ହସ୍ତରେଖାରୁ ଜାଣନ୍ତୁ ଆପଣଙ୍କ ବିଦେଶଗସ୍ତ ଯୋଗ ରହିଛି କି ନାହିଁ

Published By : Prameya-News7 Bureau | December 15, 2018 IST

ଭୁବନେଶ୍ୱର ୧୫/୧୨ : ଯୁଗ ଯେତେ ଆଡ଼ଭାନ୍ସ ହେଲେ ମଧ୍ୟ ମଣିଷ ଜୀବନରେ ହସ୍ତରେଖାର ମହତ୍ୱ ଆଜି ମଧ୍ୟ ରହିଛି | ବିଦେଶ ଗସ୍ତ କରିବା ପ୍ରାୟ ସମସ୍ତ ଇଛା କରିଥାନ୍ତି | ବିଦେଶରେ ଚାକିରୀ କରିବା ବହୁତ ଲୋକଙ୍କ ସ୍ବପ୍ନ ଥାଏ | କିଛି ଲୋକେ ଦେଶ ବିଦେଶ ଭ୍ରମଣ କରିବା ପାଇଁ ଭଲ ପାଆନ୍ତି | ଦୂର ଦେଶ ଭ୍ରମଣ କରିବା ବହୁତ ଲୋକଙ୍କ ରୁଚି | କିନ୍ତୁ ସମସ୍ତଙ୍କ ବାଗ୍ୟରେ ଜୁଟି ନଥାଏ ଏହି ସୁଯୋଗ । 

{"id":63938}

ଆମ ହାତରେ ଥିବା ରେଖା ଏହି ସବୁ ଯାତ୍ରା  ଯୋଗ ବିଷୟରେ ସୂଚନା ଦେଇଥାନ୍ତି | ବିଦେଶ ଯାତ୍ରା ପାଇଁ ଚନ୍ଦ୍ର ଗ୍ରହ ଏବଂ ହାତରେ ଥିବା ମୁନ୍‌ ମାଉଁଣ୍ଟ ବା ଚନ୍ଦ୍ର ପର୍ବତ ସ୍ଥାନର ମୁଖ୍ୟ ଅବଦାନ ରହିଛି | ଜ୍ୟୋତିଷ ଶାସ୍ତ୍ର କିମ୍ବା ହସ୍ତରେଖା ଶାସ୍ତ୍ର ଅନୁସାରେ ଚନ୍ଦ୍ରଙ୍କୁ ସମୁଦ୍ର ଯାତ୍ରା ବା ଜଳର କାରକ ଭାବେ ଗ୍ରହଣ କରାଯାଏ | ଦୁନିଆ ଯେତେ ଆଗକୁ ଗଲେ ବି ଆଜି ମଧ୍ୟ ଏହି ଧାରଣା ରହିଛି |

{"id":63934}

ଚନ୍ଦ୍ରଙ୍କୁ ମନର କାରକ ବୋଲି ମଧ୍ୟ କୁହାଯାଏ | ପ୍ରାୟ ଦେଖାଯାଏ ଯଦି ଆମ ହାତରେ ଚନ୍ଦ୍ରଙ୍କ ସ୍ଥିତି ଭଲ ନଥାଏ ତାହେଲେ ମନ ବିଚଳିତ ରହେ | ମନ ସବୁବେଳେ ଅଶାନ୍ତ ରହେ | କେତେବେଳେ କଣ କରିବ କଣ ନାଇଁ,  କୁଆଡେ ଯିବ କିଛି ଭାବି ପାରେନାହିଁ | ଯେଉଁମାନଙ୍କ ହାତରେ ଚନ୍ଦ୍ରଙ୍କ ସ୍ଥିତି ଭଲ ନଥାଏ ସେମାନେ କେଉଁ ବି କାର୍ଯ୍ୟ ଠିକ ଭାବେ କରି ପାରନ୍ତିନାହିଁ | ସେମାନେ ବହୁତ ଜଲଦି ବିରକ୍ତ ହୋଇଯାଇଥାନ୍ତି | ତେବେ ହାତରେ ଚନ୍ଦ୍ରର ସ୍ଥିତିରେ ପରିବର୍ତ୍ତନ ମଧ୍ୟ ହୋଇଥାଏ |

ଦେଖନ୍ତୁ ଆପଣଙ୍କ ହାତରେ ଚନ୍ଦ୍ରଙ୍କ ସ୍ଥିତି କିଭଳି ରହିଛି :

ଯଦି ଆପଣଙ୍କ ହାତରେ ଚନ୍ଦ୍ର ପର୍ବତ ବା ମୁନ ମାଉଣ୍ଟ  ବିକଶିତ ବା ଉନ୍ନତ ରହିଛି ଏବଂ ଅନ୍ୟ ରେଖାଗୁଡିକ ଶୁଭ ସଂକେତ ଦେଉଥାନ୍ତି ତାହେଲେ ଆପଣଙ୍କ ବିଦେଶ ଯାତ୍ରା ସ୍ବପ୍ନ ସତ୍ୟ ହେବ |

{"id":63935}

ହାତରେ ଦୋଷଯୁକ୍ତ ଚନ୍ଦ୍ର ପର୍ବତ ଏବଂ ରେଖା ଇଛା ପୂରଣ କରିବାରେ ବାଧକ ହୋଇଥାଏ | ଚନ୍ଦ୍ର ପର୍ବତରେ ଛୋଟ ଛୋଟ ରେଖା ଥିଲେ ଛୋଟ ଏବଂ ଦୂର ଯାତ୍ରା କରିବାର ସମ୍ଭାବନା ରହିଛି | ହାତର କଚି ଠାରୁ ଚନ୍ଦ୍ର ପର୍ବତ ଯାଏଁ ଯାଇଥିବା ରେଖା ବିଦେଶ ଯାତ୍ରା ସମ୍ପର୍କରେ ସୂଚାଇଥାଏ |

ଯଦି ହାତରେ ମାଛ ଚିହ୍ନ ଅଛି ତାହେଲେ ବିଦେଶରୁ ଧନ ପ୍ରାପ୍ତିର ସମ୍ଭାବନା ରହିଛି | ଚନ୍ଦ୍ର ପର୍ବତରେ ମାଛ ଚିହ୍ନ ଥିଲେ ବିଦେଶରୁ ଆୟ ଯୋଗ ରହିଥାଏ |

{"id":63936,"width":591,"height":443}

ଜୀବନ ରେଖାରୁ ବାହାରି ଚନ୍ଦ୍ର ପର୍ବତ ଆଡକୁ  ରେଖା ଯାଉଥିଲେ ବ୍ୟକ୍ତି ବିଦେଶରେ ବ୍ୟବସାୟ କିମ୍ବା ଚାକିରୀ କରିବାର ଯୋଗ ରହିଛି |

ଯାତ୍ରା ରେଖାରେ ଚତୁଃର୍କୋଣ ଥିଲେ ମଧ୍ୟ ବ୍ୟକ୍ତି ବିଦେଶରେ ବସବାସ କରିଥାଏ | ଯଦି ଏହି ରେଖା ଲମ୍ବା ହୋଇଥାଏ ତାହେଲେ ବିଦେଶରେ ଉପାର୍ଜନ ଇଛା ପୂରଣ ହୋଇଥାଏ |

{"id":63937,"width":587,"height":440}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.