ପୋଷ୍ଟ ଅଫିସ୍ର ଜବରଦସ୍ତ ସ୍କିମ୍: ୨୦୦ ଟଙ୍କା ନିବେଶ କଲେ ମିଳିବ ୨୧ ଲକ୍ଷ ଟଙ୍କା, ତୁରନ୍ତ ଖୋଲନ୍ତୁ ଆକାଉଣ୍ଟ୍… ଜାଣନ୍ତୁ ପୂରା ସ୍କିମ୍
18/10/2019 at 2:41 PM

ନୂଆଦିଲ୍ଲୀ୧୮|୧୦: ସାଧାରଣତଃ ପିଲାମାନଙ୍କ ଭବିଷ୍ୟତକୁ ନେଇ ଅବିଭାବକମାନେ ବହୁ ଚିନ୍ତାରେ ଥାନ୍ତି। ପିଲାଙ୍କ ଉଚ୍ଚ ଶିକ୍ଷା ଓ ବିବାହରେ ଅଧିକ ଟଙ୍କା ଖର୍ଚ୍ଚ ହୋଇଥାଏ। ତେବେ ଏବେଠାରୁ ଅଳ୍ପ ଅଳ୍ପ କରି ଟଙ୍କା ସଞ୍ଚୟ କଲେ ସେତେବେଳେ ଅଧିକ କଷ୍ଟ ହୋଇ ନଥାଏ। ଟଙ୍କା ସଞ୍ଚୟ କରିବା ପାଇଁ ପୋଷ୍ଟ ଅଫିସ୍ ଏକ ନୂଆ ସ୍କିମ୍ ଲଞ୍ଚ କରିଛି। ଏପରିକି ସ୍କିମ୍ରେ ଆପଣଙ୍କୁ ଅଧିକ ଟଙ୍କା ନିବେଶ କରିବାକୁ ହେବ ନାହିଁ କିନ୍ତୁ ଆପଣଙ୍କୁ ଅଧିକ ଫାଇଦ ମିଳିବ। ଏହି ସ୍କିମ୍ ପାଇଁ ଆପଣଙ୍କୁ କେବଳ ଦିନକୁ ୨୦୦ ଟଙ୍କା ସଞ୍ଚୟ କରିବାକୁ ପଡିବ।
ବର୍ତ୍ତମାନ ସମୟରେ ପୋଷ୍ଟ ଅଫିସର ପବ୍ଲିକ୍ ପ୍ରୋଭିଡେଣ୍ଟ୍ ଫଣ୍ଡ ଆକାଉଣ୍ଟ(ପିପିଏଫ୍) ଏକ ନୂଆ ବିକଳ୍ପ ସାଜିଛି। ୨୦୦ ଟଙ୍କାର ସ୍କିମ୍ରେ ସାମିଲ ହେବା ପାଇଁ ନିକଟସ୍ଥ ପୋଷ୍ଟ ଅଫିସ୍ରେ ଏକ ଆକାଉଣ୍ଟ ଖୋଲିବା ଆବଶ୍ୟକ। ଏହି ସ୍କିମ୍ରେ ଦୁଇଜଣ ମଧ୍ୟ ସାମିଲ ହୋଇ ପାରିବେ। ତେଣୁ ପୋଷ୍ଟ ଅଫିସ୍ରେ ଜଏଣ୍ଟ ଆକାଉଣ୍ଟ ଖୋଲିବା ପାଇଁ ପଡିବ। ଯଦି ଆପଣଙ୍କ ବୟସ ୨୫ ବର୍ଷ ତେବେ ୧୫ ବର୍ଷ ପରେ ଆପଣଙ୍କୁ ୨୧ ଲକ୍ଷ ଟଙ୍କା ମିଳିବ।
ପ୍ରତିଦିନ ୨୦୦ ଟଙ୍କା ହିସାବରେ ମାସକୁ ୬୦୦୦ ହଜାର ଟଙ୍କା ଏବଂ ବର୍ଷକୁ ୭୨୦୦୦ ହଜାର ଟଙ୍କା ନିବେଶ କରିବେ। ୧୫ ବର୍ଷ ପରେ ଏହି ସ୍କିମ୍ରେ ଆପଣ ୧୦.୮୦ ଲକ୍ଷ ଟଙ୍କା ନିବେଶ କରିବେ। ଏଥିସହ ପବ୍ଳିକ୍ ପ୍ରୋଭିଡେଣ୍ଟ୍ ଫଣ୍ଡର(ପିପିଏଫ)ର ବାର୍ଷିକ ୮ ପ୍ରତିଶତ ଚକ୍ରବର୍ତ୍ତୀ ସୁଧା ଆକାରରେ ଆପଣଙ୍କ ମୂଳ ଧନରେ ମିଶିବ। ଆପଣ ନିବେଶ କରିଥିବା ୧୦.୮୦ ଲକ୍ଷ ଟଙ୍କା ସହ ସୁଧ ଆକାରରେ ଆପଣଙ୍କୁ ୧୦.୩୧ ଲକ୍ଷ ମିଳିବ। ୧୫ ବର୍ଷ ପରେ ମୋଟ୍ ଆପଣଙ୍କୁ ୨୧ ଲକ୍ଷ ଟଙ୍କା ଏହି ସ୍କିମ୍ରେ ମିଳିବ। ଏହି ସ୍କିମ୍ ସଂପର୍କରେ ଅଧିକ ଜାଣିବା ପାଇଁ ନିକଟସ୍ଥ ପୋଷ୍ଟ ଅଫିସ୍ରେ ଯୋଗାଯୋଗ କରନ୍ତୁ।