ଭୀଷଣ ଗରମରେ ଆଖିର ପାଣି ଶୁଖିଯାଉଛି କି ? ଜାଣନ୍ତୁ ଉପଚାର….

Published By : Prameya-News7 Bureau | May 12, 2019 IST

ଗ୍ରୀଷ୍ମ ଋତୁରେ ଶରୀରରେ ପାଣି କମ୍ ହୋଇଯାଏ । ପ୍ରବଳ ଖରାରେ ଆଖିରେ ଥିବା ପାଣି ମଧ୍ୟ ଶୁଖିଯାଏ। ଏହାପରେ ଆଖିରେ ଜଳା ପୋଡା ଓ କୁଣ୍ଡିଆ ଭଳି ସମସ୍ୟା ଦେଖାଦେଇଥାଏ । ତେବେ ଆଖିରେ ପାଣି ଶୁଖିବା ବା ଆଖି ଡ୍ରାଏ ହେବାର ବହୁତ କାରଣ ମଧ୍ୟ ରହିଛି । କିନ୍ତୁ ଭୀଷଣ ଗରମ ହେବା ଦ୍ବାରା ଏହି ସମସ୍ୟା ହୋଇଥିଲେ ନିଜ ଆଖିର ଯତ୍ନ ଭଲ ଭାବେ ଭାବେ ନେବା ଉଚିତ୍‌ । ଏହି ସମସ୍ୟାର କିଭଳି ଉପଚାର କରିବେ ଜାଣନ୍ତୁ ।

୧- ଗରମ ଦିନରେ ଆଖିରେ ସୂର୍ଯ୍ୟ କିରଣର ଅଧିକ ପ୍ରଭାବ ପଡିଥାଏ । ତେଣୁ ଅଧିକ ସମୟ ଯାଏଁ ଖରାରେ ରହିବା ଅନୁଚିତ୍‌।

୨- ଘରୁ ବାହାରିବା ସମୟରେ ଚଷମା ପିନ୍ଧି ବାହାରକୁ ବାହାରିବା ଉଚିତ୍‌ ।

୩- କାମ କରିବା ସମୟରେ ପ୍ରତି ୧୫ ମିନଟ୍‌କୁ ଥରେ ଆଖି ପତା ଝପକେଇବା ଜରୁରୀ।

୪- ପ୍ରତି ୩ ଘଣ୍ଟା ମଧ୍ୟରେ ଆଖିରେ ପାଣି ଛାଟିବା ଉଚିତ୍‌।

୫- ଆଖିକୁ ଥଣ୍ଡା ରଖିବା ପାଇଁ କାକୁଡିକୁ ଆଖି ଉପରେ ରଖିବା ଉଚିତ୍‌।

୬- ଡାକ୍ତରଙ୍କ ପରାମର୍ଶ ନେଇ ଉଚିତ୍‌ ଆଇ ଡ୍ରପ୍‌ ନିୟମିତ ଭାବେ ବ୍ୟବହାର କରିବା ଉଚିତ୍‌।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.