କାଳବୈଶାଖି ପ୍ରକୋପ: ଉପୁଡ଼ି ପଡ଼ିଲା ବିଦ୍ୟୁତ୍ ଟ୍ରନ୍ସଫରମର, ଗଛପଡି ଭାଙ୍ଗିଲା ଘର

Published By : Prameya-News7 Bureau | May 02, 2021 IST

ଆନନ୍ଦପୁର, ୦୨/୦୫: ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ୍ ସମଣା ପଞ୍ଚାୟତରେ ଆଜି କାଳବୈଶାଖିର ପ୍ରକୋପ ଦେଖିବାକୁ ମିଳିଛି । ଅପରାହ୍ନ ସମୟରେ ହଠାତ୍ ବିଜୁଳି ଘଡଘଡି ସହ ବର୍ଷା ଓ ପ୍ରବଳ ବେଗରେ ପବନ ପ୍ରବାହିତ ହେବାରୁ ପଞ୍ଚାୟତ ଅଧିନ ତେଲଶିଙ୍ଗା ଗ୍ରାମରେ ବ୍ୟାପକ କ୍ଷତି ଘଟାଇଛି ।

ପବନ କାରଣରୁ ଗ୍ରାମରେ ଥିବା ଏକ ୬୩ କେଭି ବିଦ୍ୟୁତ୍ ଟ୍ରାନ୍ସଫରମର ସହ ବଡବଡ କେତେକ ଗଛ ଉପୁଡି ପଡିଛି । ସେହିପରି ଘର ନିକଟରେ ଥିବା ଗଛ ପଡିଯିବାରୁ କିଛି ଘର, ଦୋକାନ ଘର ମଧ୍ୟ ନଷ୍ଟ ହୋଇଛି । ତେବେ ଏହି ସମୟରେ ମନୁଷ୍ୟ କିମ୍ବା ଜୀବଜନ୍ତୁ, କାହାରି କିଛି କ୍ଷତି ହୋଇନଥିବା ସୂଚାନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.