ଶହ ଶହ ବର୍ଷ ଧରି ଶିକୁଳିରେ ବନ୍ଧା ପଡ଼ିଛି ଗଛ, ଗିରଫ କରିଥିଲେ ନିଶାଖୋର ବ୍ରିଟିଶ୍‌ ଅଧିକାରୀ

Published By : Prameya-News7 Bureau | October 28, 2020 IST

ନୂଆଦିଲ୍ଲୀ ୨୮/୧୦: ଭାରତକୁ ସ୍ବାଧୀନତା ଦେବା ପାଇଁ କେତେ ମହାପୁରୁଷ ନିଜର ବଳିଦାନ ଦେଇଛନ୍ତି ତାହା କାହାକୁ ଅଛପା ନାହିଁ। ସ୍ବାଧୀନତା ଲଢେଇରେ କାହାକୁ ଇଂରେଜମାନେ ଗୁଳିକରି ହତ୍ୟା କରିଛନ୍ତି ତ କେହି କେହି ସ୍ବଇଚ୍ଛାରେ ନିଜ ଜୀବନକୁ ଉତ୍ସର୍ଗ କରିଦେଇଛନ୍ତି। ବହୁ ସ୍ବାଧୀନତା ସଂଗ୍ରାମୀ ଗିରଫ ହୋଇ କାରାଗାରରେ ପ୍ରାଣ ହରାଇଛନ୍ତି। ଦେଶପ୍ରେମୀଙ୍କୁ ଇଂରେଜ ଗିରଫ କରୁଥିବା ଶୁଣିଥିବେ କିନ୍ତୁ ଗଛକୁ ଗିରଫ କରିବା ଶୁଣିନଥିବେ। ଗଛକୁ ଗିରଫ ? ହଁ ଗଛକୁ ଗିରଫ କରାଯାଇଥିଲା। ଏବେ ବି ସେହି ଗଛକୁ ଲୁହା ଶିକୁଳିରେ ବନ୍ଧାଯାଇ ରଖାଯାଇଛି। ଏହି ଗଛକୁ ଗିରଫ କରିଥିଲେ ଜଣେ ନିଶାଖୋର ଇଂରେଜ ଅଧିକାରୀ।

୧୮୮୯ର ମାମଲା। ସେତେବେଳେ ପାକିସ୍ତାନ ବି ଆମର ଥିଲା। ସେତେବେଳେ ପାକିସ୍ତାନର ପଖତୁନଖ୍ବା ସ୍ଥିତ ଆର୍ମୀ କ୍ୟାଣ୍ଟେନମେଣ୍ଟର ଜଣେ ବ୍ରିଟିଶ୍‌ ଅଧିକାରୀ ନିଶାରେ ଚୁର ଥିଲେ। ତାଙ୍କ ନାଁ ଜେମ୍ସ ସ୍କିଡ୍‌ ଥିଲା। ନିଶା ସେବନ କରି ଜେମ୍ସ ପାର୍କରେ ବୁଲୁଥିବା ବେ​‌ଳେ ତାଙ୍କୁ ଲାଗିଥିଲା କି ଗଛଟି ତାଙ୍କ ଆଡ଼କୁ ମାଡ଼ି ଆସୁଛି। ଆଉ ଖୁବ କମ୍‌ ସମୟରେ ତାଙ୍କୁ ମାରିଦେବ । ସେ ସଂଗେସଂଗେ ଅନ୍ୟ ଅଧିକାରୀଙ୍କୁ ନିର୍ଦେଶ ଦେଲେ କି ଗଛକୁ ଗିରଫ କରିବାକୁ। ସେଠାରେ କାର୍ଯ୍ୟରତ ସୈନ୍ୟମାନେ ଗଛକୁ ବଡ଼ ବଡ଼ ଲୁହା ଶିକୁଳି​‌ରେ ବାନ୍ଧି ପକାଇଥିଲେ। ପରେ  ପାକିସ୍ତାନ ସ୍ବାଧୀନତା ପାଇଗଲା କିନ୍ତୁ ଆଜି ବି ସେ ଗଛ ସଜା କାଟୁଛି। ସେହିଭଳି ଗଛର ଗଣ୍ଡିରେ ଶିକୁଳି ବନ୍ଧାଯାଇଛି।

କିଛି ଲୋକଙ୍କ କିହିବା କଥା ହେଲା ଏହି ଗଛ ଇଂରେଜ ଶାସନର ମୁକସାକ୍ଷୀ। ଏହି ଗଛକୁ ଦେଖିବା ପରେ ପିଲାମାନେ ଜାଣିପାରିବେ ଇଂରେଜମାନେ କିଭଳି ଲୋକମାନଙ୍କୁ ନିର୍ଯାତନା ଦେଉଥିଲେ। ଲୋକମାନେ ଗଛର ଗଣ୍ଡିରେ ଏକ ବୋର୍ଡ ଲଗାଇଦେଲେ। ଯେଉଁଥିରେ ଲେଖାଥିଲା ‘ଆଇ ଆମ୍‌ ଅଣ୍ଡର ଆରେଷ୍ଟ।’ ତେବେ ଏଥିରେ ପୁରା କାହାଣୀ ମଧ୍ୟ ଲେଖା ଅଛି। ଦୀର୍ଘଦିନ ଶାସନ କରିବା ପରେ ଇଂରେଜମାନେ ଚାଲିଗଲେ, ଭାରତ-ପାକିସ୍ତାନ ଅଲଗା ହୋଇଗଲା କିନ୍ତୁ ଗଛଟି ଆଜି ଇଂରେଜଙ୍କ ଶାସନ ପ୍ରଣାଳୀକୁ ମନେପକାଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.