଙ୍ଗକୁ ଆରାମର ବେଷ୍ଟ କମ୍ବିନେସନ କହିଲେ ସମସ୍ତେ ବୁଝନ୍ତି ବେଲ ସ୍ଲିଭ ବ୍ଲାଉଜ୍ କୁ। ଏଥିରେ ସ୍ଲିଭର ଲମ୍ବା ଆପଣଙ୍କୁ ଆରାମ ଲାଗିବା ଅନୁସାରେ ରଖନ୍ତୁ। ଉପରୁ ନର୍ମାଲ ଫିଟିଙ୍ଗରେ ଥିବା ଏହି ବ୍ଲାଉଜ୍ ର ସ୍ଲିଭ ତଳ ଆଡକୁ ବେଲ ଆକାରର ହୋଇଥାଏ। ଯାହାକୁ ଆପଣ ସାଢୀରେ ବ୍ଲାଉଜ୍ ଓ ପ୍ୟାଣ୍ଟରେ ଟପ୍ ଭଳି ମଧ୍ୟ ବ୍ୟବହାର କରିପାରିବେ। ପିନ୍ଧିବାକୁ ଆରାମ ଲାଗିବା ସହ ଟ୍ରେଣ୍ଡି ମଧ୍ୟ ହେବ।
ବେଲୁନ ସ୍ଲିଭ ବ୍ଲାଉଜ୍

ବେଲୁନ ସ୍ଲିଭରେ ମଝିରେ ଅଧିକ କପଡା ରହେ। ଯାହା ଫୁଲି ରହିବା ଭଳି ଦେଖାଯାଏ। ଏହି ବ୍ଲାଉଜର ଲୁକ୍ ମଧ୍ୟ ଅନ୍ୟ ବ୍ଲାଉଜ୍ ତୁଳନାରେ ଭିନ୍ନ। ଏଭଳି ବ୍ଲାଉଜ୍ ପାଇଁ ଫେବ୍ରିକ୍ ଆପଣ ସାଢୀ ହିସାବରେ ବାଛି ପାରନ୍ତି। ସାଢୀ ଯଦି ଓଜନଦାର ଥାଏ ତେବେ ଲାଇଟ୍ ଫେବ୍ରିକର ବ୍ଲାଉଜ ସିଲେଇ କରିପାରନ୍ତି। ଆଉ ଯଦି ଲାଇଟ କଲର ସାଢୀ ହୋଇଥାଏ ତେବେ ଟିକେ ମୋଟା ଫେବ୍ରିକୁ ଏହିଭଳି ଭାବେ ବ୍ୟବାହର କଲେ କିଛି ଅସୁବିଧା ନାହିଁ।
ଫ୍ରିଲ ସ୍ଲିଭ ବ୍ଲାଉଜ୍

ସାଢୀ ସହିତ ଫ୍ରିଲ ସ୍ଲିଭ ବ୍ଲାଉଜର କମ୍ବିନେସନ ଖୁବ୍ ଷ୍ଟାଇଲିସ ଲାଗେ। ଏଥିରେ ଆପଣ ସାର୍ଟ ଲେଂଥ ସହ ଲଙ୍ଗ ସ୍ଲିଭ ବି ଟ୍ରାଏ କରିପାରନ୍ତି।
ଲେୟର୍ଡ ସ୍ଲିଭ ବ୍ଲାଉଜ୍

ଯଦି ଆପଣ ଲେୟର୍ଡ ବ୍ଲାଉଜ୍ ସିଲେଇ କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଆପଣ ଲାଇଟ୍ କଲରର ଫେବ୍ରିକ ବାଛନ୍ତୁ। ମଲ୍ଟି ଲେୟର ବ୍ଲାଉଜରେ ଆପଣ ଆପଣଙ୍କ ପସନ୍ଦର ଡିଜାଇନ, ଏମ୍ବ୍ରଡରି ଏବଂ ବିଡସ୍ ଭଳି ଅପସନ ଗୁଟିକର ମଧ୍ୟ ଟ୍ରାଏ କରିପାରନ୍ତି।
ସିୟର ଲଙ୍ଗସ୍ଲିଭ ବ୍ଲାଉଜ୍

ଲଙ୍ଗସ୍ଲିଭ ବ୍ଲାଉଜ୍ ରେ ଆପଣ ସିୟର ପାର୍ଟନ ଆପଣେଇ ପାରନ୍ତି। ଯାହା ଦେଖିବାକୁ ସୁନ୍ଦର ହେବା ସହ ବର୍ଷାଋତୁରେ ପିନ୍ଧିବାକୁ ବି ଆରାମପ୍ରଦ ହୋଇଥାଏ। ଏଭଳି ବ୍ଲାଉଜ୍ ପାଇଁ ଲାଇଟ୍ କଲରର ଫେବ୍ରିକ ବାଛିଲେ ଅଧିକ ଗ୍ଲାମରସ ଲାଗିବେ।