Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ଗଛ ବଞ୍ଚାଇଲା ୭୦ ଜୀବନ : ନଚେତ୍ ୧୫୦ଫୁଟ ଗଭୀର ଖାଇରେ ଖସିଥାଆନ୍ତା ବସ୍

29/04/2019 at 1:18 PM

ସୁରତ ୨୯/୪: ସୁରତ ନିକଟସ୍ଥ ସାପୁତାରାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ୭୦ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ କେବଳ ଗୋଟିଏ ଗଛ ଯୋଗୁଁ ୧୫୦ଫୁଟ ଗଭୀର ଖାଇରେ ଖସୁ ଖସୁ ଅଟକି ଯାଇଛି। ଏହି ବସ୍ ସୁରତରୁ ଶିରିଡ଼ି ଯାଉଥିଲା। ଏଥିରେ ଥିବା ଶ୍ରଦ୍ଧାଳୁମାନେ ଶିରିଡ଼ି ସାଇବାବାଙ୍କ ଦର୍ଶନ କରିବା ନିମନ୍ତେ ଯାଉଥିଲେ। ରବିବାର ସକାଳ ୬.୩୦ରେ ବସ୍ ୟୁଟର୍ଣ୍ଣ ନେଉଥିଲା। ଡ୍ରାଇଭରର ବ୍ରେକ୍ ଲାଗିନଥିଲା ଏବଂ ବସ୍ ରାସ୍ତାରୁ ବାହାରକୁ ଚାଲି ଯାଇଥିଲା। ପଛରେ ଗୋଟିଏ ଗଛ ଥିଲା,ଯାହା ବସକୁ ଖସିବାରୁ ରକ୍ଷା କରିଥିଲା।

ସୂଚନା ଅନୁସାରେ ସୁରତର ସାହାରା ଦରବାଜା ଅଞ୍ଚଳରେ ରହୁଥିବା ବୁଧାଭାଇ ରାଠୋରଙ୍କ ନାତି ବିଜୟ ରାଠୋରଙ୍କ ମୁଣ୍ଡନ କରିବା ପାଇଁ ପରିବାର ଲୋକେ ଏବଂ ସମ୍ପର୍କୀୟ ରବିବାର ଶ୍ରୀଜି ଟ୍ରାଭେଲର ବସରେ ଶିରିଡ଼ି ଯାଉଥିଲେ। ସକାଳ ୬ଟାବେଳେ ମାଲେଗାଁଓ ଘାଟ ରାସ୍ତାରେ ୟୁଟର୍ଣ୍ଣ ନେବାବେଳେ ଏହି ଘଟଣା ଘଟିଥିଲା।

ଯଦି ଗଛଟି ନଥାଆନ୍ତା ତେବେ ବସଟି ୧୫୦ଫୁଟ ଗଭୀର ଖାଇ ଭିତରକୁ ଖସି ପଡ଼ିଥାଆନ୍ତା। ବସରେ ବସିଥିବା ଜଣେ ଯାତ୍ରୀ ଜୟେଶଭାଇ ରାଠୋର କହିଥିଲେ ଯେ ଆମେ ଆମେ ବଞ୍ଚି ନଥାନ୍ତୁ। ଗଛ ଆମ ସମସ୍ତଙ୍କ ଜୀବନ ବଞ୍ଚାଇଲା। ସମସ୍ତଙ୍କ ଜୀବନରେ ଗଛର କେତେ ଭୂମିକା ରହିଛି ତାହା ଆଜି ସାବ୍ୟସ୍ତ ହୋଇଗଲା। ଏବେ ଆମେ ବି ଗଛ ଲଗାଇବା ଏବଂ ଗଛର ଯତ୍ନ ନେବା।

   Related Posts