ସେପ୍ଟେମ୍ବର ୧ରୁ ପୁରୀରେ ହେବ ଡ଼ଃ ଅରବିନ୍ଦ ତିୱାରୀଙ୍କ ବିନା ଅପରେସନ ଅର୍ଶ ଓ ମଳକଣ୍ଟକ ରୋଗର ଚିକିତ୍ସା

Published By : Prameya-News7 Bureau | August 24, 2019 IST

ପୁରୀ ୨୪|୮: ପୁରୀ ନାୟକ ପ୍ଲାଜାଠାରେ ଅନୁଷ୍ଠିତ ହେବକୁ ଯାଉଛି ଅର୍ଶ ଓ ମଳକଣ୍ଟକ ରୋଗର ଚିକିତ୍ସା ଶିବିର । ଭାରତର ପ୍ରସିଦ୍ଧ ଅର୍ଶ ବିଶେଷଜ୍ଞ ଡ଼ଃ ଅରବିନ୍ଦ ତିୱାରୀ ଏହି ଶିବିରରେ ଯୋଗ ଦେଇ ରୋଗୀମାନଙ୍କର ଚିକିତ୍ସା କରିବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଶହ ଶହ ରୋଗୀ ଏବେ ନାମ ପଞ୍ଜିକରଣ କରିବାରେ ଲାଗିଛନ୍ତି ।

{"id":148254}

ବିନା ଅପରେସନରେ ଭଲ ହେଉଛନ୍ତି ଅର୍ଶ ଓ ମଳକଣ୍ଟକ ରୋଗୀ । ମାତ୍ର ଗୋଟିଏ ଇଞ୍ଜେକସନରେ ଯନ୍ତ୍ରଣାରୁ ମୁକ୍ତି । ପୁରୀ ନାୟକ ପ୍ଲାଜାଠାରେ ସକସେସ୍ ଅନୁଷ୍ଠାନ ପକ୍ଷରୁ ଆସନ୍ତା ସେପ୍ଟେମ୍ବର ୧ ତାରିଖରେ ଆରମ୍ଭ ହେବାକୁ ଯାଉଛି ଅର୍ଶ ଓ ମଳକଣ୍ଟକ ରୋଗର ଚିକିତ୍ସା  ଶିବିର ।

{"id":148257}

ଭାରତର ପ୍ରସିଦ୍ଧ ଅର୍ଶ ବିଶେଷଜ୍ଞ ଡ଼ଃ ଅରବିନ୍ଦ ତିୱାରୀ ଏହି ଶିବିରରେ ଯୋଗ ଦେବେ । ରାଜ୍ୟର ବିଭନ୍ନ ପ୍ରାନ୍ତରରୁ ଏବେ ରୋଗୀଙ୍କର ନାମ ପଞ୍ଜିକରଣ ଚାଲିଛି । ବର୍ଷକୁ ୨ ଥର ଅନୁଷ୍ଠିତ ହୋଇଥାଏ  ଏହି ଚିକିତ୍ସା ଶିବିର । ତେବେ ଆରୋଗ୍ୟ ଲାଭ କରିଥିବା ରୋଗୀମାନେ ବର୍ଷକୁ ଦୁଇଥର ପରବର୍ତ୍ତେ ୪ ଥର ଏହି ଶିବିର କରିବା ପାଇଁ ଅନୁରୋଧ କରିଛନ୍ତି ।

{"id":148255}

ଦୀର୍ଘ ୧୮ ବର୍ଷ ଧରି ପୁରୀର ସ୍ବେଚ୍ଛାସେବୀ ଅନୁଷ୍ଠାନ ସକସେସ୍ ତରଫରୁ ଏହି ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଆସୁଛି । ଶହ ଶହ ରୋଗୀ ଏଠାରେ ସ୍ବଳ୍ପ ଟଙ୍କାରେ ଚିକିତ୍ସିତ ହୋଇ ଆସୁଛନ୍ତି । ତେବେ ପୁରୀରେ ରୋଗୀମାନଙ୍କ ସେବା କରିବାର ସୁଯୋଗ ମିଳିଥିବାରୁ ଡକ୍ଟର ତିୱାରୀ ନିଜକୁ ଧନ୍ୟ ମନେ କରିଛନ୍ତି । ସେହିପରି ଏହି ଶିବିରଟିକୁ ଆଗାମୀ ଦିନରେ ବ୍ୟାପକ କରାଯିବା ସହ ରୋଗୀମାନଙ୍କ ସୁବିଧା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯିବ ବୋଲି କହିଛନ୍ତି ଆୟୋଜକ।                         

{"id":148256}

କମ୍ ଖର୍ଚ୍ଚରେ ଚିକିତ୍ସା । ବିନା ଅପରେସନରେ ଭଲ ହେଉଛି ରୋଗ । ତେଣୁ ରୋଗୀଙ୍କ ଲମ୍ବା ଲାଇନ୍ ଲାଗେ ଏହି ଶିବିରରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.