ମଣିଷ ଶରୀରର ଅଂଶ ପରି ଦେଖାଯାଉଥିବା ଗଛଲତା , ଏବେ ବ୍ରିଟେନ୍‌ରେ ବଢିଛି ଏପରି ଗଛର ଚାହିଦା

Published By : Prameya-News7 Bureau | August 28, 2019 IST

ଲଣ୍ଡନ- ଏବେ ଲଣ୍ଡନର ବଗିଚାମାନଙ୍କରେ ମଣିଷ ଶରୀରର ବିଭିନ୍ନ ଅଂଶ ପରି ଦେଖାଯାଉଥିବା ଗଛ ଲଗା ଯାଉଦେଖିବାକୁ ମିଳୁଛି ।
ଆପଣଙ୍କୁ ପଢିବା ବେଳକୁ ଟିକେ ଅଡୁଆ ଲାଗୁଥିବା ମାତ୍ର ଏପରି ଗଛ ଲତା ବ୍ରିଟେନ୍‌ରେ ଦେଖିବାକୁ ମିଳୁଛି। କେଉଁ ଗଛର ଫୁଲ ଓଠ ଆକୃତିର କ କେଉଁ ଗଛରେ ମଣିଷମାନେ ହାତ ଧରି ଛିଡା ହୋଇଥିବା ପରି

ଏପରି ଗଛ ଲତାର ଚାହିଦା ବି ବ୍ରିଟେନ୍‌ରେ ଖୁବ୍‌ ଅଧିକ ।

{"id":150113,"align":"left","width":287,"height":191}
photo courtesy- www.mirror.co.uk

ହୁକରସ୍‌ ଲିପ୍‌ -

ମଣିଷ ଓଠ ପରି ଦେଖାଯାଉଥିବା ଫୁଲ ଦେଖିବାକୁ ମିଳେ । ଏହାକୁ ସ୍ଥାନୀୟ ଭାଷାରେ ହୁକରସ୍‌ ଲିପ୍‌ ବୋଲି କୁହାଯାଏ। ଏହା ମହିଳାଙ୍କ ଓଠରେ ଲିପଷ୍ଟିକ ଲଗାଇବା ପରେ ଦେଖାଯାଇଥାଏ । ଦୂରରୁ ଦେଖିଲେ ଆପଣ ଏହାକୁ ଏକ ଫୁଲ ବୋଲି ଜମା ଜାଣି ପାରିବେ ନାହିଁ । କିଏ ଏକ ଓଠର ଆକୃତି ତିଆରି କରିଛି ବୋଲି ଭାବିବେ ମାତ୍ର ଏହି ଫୁଲ ଦେଖିବାକୁ ଓଠ ପରି

ଅର୍ଚିଡ ଇଟାଲିକା- ଅର୍ଚିଡ ଇଟାଲିକା ନାମକ ଆଉଏକ ଗଛ ଅଛି ଏହାର ଫୁଲ ବାଇଗଣୀ ରଙ୍ଗର ବେଶ୍‌ ସୁନ୍ଦର ଦେଖାଯାଏ । ପାଖରୁ ଦେଖିଲେ ଦୁଇଟି ଲୋକ ହାତ ଧରାଧରି ହୋଇ ଟୋପି ପିନ୍ଧି ଠିଆ ହୋଇଥିବା ପରି ଦେଖାଯଏ । ସାଧାରଣତଃ ବଡ ବଡ ଉଦ୍ୟାନରେ ଏହି ଗଛ ଦେଖିବାକୁ ମିଳେ ।

{"id":150121}

କାରିଅନ୍‌ ଫ୍ଲାଓ୍ୱାର ବା ପଚାଗନ୍ଧର ଫୁଲ
ଏହାକୁ ସାଧାରଣତଃ ବଗିଚାରେ ଲଗାଯାଇ ନଥାଏ । ମାତ୍ର ବିଭିନ୍ନ ଉଦ୍ଭିଦ ବିଜ୍ଞାନ ଉଦ୍ୟାନରେ ଏହି ଗଛକୁ ଦେଖିବାକୁ ମିଳେ । ଏହି ଗଛରେ ଫୁଲ ଫୁଟିଲେ ମୁହଁରେ କପଡା ନ ବାନ୍ଧି ପାଖକୁ ଯାଇ ହେବ ନାହିଁ । ଏହାର ଫୁଲରୁ ପଚା ଗନ୍ଧ ବାହାରିଥାଏ । ଫୁଲ ଫୁଟିବାର ପ୍ରଥମାବସ୍ଥାର ଶରୀରର ଅଂଶ ପରି ଦେଖାଯାଏ । ଏହା ଏକ ମାଂସାଶୀ ଗଛ, କୀଟ ପତଙ୍ଗଙ୍କୁ ଆକୃଷ୍ଟ କରିବା ପାଇଁ ଏଥିରୁ ଏପରି ଗନ୍ଧ ବାହାରିଥାଏ । ପରେ କୀଟ ପତଙ୍ଗ ପାଖରୁ ଆସିଲେ ଏଥିରେ ଲାଗିଯାଆନ୍ତି । ଗଛ ଏମାନଙ୍କ ଠାରୁ ରସ ଶୋଷିଥାଏ ।

{"id":150124}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.