Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ତାଣ୍ଡବ ରଚୁଛି ‘ୟାସ୍’, ରାସ୍ତା ଓ ଘର ଉପରେ ଭାଙ୍ଗି ପଡିଲା ଗଛ

26/05/2021 at 10:24 AM

ନୀଳଗିରି ୨୬।୫: ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ‘ୟାସ୍’ର ପ୍ରଭାବ ଦେଖିବାକୁ ମିଳିଛି । ବ୍ୟାପକ କ୍ଷୟକ୍ଷତି ହେବା ଆରମ୍ଭ ହୋଇଛି । ପ୍ରବଳ ପବନ ବୋହିବା ଯୋଗୁଁ ଚାରିଆଡେ ରାସ୍ତା ଓ ଘର ଉପରେ ଗଛ ପଡିଛି । ସଜନାଗଡ-ଅଯୋଧ୍ୟା ରାସ୍ତାର ବଣଭୂଇଁ ଛକ ନିକଟରେ ଦୁଇଟି ବଡ ବଡ ଗଛ ପଡି ରାସ୍ତା ଅବରୋଧ ହୋଇଥିବା ଜଣାପଡିଛି ।

ସେହିପରି କଳାକାଦ ଗ୍ରାମର ମନମୋହନ ସାହୁଙ୍କ ଘର ଉପରେ ଗଛ ପଡି ଘର ଭାଙ୍ଗିବା ସହ ବ୍ୟାପକ ଆସବାବପତ୍ର ନଷ୍ଟ ହୋଇଥିବା ବେଳେ ପରିବାର ଲୋକେ ବଡ ବିପଦରୁ ବର୍ତ୍ତି ଯାଇଛନ୍ତି । ସଜନାଗଡ ଅଂଚଳରେ ବିଶ୍ବାଳସାହି ଗ୍ରାମର ରବୀନ୍ଦ୍ର ରାଉତଙ୍କ ଘର ପବନ ଯୋଗୁଁ ଛପର ଉଡାଇ ନେଇଥିବା ଜଣାପଡିଛି । ଗୋପୀନାଥପୁର ଗାଁରେ କଟିନ ମହାରଣାଙ୍କ ଘର ଛପର ଉପରେ ଗଛ ପଡିଥିବା ବେଳେ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଗୁହାଳ ଘର ଭିତରେ ଗୋରୁ ଗାଈ ରହିଥିବା ଜଣାପଡିଛି ।

ତେବେ ‘ୟାସ୍’ ପ୍ରଭାବରେ ନୀଳଗିରି ଅଞ୍ଚଳରେ ବହୁ କ୍ଷୟକ୍ଷତି ହେବାର ଆଶଙ୍କା ଦେଖାଦେଇଥିବା ବେଳେ ବାତ୍ୟା ଛାଡିଲେ ପ୍ରଶାସନ ତରଫରୁ ଗଛ ହଟାଇବା ସହ କ୍ଷୟକ୍ଷତିର ଆକଳନ କରାଯିବ ବୋଲି ଜଣାପଡିଛି ।

   Related Posts