ଏମିତି ସେବାରେ ଲାଗିଛି ଆମ୍ବୁଲାନ୍ସ, ରୋଗୀ ବଦଳରେ ସ୍ଥାନାନ୍ତର ହେଉଛି ଗଛ ଚାରା

Published By : Prameya-News7 Bureau | June 29, 2021 IST

ନୂଆପଡା ୨୯।୬: କରୋନା ମହାମାରୀ ଭଳି କଠିନ ପରିସ୍ଥିତିରେ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପକ୍ଷରୁ କାହିଁ କେତେ ବ୍ୟବସ୍ଥା କରାଯାଉଛି । ଏହି ସମୟରେ ରୋଗୀସେବା ବଦଳରେ ଆମ୍ବୁଲାନ୍ସରେ ଗଛ ଚାରା ବୁହା ହେଉଥିବା ଦେଖିବାକୁ ମିଳିଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲାରେ ।

ତେବେ ଆମ୍ବୁଲାନ୍ସଟି ବେସରକାରୀ ବୋଲି ଜଣାପଡିଛି । ଏଲ୍ ଆଣ୍ଡ ଟି ନାମକ ଏକ ସଂସ୍ଥା ଜିଲ୍ଲାରେ ଜଳ ଯୋଗାଣ ପ୍ରକଳ୍ପ କାମ କରୁଛି । ଶ୍ରମିକମାନଙ୍କ ଜରୁରୀକାଳିନ ସେବା ପାଇଁ ଏକ ଆମ୍ବୁଲାନ୍ସ ରଖାଯାଇଛି । ହେଲେ ସେଥିରେ ବୁହାହେଉଛି ଗଛ ଚାରା । ସୌନ୍ଦର୍ଯ୍ୟକରଣ ପାଇଁ ବଗିଚା କାମରେ ଲାଗିବାକୁ ଥିବା ଗଛ ଚାରା ସ୍ଥାନୀୟ ଖରିଆର ରୋଡରୁ ଜଡାମୁଣ୍ଡା ପତୋରା ଡ୍ୟାମ୍ ସ୍ଥିତ ଇଚ୍ଛାପୁର ଗାଁକୁ ନେଇ ଯାଉଥିବା ଆମ୍ବୁଲାନ୍ସ ଚାଳକ ପ୍ରକାଶ କରିଛନ୍ତି । ଷ୍ଟ୍ରେଚରରେ ରୋଗୀ ନେବା ବଦଳରେ ଗଛ ଚାରା ରଖାଯାଇଛି । ରୋଗୀ ସେବା ବଦଳରେ ଆମ୍ବୁଲାନ୍ସରେ ଗଛ ଚାରା ସ୍ଥାନାନ୍ତର ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.