ଆସିଲା ୧୬୦-୧୬୧-୧୬୨-୧୬୩ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରି

Published By : Prameya-News7 Bureau | May 05, 2020 IST

ଭୁବନେଶ୍ୱର ୦୫।୦୫: ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢିବାର ଲାଗିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୭୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ତେବେ ଆଜି ଚାରିଜଣ କରୋନା ସଂକ୍ରମିତଙ୍କ ଗସ୍ତ ବିବରଣୀ ଜାରି କରିଛନ୍ତି ସରକାର । କରୋନା ଆକ୍ରାନ୍ତ ୧୬୦,୧୬୧,୧୬୨,୧୬୩ ଟ୍ରାଭେଲ୍ ହିଷ୍ଟ୍ରି ଜାରି କରିଛନ୍ତି । ସମ୍ପର୍କୀୟଙ୍କ ଘରୁ ସଂକ୍ରମିତ ହୋଇଛନ୍ତି କେସ୍ ନଂ ୧୬୦ । ସେ ୪୦ ବର୍ଷୀୟ ମହିଳା । ଏବେ ଝାରସୁଗୁଡା କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ସେହିପରି ୧୬୧ ନମ୍ବର ଆକ୍ରାନ୍ତ ବାଲେଶ୍ବର ଖଇରାର ୩୪ ବର୍ଷୀୟ ଯୁବକ ।

{"id":264935,"sizeSlug":"large"}

କୋଲକାତାରୁ ସେ ଟ୍ରକ୍ ଯୋଗେ ଆସିଥିଲେ । ୧୬୧ ନଂ ଆକ୍ରାନ୍ତ ଏବେ କଟକ ଅଶ୍ବିନୀ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

{"id":264936,"sizeSlug":"large"}

ସେହିପରି କେସ୍ ନମ୍ବର ୧୬୨ଙ୍କର ମଧ୍ୟ ରହିଛି କୋଲକାତା ଲିଙ୍କ । ସେ କେନ୍ଦୁଝରର ମଙ୍ଗୁପୁରର ୩୦ ବର୍ଷୀୟ ଯୁବକ । ଟ୍ରକ୍ ରେ କୋଲକାତାରୁ ଆସିଥିଲେ, ଏବେ ଅଶ୍ବିନୀ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

{"id":264937,"sizeSlug":"large"}

ସେହିପରି କେସ୍ ନଂ ୧୬୩ ରାଉରକେଲା ନାଲାରୋଡ୍ ର ୨୯ ବର୍ଷୀୟ ମହିଳା । ପଡୋଶୀ ସଂକ୍ରମିତଙ୍କଠାରୁ ସେ ସଂକ୍ରମିତ ହୋଇଥିବା ସୂଚନା ଦେଇଛନ୍ତି ସରକାର ।

{"id":264938,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.