Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଆଶ୍ଟର୍ଯ୍ୟ, ମଣିଷ ଦେହରେ ଉଠିଛି ଗଛ : ୨୫ଟି ଅପରେସନ ପରେ ବି ମିଳୁନି କୌଣସି ସୁଫଳ

22/01/2019 at 2:53 PM

ଢାକ୍କା ୨୨|୧: ବଙ୍ଗଳାଦେଶରେ ଜଣେ ଯୁବକଙ୍କ ହାତରେ ଗଛ ଉଠୁଛି | ବାଂଲାଦେଶର ଏହି ‘ଟ୍ରି ମେନ’ଙ୍କର ଅପରେସନ କରାଯାଇଥିଲା | କିନ୍ତୁ ଏବେ ପୁଣି ତାଙ୍କ ଗଛ ଉଠିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ଟ୍ରି ମେନ ଆବୁଲ ବାଂଝଦରଙ୍କୁ ଏକ ଦୁର୍ଲଭ ରୋଗ ହୋଇଛି | ତାଙ୍କ ହାତ ଏବଂ ଗୋଡରେ ଗଛ ଭଳି ଚେର ବଢିଥାଏ | ୨୮ ବର୍ଷ ବୟସ୍କ ଅବୁଲଙ୍କ ଏହି ରୋଗ ୩ ବର୍ଷ ପୂର୍ବରୁ ଦୁନିଆକୁ ଆଶ୍ଚର୍ଯ୍ୟ ଚକିତ କରିଥିଲା | ଏହି ରୋଗରୁ ରକ୍ଷା ପାଇଁ ସେ ଅନେକ ଅପରେସନ କରେଇ ସାରିଲେଣି | କିନ୍ତୁ ଏବେ ଯାଏଁ କୌଣସି ସୁଫଳ ମିଳିନାହିଁ |

ଅପରେସନ ପରେ ମଧ୍ୟ ତାଙ୍କ ହାତ ଗୋଡରେ ଗଛ ଚେର ଭଳି ଶାଖା ବଢି ବଢି ଚାଲିଛି | ଅବୁଲଙ୍କୁ ଇପିଡର୍ମୋଡିସପ୍ଲାସିଆ ଭେରୁସିଫର୍ମିସ ନାମକ ରୋଗ ହୋଇଛି | ଗତ ୨୦ ବର୍ଷ ହେଲା ସେ ଏହି ରୋଗରେ ପୀଡିତ ଅଛନ୍ତି | ବହୁତ କଷ୍ଟରେ ନିଜ ଜୀବନ ଅତିବାହିତ କରୁଛନ୍ତି | ତାଙ୍କ ଶରୀରର ଅନେକ ଅଙ୍ଗରେ ଗଛର ଚେର ଭଳି ଶାଖା ରହିଛି | ଏଥିପାଇଁ ଅବୁଲଙ୍କୁ ସବୁବେଳେ ହାତରେ ୫ କେଜି ଓଜନ ଟେକି ଧରିଲା ଭଳି ଅନୁଭବ ହୋଇଥାଏ |

ସୂଚନାଯୋଗ୍ୟ ଯେ, ଇମ୍ୟୁନ ସିଷ୍ଟମରେ ଡ଼ିଫେକ୍ଟ ଯୋଗୁଁ ଏହି ରୋଗ ହୋଇଥାଏ | ଏହାଫଳରେ ମଣିଷ ଏଚପିଭି ଶିକାର ହେବାର ଆଶଙ୍କା ବଢ଼ିଯାଇଥାଏ | ଯାହାଫଳରେ ଚର୍ମ କର୍କଟ ହେବାର ମଧ୍ୟ ଆଶଙ୍କା ବଢ଼ିଯାଇଥାଏ | ଏହା ଏକ ବିରଳ ରୋଗ | ପୁରା ଦୁନିଆରେ ଏହି ରୋଗରେ ହାତ ଗଣତି କିଛି ଲୋକ ପୀଡିତ ଥିବା ଜଣାପଡିଛି | ଡାକ୍ତରଙ୍କ କହିବାନୁଯାୟୀ, ୨୦୧୬ ମସିହା ପରେ ଅବୁଲ ୨୫ଟି ଅପରେସନ କରାଇସାରିଛି | କିନ୍ତୁ ସୁଫଳ ମିଳିନାହିଁ |

ଢାକା ମେଡିକାଲ କଲେଜ ଏବଂ ହସ୍ପିଟାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗର ଡାକ୍ତର କହିଛନ୍ତି ଯେ, ଏହା ଏକ ଜଟିଳ ରୋଗ | ଧୀରେ ଧୀରେ ଚିକିତ୍ସା ଦ୍ୱାରା ଅବୁଲ ଭଲ ହୋଇଥାନ୍ତେ | କିନ୍ତୁ ହଠାତ ସେ ଘରକୁ ପଳାଇଥିଲେ | ଡାକ୍ତର ତାଙ୍କୁ ଫେରି ଆସି ଚିକିତ୍ସା କରାଇବାକୁ ଅନୁରୋଧ କରିଥିଲେ ମଧ୍ୟ ଅବୁଲ ଆସିନଥିଲେ ବୋଲି ଡାକ୍ତର କହିଛନ୍ତି | ୨୦ ତାରିଖରେ ଅବୁଲ ନିଜ ମା’ଙ୍କ ସହ ହସ୍ପିଟାଲକୁ ଆସିଥିଲେ | ତାଙ୍କ ଅବସ୍ଥା ଏବେ ଆହୁରି ଗମ୍ଭୀର ହୋଇଗଲାଣି ବୋଲି ଡାକ୍ତର କହିଛନ୍ତି | ଆଉ ୫/୬ଟି ଅପରେସନ କରିବାକୁ ପଡିବ ବୋଲି ଡାକ୍ତର କହିଛନ୍ତି |

୧୦ ବର୍ଷ ବୟସରେ ଅବୁଲ ତାଙ୍କ ଗୋଡରେ ଚେର ଭଳି ଏକ ଅଦ୍ଭୁତ ଜିନିଷ ବଢୁଥିବା ଲକ୍ଷ୍ୟ କରିଥିଲେ | ଧୀରେ ଧୀରେ ଏହି ରୋଗ ତାଙ୍କ ହାତକୁ ପୁରା ଘୋଡାଇ ଦେଲା | ଯାହାଫଳରେ ସେ ନିଜ ହାତରେ ଖାଇ ମଧ୍ୟ ପାରୁନାହାନ୍ତି | ସେ ନିଜେ ଗାଧେଇ ମଧ୍ୟ ପାରୁନାହାନ୍ତି | ୨୦୧୬ ମସିହାରୁ ଅବୁଲଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରୁଛନ୍ତି |

ଡ଼ିଏମସିଏଚର ନିର୍ଦେଶକ ସାମନ୍ତା ଲାଲ ସେନ କହିଛନ୍ତି ଯେ, ଦୁନିଆରେ ଏମିତି ୩ଜଣ ଅଛନ୍ତି ଯାହାକୁ ଏଭଳି ରୋଗ ହୋଇଛି | ଇଣ୍ଡୋନେସିଆର ଏକ ଗାଁରେ ଏହି ରୋଗରେ ପୀଡିତ ଜଣେ ଯୁବକର ୨୦୦୮ ମସିହାରେ ଅପରେସନ ହୋଇଥିଲା |

   Related Posts