Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର
  • ||
  • ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆହାତ, ମନ୍ତ୍ରୀଙ୍କ କାର୍‌କୁ ପିଟିଲା ଟ୍ରାକ୍ଟର
  • ||
  • କମୁନି ସଂକ୍ରମଣ : ଆଜି ବି ଦେଶରେ ୪ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ, ୪୦୯୨ ମୃତ
  • ||
  • ଦନ୍ତାକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍, ଗୋଡରେ ଲାଗିଛି ଶକ୍ତ ଆଘାତ
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୧୮୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୬୩୫ ପଜିଟିଭ୍
  • ||
  • କମିଛି ତାତି, ୨ ଦିନ ପରେ ପୁଣି ବଢିବ ସୂର୍ଯ୍ୟଙ୍କ ପ୍ରକୋପ
  • ||

ସୋନପୁରର ନିଆରା ମଣିଷ – ପରିବେଶ ସୁରକ୍ଷା ପାଇଁ ଜଗି ରହିଛନ୍ତି ଜଙ୍ଗଲ, ସୁରକ୍ଷିତ ରହିଛି ସବୁଜ ବନାନୀ

28/11/2019 at 5:03 PM

ସୁବର୍ଣ୍ଣପୁର ୨୮।୧୧ –  ଦ୍ରୂତ ଆଧୁନିକୀକରଣ ପାଇଁ ଧ୍ବଂସ ହେଉଛି ଜଙ୍ଗଲ ସମ୍ପଦ । ଜଙ୍ଗଲର ସୁରକ୍ଷା ଦିଗରେ ଯେତିକି ଲେ।କଙ୍କ ଆଗ୍ରହ ନୁହେଁ, ନଷ୍ଟ କରିବାକୁ ସେତିକି ଆଗଭର ସ୍ବାର୍ଥପର ମଣିଷ । କିନ୍ତୁ ଏସବୁ ଭିତରେ ଏମିତି ଜଣେ ନିଆରା ମଣିଷ ଅଛନ୍ତି ସୁବର୍ଣ୍ଣପୁରରେ । ଯିଏ ବିନା ସ୍ବାର୍ଥରେ ପରିବେଶ ସୁରକ୍ଷା ପ୍ରଚେଷ୍ଟା ଜାରି ରଖିଛନ୍ତି । ତାଙ୍କ ପ୍ରୟାସରେ ସୁରକ୍ଷିତ ରହିଛି ଏକ ସୁନ୍ଦର ଜଙ୍ଗଲ ।

ପରିବେଶ ପ୍ରଦୂଷଣକୁ ନେଇ ଏବେ ସାରା ବିଶ୍ବ ଚିନ୍ତିତ । ଆଧୁନିକ ମଣିଷ ଯେଉଁପରି ଭାବରେ ପ୍ରକୃତିର ବିନାଶ କରିଚାଲିଛି, ଯଦି ଏପରି ଆଉ କିଛିଦିନ ଲାଗି ରହେ, ତେବେ ମାନବ ସମାଜ ଧ୍ବଂସ ହେବା ଥୟ । ଏହାକୁ ହୃଦୟଙ୍ଗମ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଆଡିଆପଡାର ହର ବଘାର । ପରିଣତ ବୟସରେ ଅଣ୍ଟା ଭିଡିଛନ୍ତି ଜଙ୍ଗଲ ସୁରକ୍ଷା ପାଇଁ । ସୂର୍ଯ୍ୟ ଉଇଁଲେ ହାତରେ ଟାଙ୍ଗିଆ ଓ ମୁଣ୍ଡରେ ପଗଡି ଭିଡି ଚାଲି ଯାହାନ୍ତି ନିକଟରେ ଥିବା ଆଡିଆ ଜଙ୍ଗଲକୁ । ଦୀର୍ଘ ୩୦ ବର୍ଷ ହେଲା ଜଙ୍ଗଲକୁ ହିଁ ନିଜ ପରିବାର ଭାବରେ ଗ୍ରହଣ କରିଛନ୍ତି ହର । ଜଙ୍ଗଲ ବଞ୍ଚିଲେ ଆମେ ବଞ୍ଚିବା ଏହି ବାର୍ତ୍ତା ଦେଇ ଦୀର୍ଘ ଦିନ ହେବ ଜଙ୍ଗଲକୁ ସୁରକ୍ଷା ଦେଉଛନ୍ତି । ତାଙ୍କ ପ୍ରଚେଷ୍ଟାରେ ଆଜି ସୃଷ୍ଟି ହୋଇପାରିଛି ଏକ ୩୦ ହେକ୍ଟର  ସୁନ୍ଦର ଜଙ୍ଗଲ । ତେବେ ଜଙ୍ଗଲକୁ ନ ଗଲେ ନିଜର ଖାଦ୍ୟ ହଜମ ହୁଏନି ବୋଲି କହନ୍ତି ହର ।

ଦିନ ଥିଲା ଜଙ୍ଗଲକୁ କାଟି ସଫା କରିଦେଉଥିଲେ ଦୁର୍ବୁତ୍ତମାନେ । ବନ ବିଭାଗ କେବଳ ନିଦା ବିଷ୍ଣୁ ସାଜି ସବୁ ଦେଖୁଥିଲେ ହେଁ କୌଣସି ପଦକ୍ଷେପ ନେଉ ନଥିଲା । ହେଲେ ହର ବଘାର ଏହା ସହଜରେ ହଜମକରି ପାରିଲେ ନାହିଁ ।ଗଛ କାଟିବା ଲୋକଙ୍କୁ ତାଗିଦ କରିବା ସହ କାଠ ମାଫିଆଙ୍କୁ ଧମକାଇ ଜଗି ରହିଲେ ଜଙ୍ଗଲକୁ । ତାଙ୍କ ଉଦ୍ୟମରେ ଆଜି ଶାଗୁଆନ, ଶାଳ, ପିଆଶାଳ ଆଦି ଗଛ ସବୁ ମହାଦୃମ ହେବାକୁ ବସିଛି । ତାଙ୍କର ଏହି ନିଃସ୍ବାର୍ଥପର ସେବା ପାଇଁ ବିଭିନ୍ନ ମହଲରୁ ବେଶ୍ ପ୍ରଶଂସା ସାଉଁଟିଛନ୍ତି  ହର ।

ବିନା ଜଙ୍ଗଲ ସୁରକ୍ଷାରେ କିଛି ଅସାଧୁ ଲୋକ ସରକାରଙ୍କ ବିଭିନ୍ନ ସରକାରୀ ସୁବିଧା ହାତେଇ ନେଉଥିବାବେଳେ ହର ବଘାର ବିନା ସ୍ବାର୍ଥରେ ଲାଗିପଡିଛନ୍ତି ଜଙ୍ଗଲ ସୁରକ୍ଷାରେ । ପରିଣତ ବୟସରେ ଜଙ୍ଗଲ ସୁରକ୍ଷା କରି ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।

   Related Posts