ରାଜ୍ୟର ୫୦, ୫୧,୫୨, ୫୩ ଓ ୫୪ ତମ କୋଭିଡ୍-୧୯ ପଜିଟିଭ୍‌ଙ୍କ ଟ୍ରାଭେଲ୍ ହିଷ୍ଟ୍ରି

Published By : Prameya-News7 Bureau | April 12, 2020 IST

ଭୁବନେଶ୍ୱର ୧୨/୪: ରାଜ୍ୟରେ କୋଭିଡ୍-୧୯ ପଜିଟିଭ୍‌ଙ୍କ ସଂଖ୍ୟା ୫୪ ରେ ପହଞ୍ଚି। ଶନିବାର ରାତିରେ ଏହି ସୂଚନା ଦେଇଥିବା ରାଜ୍ୟ ସୂଚନା ଓ ପରିବାର କଲ୍ୟାଣ ବିଭାଗ ଆଜି ଚାରିଜଣ ଆକ୍ରାନ୍ତଙ୍କ ଗସ୍ତସୂଚୀ ବା ଟ୍ରାଭେଲ ହିଷ୍ଟ୍ରି ଜାରି କରିଛନ୍ତି। ଟ୍ବିଟ କରି ୫୦, ୫୧,୫୨, ୫୩ ଏବଂ ୫୪ ତମ କୋଭିଡ୍-୧୯ ପଜିଟିଭ୍ କୁଆଡ଼େ-କେବେ ଯାଇଥିଲେ, ଆସିଥିଲେ ତାର ସୂଚନା ଦେଇଛନ୍ତି।

{"id":253081,"sizeSlug":"large"}

୫୦ ତମ କରୋନା ପଜିଟିଭ୍ ୟୁନିଟ-୪ରେ ରହୁଥିବା ଜଣେ ୨୨ ବର୍ଷୀୟ ଯୁବକ । ସେ ଭୁବନେଶ୍ୱର ମଧୁସୂଦନ ନଗରର ୪୧ ନମ୍ବର ଆକ୍ରାନ୍ତଙ୍କ ସମ୍ପର୍କୀୟ । ତାଙ୍କ ଗସ୍ତସୂଚୀରେ ବଡ଼ଅନ୍ତୁଡା, ବାରାପୁର, ଖୋର୍ଦ୍ଧା ଯାଇଥିଲେ। ଏହାସହ ୟୁନିଟ-୩ ଷ୍ଟେସନ୍ ସ୍କୋୟାର, ସତ୍ୟନଗର, ଝାରପଡ଼ା ଯାଇଥିଲେ। ଏପ୍ରିଲ ୧୦ ତାରିଖ ଦିନ ତାଙ୍କ ନମୁନା ପରୀକ୍ଷଣ ରିପୋର୍ଟ ପଜିଟିଭ ଆସିଥିଲା। ତାଙ୍କୁ କିମ୍‌ସ ସ୍ବତନ୍ତ୍ର କୋଭିଡ୍-୧୯ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

{"id":253082,"sizeSlug":"large"}

୫୧ତମ କୋଭିଡ୍-୧୯ ସଂକ୍ରମିତଙ୍କର ରହିଛି ନିଜାମୁଦ୍ଦିନ ଲିଙ୍କ। ୬୭ ବର୍ଷୀୟ ଏହି ବ୍ୟକ୍ତି ଜଣଙ୍କ ସୁନ୍ଦରଗଡା ବିଶ୍ରା ଅଞ୍ଚଳର ସେ ମାର୍ଚ୍ଚ ୫ ତାରିଖରେ ଉତ୍କଳଏକ୍ସପ୍ରେସରେ ଦିଲ୍ଲୀ ଯାଇଥିଲେ। ୬ରୁ ୧୦ ମାର୍ଚ୍ଚ ଦିଲ୍ଲୀରେ ଥିଲେ। ୧୦ ତାରିଖରେ ସଂପର୍କକ୍ରାନ୍ତିରେ ବିଳାସପୁର ଆସିଥିଲେ। ସେଠାରୁ ବସ୍‌ ଯୋଗେ ରାଉରକେଲାରେ ପହଞ୍ଚିଥିଲେ। ସେଠାରୁ ସେୟାର ଅଟୋରେ ବିଶ୍ରା ଯାଇଥିଲେ। ୧୨ ମାର୍ଚ୍ଚରୁ ୨ ଏପ୍ରିଲ ପର୍ଯ୍ୟନ୍ତ ଘରେ ଥିଲେ। ତା ପରେ ରାଉରକେଲାସ୍ଥିତ ସରକାରୀ କ୍ବାରେଣ୍ଟାଇନରେ ଏପ୍ରିଲ ୨ରୁ ୧୧ ତାରିଖ ପର୍ଯ୍ୟନ୍ତ ଥିଲେ। ୧୧ ତାରିଖରେ ତାଙ୍କ ନମୁନା ପଜିଟିଭ ଆସିବା ପରେ ତାଙ୍କୁ ରାଉରକେଲା ହାଇଟେକ କୋଭିଡ-୧୯ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

{"id":253083,"sizeSlug":"large"}

୫୨ ତମ ରୋଗୀ ନିଜାମୁଦ୍ଦିନ ଯାଇ ନଥିଲେ କିନ୍ତୁ ନିଜାମୁଦ୍ଦିନ ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଥିଲେ। ୧୮ ବର୍ଷୀୟ ଏହି ଯୁବକ ଜଣଙ୍କ ବିଶ୍ରା ଅଞ୍ଚଳର। ସେ ମାର୍ଚ୍ଚ ୧୦ ତାରିଖରେ ଯାଜପୁରରୁ ରାଉରକେଲା ଆସି ୧୧ ତାରିଖ ଦିନ ରାଉରକେଲାରୁ ଅଟୋରେ ବିଶ୍ରା ଯାଇଥିଲେ। ସେ ୧୧ରୁ ୨୦ ମାର୍ଚ୍ଚ ପର୍ଯ୍ୟନ୍ତ ଆଶିୟାନା ମସ୍‌ଜିଦରେ ରହିଥିଲେ। ତା ପରେ କିଛି ଦିନ ସୁନ୍ଦରଗାଁର ବନାର ନିକଟ ଏକ ମସଜିଦ ପାଖରେ ରହୁଥିଲେ। ତେବେ ଅସୁସ୍ଥତା କାରଣରୁ ୫ ଏପ୍ରିଲରୁ ୧୧ ଏପ୍ରିଲ ପର୍ଯ୍ୟନ୍ତ ସେ ରାଉରକେଲାରେ ସରକାରୀ କ୍ବାରେନଣ୍ଟାଇନରେ ଥିଲେ। ୧୧ ତାରିଖରେ ନମୁନା ପଜିଟିଭ ଆସିବାରୁ ତାଙ୍କୁ ହାଇଟେକ କୋଭିଡ-୧୯ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

{"id":253084,"sizeSlug":"large"}

କୋଭିଡ-୧୯ ଆକ୍ରାନ୍ତଙ୍କୁ ଦେଖିବାକୁ ଯାଇ ଭାଇରସ୍‌ ଦ୍ବାରା ସଂକ୍ରମିତ ହୋଇଗଲେ ରାଜ୍ୟର ୫୩ ନମ୍ବର କରୋନା ପଜିଟିଭ। ସେ ୪୨ ନମ୍ବର କରୋନା ସଂକ୍ରମିିତଙ୍କ ନିକଟ ସଂପର୍କୀୟ। ୪୬ ବର୍ଷର ଏହି ବ୍ୟକ୍ତି ଜଣଙ୍କ ଏମ୍‌ସ ଚିକିିତ୍ସାଧୀନ (୪୨ ନମ୍ବର ସଂକ୍ରମିତଙ୍କୁ ୪ରୁ ୬ ଥର ଦେଖିବାକୁ ଯାଇଥିଲେ)। ସଂପୃକ୍ତ ବ୍ୟକ୍ତି ଜଣଙ୍କ ମାର୍ଚ୍ଚ ୨୫ରୁ ଏପ୍ରିଲ ୩ ପର୍ଯ୍ୟନ୍ତ ସହିଦନଗର କେସୁରା ଅନ୍ତର୍ଗତ ବନକୁଆଳରେ ରହୁଥିଲେ। ଏପ୍ରିଲ ୭ରୁ ୧୦ ପର୍ଯ୍ୟନ୍ତ ହୋମ୍‌ କ୍ବାରେନଣ୍ଟାଇନରେ ଥିଲେ। ୧୧ ତାରିଖ ଦିନ ତାଙ୍କ ନମୁନା ପଜିଟିଭ ଆସିବା ପରେ ତାଙ୍କୁ ତୁରନ୍ତ କିମ୍‌ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

{"id":253085,"sizeSlug":"large"}

କେନ୍ଦ୍ରାପଡା ରାଜନଗର ଅଞ୍ଚଳର ୧୭ ବର୍ଷୀୟା ଜଣେ ଯୁବତୀ ୫୪ ନମ୍ବର କୋଭିଡ-୧୯ ସଂକ୍ରମିତ। ସେ ମାର୍ଚ୍ଚ ୨୯ ତାରିଖରେ ଏକ ଘରୋଇ ଆମ୍ବୁଲାନ୍ସରେ କୋଲକାତାରୁ ଭାଇ ବାଲେଶ୍ବର- ଭଦ୍ରକ ଦେଇ ଗାଁକୁ ଆସିଥିଲେ। ରାଜନଗର ନଇଡିଆ ବାସିନ୍ଦା ଏହି ଯୁବତୀ ମାର୍ଚ୍ଚ ୩୦ରୁ ଏପ୍ରିଲ ୧୧ ତାରିଖ ପର୍ଯ୍ୟନ୍ତ ହୋମ କ୍ବାରେଣ୍ଟାଇନରେ ଥିଲେ। ୧୧ ତାରିଖରେ ତାଙ୍କ ନମୁନ ପରୀକ୍ଷଣ ରିପୋର୍ଟ ପଜିଟିଭ ଆସିବା ପରେ ତୁରନ୍ତ ତାଙ୍କୁ କଟକ ଅଶ୍ବିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.