ଏମ୍‌ସରେ ଆରମ୍ଭ ହେଲା ଶୀତଳଙ୍କ ଚିକିତ୍ସା

Published By : Prameya-News7 Bureau | June 23, 2019 IST

ଭଦ୍ରକ୨୩|୬: ଏମ୍ସରେ ଆରମ୍ଭ ହେଲା ଶୀତଳଙ୍କ ଚିକିସ୍ଛା । ୨୦୧୮ମସିହା ଜୁଲାଇ ମାସ ୧୯ ତାରିଖ ଦିନ ଭଦ୍ରକ ଜିଲ୍ଲା ରାଣୀତାଲଠାରେ  ଏକ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ ଶୀତଳ ।  ନିଜ ସାଙ୍ଗମାନଙ୍କ ସହ ସ୍କୁଲ ଛୁଟି ପରେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ହୋଇଥିଲା । ଏହି ଦୁର୍ଘଟଣାରେ ୫ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଶୀତଳ ଟ୍ରକ ଧକ୍କାରେ ଗୁରୁତର ହୋଇଥିଲେ ।

{"id":126278}

ତାଙ୍କୁ ପ୍ରଥମେ ଭଦ୍ରକ ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଦୁର୍ଘଟଣାକୁ ବହୁଦିନ ବିତିଯାଇଥିଲେ ମଧ୍ୟ ଶୀତଳଙ୍କ ଅବସ୍ଥାରେ କୌଣସି ସୁଧାର ଆସିନଥିଲା । ଏହି ଖବର ନିଉଜ ସେଭେନରେ ପ୍ରସାରଣ ପରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଶୀତଳଙ୍କ ଚିକିତ୍ସା ଦାୟିତ୍ଵ ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

{"id":126279}

ପରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ନିଜ ତତ୍ତ୍ବାବଧାନରେ ଶୀତଳଙ୍କୁ ଏମ୍ସକୁ ନେଇଥିଲେ । ସେଠାରେ ପ୍ରାଥମିକଭାବେ ଚର୍ମ ଓ ଅସ୍ଥିଶଲ୍ୟ ବିଭାଗର ଦୁଇ ଜଣିଆ ଡାକ୍ତରୀଦଳ ଚିକିସ୍ଛା ଆରମ୍ଭ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.