ପ୍ରବଳ ବର୍ଷା ଯୋଗୁଁ ବ୍ରହ୍ମପୁର ହାଲ ବେହାଲ ; ରାସ୍ତା ଉପରେ ଗଛ ପଡି ଯାତାୟାତ ବାଧାପ୍ରାପ୍ତ

Published By : Prameya-News7 Bureau | July 15, 2018 IST

ବ୍ରହ୍ମପୁର ସମେତ ଗଞାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତକାଲି ଠାରୁ ଅନବରତ ବର୍ଷା ଲାଗି ରହିଛି । ସହରର ବିଭିନ୍ନ ସ୍ଥାନରେ ପାଣି ଜମି ରହିଥିବା ବେଳେ ବ୍ରହ୍ମପୁର - ଆସିକା ରାସ୍ତା ବୁଢିଘରା ଛକରେ ଏକ ଗଛ ରାସ୍ତା ଉପରେ ପଡି ରହିଛି । ଫଳରେ ଯାତାୟାତରେ ବାଧା ପ୍ରାପ୍ତ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ରେସକ୍ୟୁ ଟିମ୍ ପହଞ୍ଚି ରାସ୍ତା ଉପରୁ ଗଛ ହଟାଇବାକୁ ଉଦ୍ୟମ ଜାରି ରହିଛି। ଅନବରତ ବର୍ଷା ଯୋଗୁଁ ରାସ୍ତା ଉପରେ ଗଛ ପଡିଯାଇଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.