କରୋନା ପାଇଁ ପର୍ଯ୍ୟଟକଙ୍କ ଉପରେ ଲାଗିଲା କଟକଣା, ପୁରୀରୁ ଏହି ସବୁ ସ୍ଥାନକୁ ଯିବାକୁ ବାରଣ

Published By : Prameya-News7 Bureau | March 14, 2020 IST

ପୁରୀ, ୧୪|୦୩:ରାଜ୍ୟରେ କରୋନା ଭାଇରସର ଆତଙ୍କକୁ ନଜରରେ ରଖି ଶୁକ୍ରବାର ସରକାର ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଥିଲେ। ସମସ୍ତ ଶିକ୍ଷାନୁଷ୍ଠାନ, ଅଙ୍ଗନବାଡି, ଫିଲ୍ମ ହଲକୁ ମାର୍ଚ୍ଚ ୩୧ ଯାଏଁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ଅନ୍ୟ ସଭାସମିତି ଆୟୋଜନ ଉପରେ ମଧ୍ୟ ରୋକ ଲାଗିଛି।

{"id":238543,"width":751,"height":500,"sizeSlug":"large"}

ତେବେ ଆଜି ପୁରୀ ପର୍ଯ୍ୟଟନ ବିଭାଗ ପକ୍ଷରୁ ଭ୍ରମଣ କଟକଣା ଲାଗୁ କରାଯାଇଛି। କରୋନା ପାଇଁ ଏହି କଟକଣା ଲାଗୁ ହୋଇଛି। ପୁରୀରୁ ସାତପଡା, କୋଣାର୍କ, ଚିଲିକା ଯିବାକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି।ଏସବୁ ସ୍ଥାନକୁ ଟୁରିଷ୍ଟ ବସ ଚଳାଚଳ ଉପରେ ମଧ୍ୟ କଟକଣା ଲାଗିଛି।

{"id":238544,"width":745,"height":493,"sizeSlug":"large"}

ସୂଚନାଯୋଗ୍ୟ, ଆଜି ପୁରୀରେ ଜଣେ ସନ୍ଦିଗ୍ଧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହି ବିଦେଶୀ ନାବାଳିକାଜଣଙ୍କ ୟୁରୋପ ଲିଥିଓନିଆରୁ ପୁରୀ ବୁଲିବାକୁ ଆସିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.