ଆଗରୁ ଦେଶ ସୁରକ୍ଷା କରୁଥିଲେ, ଏବେ ପରିବେଶ ସୁରକ୍ଷାରେ ଲାଗିପଡିଛନ୍ତି ; ଟ୍ୱିଟ୍‌ କରି ମୁଖ୍ୟମନ୍ତ୍ରୀ କଲେ ପ୍ରଶଂସା

Published By : Prameya-News7 Bureau | September 29, 2021 IST

ଚଣ୍ଡିଖୋଲ ୨୯।୦୯: ଦେଶ ସୁରକ୍ଷା ପାଇଁ ସେନାରେ ଯୋଗଦେଇଥିଲେ , ଏବେ ପରିବେଶ ସୁରକ୍ଷା ପାଇଁ ଅଣ୍ଟାଭିଡିଛନ୍ତି । ପରିବେଶ ସୁରକ୍ଷା ଦିଗରେ ଅବସରପ୍ରାପ୍ତ ସେନା କର୍ମଚାରୀ ନିଆରା ଉଦ୍ୟମ । ନିଜ ଚେଷ୍ଟାରେ ବିଭିନ୍ନ ସ୍ଥାନରେ ଗଛ ଲଗାଇଛନ୍ତି ଯାଜପୁର ଜିଲ୍ଲାର କ୍ଷୀରୋଦ ଜେନା । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି ।

{"id":519413,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ କଳାଶ୍ରୀ ଗାଁର କ୍ଷୀରୋଦ ଜେନା ୨୦୦୫ ମସିହାରେ ଭାରତୀୟ ସେନା ଅବସର ନେଇଛନ୍ତି । ଏହାପର ଠାରୁ  ଗାଁକୁ ଫେରି ନିଜ ପେନସନ ଟଙ୍କାରେ ବିଭିନ୍ନ ସ୍ଥାନରେ ଗଛ ଲଗାଇ ଆସୁଛନ୍ତି । ପାଖାପାଖି ୭ ଗୋଟି ପଞ୍ଚାୟତ ଓ ବିଭିନ୍ନ ରାସ୍ତା କଡ଼ରେ ପାଖାପାଖି ୨୦୦୦୦ ଗଛ ଲଗାଇ ସାରିଲେଣି ।  ବିଶେଷ କରି ସେ ଫଳନ୍ତି ଗଛ ଆମ୍ବ ଓ ବେଲ ଗଛ ଲଗାଉଛନ୍ତି ।  ଆଗମୀ ଦିନରେ ଏକ ଲକ୍ଷ ଗଛ ଲଗାଇବା ପାଇଁ ଟାର୍ଗେଟ ରଖିଛନ୍ତି କ୍ଷୀରୋଦ।

{"id":519416,"sizeSlug":"full","linkDestination":"none"}

ଦିନେ ଦେଶ ସୁରକ୍ଷା ପାଇଁ ସେନାରେ ନିଯୁକ୍ତ ହୋଇଥିଲେ ଆଉ ଏବେ ପରିବେଶ ସୁରକ୍ଷା ପାଇଁ ଅଣ୍ଟାଭିଡିଛନ୍ତ । ତାଙ୍କର ଏଭଳି ନିଆରା ଉଦ୍ୟମ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍‌ ଜରିଆରେ ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ବିଭିନ୍ନ ସ୍ଥାନରୁ କ୍ଷୀରୋଦଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ମୁଖ୍ୟମନ୍ତ୍ରୀ ଙ୍କ ଶୁଭେଚ୍ଛା ପାଇବା ପରେ ପରିବେଷବିତ୍ତ କ୍ଷୀରୋଦ ଜେନା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଆଗାମୀ ଦିନରେ ଏହା ତାଙ୍କ ପାଇଁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ।

{"id":519414,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.