Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ମୁମ୍ବାଇ ବିମାନବନ୍ଦରରୁ ଏବେ ମହଙ୍ଗା ହେବ ଯାତ୍ରା, ସ୍ପେଶାଲ ଫି’ ୫ଶହ ଟଙ୍କା ବଢାଇବାକୁ ଯୋଜନା

21/10/2020 at 5:30 PM

ମୁମ୍ବାଇ ୨୧।୧୦: କରୋନା ଭାଇରସ ମହାମାରୀ ଦେଶର ବିମାନ କ୍ଷେତ୍ରରକୁ ଗୁରୁତ୍ର ପ୍ରଭାବିତ କରିଛି। ଭାରତରେ ଘରୋଇ ବିମାନ ସେବା ସ୍ୱଭାବିକ ହେଲାଣି, ହେଲେ ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଉଡ଼ାଣ ନେଇ ସରକାର କୌଣସି ନିଷ୍ପତ୍ତିରେ ପହଞ୍ଚିପାରିନାହାନ୍ତି। ଏଣୁ ଘରୋଇ ଯାତ୍ରୀ ସେବାରୁ ବିମାନ ବନ୍ଦରର ଆୟ ପର୍ଯ୍ୟାପ୍ତ ହେଉ ନାହିଁ। ଯେଉଁଥିଲାଗି ମୁମ୍ୱାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଅଥରିଟି (ଏମଆଇଏଏଲ) ଏବେ  ଯାତ୍ରୀଙ୍କ ଉପରେ ୟୁଜର୍ସ ଡେଭଲପମେଣ୍ଟ ଫି( ୟୁଡିଏଫ) ଆଦାୟ କରିବାକୁ ଯୋଜନା କରୁଛନ୍ତି।

କରୋନା ଯୋଗୁ ଏୟାର ଟ୍ରାଫିକ ଢେର ହ୍ରାସ ହୋଇଛି। ଏଣୁ ମୁମ୍ବାଇ ବିମାନ ବନ୍ଦରର ପରିଚାଳନା ଖର୍ଚ୍ଚ ମଧ୍ୟ ଉଠୁନି।   ବିମାନ ବନ୍ଦର କର୍ତ୍ତୃପକ୍ଷ ଏବେ ଯାତ୍ରୀଙ୍କ ପିଛା ୨୦୦ରୁ ୫ଶହ ଟଙ୍କା ପର୍ଯ୍ୟନ୍ତ ଆଦାୟ କରିବାକୁ ସ୍ଥିର କରିଛନ୍ତି। ପୂର୍ବରୁ କେବଳ ଅନ୍ତର୍ଜାତୀୟ ବିମାନ ଯାତ୍ରୀଙ୍କ ଠାରୁ କର୍ତ୍ତୃପକ୍ଷ ଏ ବାବଦକୁ ମାତ୍ର ୧୧୬ ଟଙ୍କା ଆଦାୟ କରୁଥିଲେ। ହେଲେ ଘରୋଇ ଯାତ୍ରୀଙ୍କୁ ଟଙ୍କାଟିଏ ବି ଦେବାକୁ ପଡୁ ନଥିଲା।

ତେବେ ମୁମ୍ବାଇ ବିମାନ ବନ୍ଦର କର୍ତ୍ତୃପକ୍ଷ ପ୍ରଥମେ ଡୋମେଷ୍ଟିକ ଯାତ୍ରଙ୍କ ଠାରୁ ଏଡହକ୍ ୨୦୦ ଟଙ୍କା ଆଦାୟ ପାଇଁ ଘୋଷଣା କରିଛନ୍ତି। ଯାହା ଅନ୍ତର୍ଜାତୀୟ ଯାତ୍ରୀଙ୍କ ଲାଗି ଅଧିକ ୫୦୦ ଟଙ୍କା ହେବ ବୋଲି ଜଣାପଡିଛି। ପୂର୍ବରୁ ଅନ୍ତର୍ଜାତୀୟ ଯାତ୍ରୀ ଏ ବାବଦକୁ ୧୧୬ ଟଙ୍କା ଦେଉଥିବା ବେଳେ ଏବେ ସେମାନଙ୍କୁ ୬୧୬ ଟଙ୍କା ଦେବାକୁ ପଡିବ। ଏହି ଦେୟ ବିମାନ ଟିକେଟ୍‌ କ୍ରୟ ସହ ପ୍ରଦାନ କରାଯିବ। ବିଦେଶୀ ଯାତ୍ରୀ ହୋଇଥିଲେ ବୈଦେଶିକ ମୁଦ୍ରାରେ ଏ ବାବଦେ ୮.୯୧ ଡଲାର ପୈଠ କରିବେ।

   Related Posts