୪ କରୋନା ସଂକ୍ରମିତଙ୍କ ଟ୍ରାଭେଲ୍ ହିଷ୍ଟ୍ରି: ତିିନିଜଣଙ୍କର କୋଲକାତା ଲିଙ୍କ୍, ଜଣେ ଆସିଥିଲେ ଯାଜପୁର

Published By : Prameya-News7 Bureau | April 25, 2020 IST

ଭୁବନେଶ୍ବର୨୫/୪: ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୯୧, ୯୨, ୯୩ ଏବଂ ୯୪ ତମ କରୋନା ସଂକ୍ରମିତଙ୍କ ଟ୍ରାଭେଲ୍ ହିଷ୍ଟ୍ରି ଜାରି କରିଛନ୍ତି। ଏହି ଟ୍ରାଭେଲ୍ ହିଷ୍ଟ୍ରିରେ ୪ ଜଣ ସଂକ୍ରମିତଙ୍କ ସଂପର୍କରେ ଉଲ୍ଲେଖ ରହିଛି।

୯୧ ତମ କରୋନା ସଂକ୍ରମିତ ଭଦ୍ରକ ଜିଲ୍ଲାର ତିହିଡି ବ୍ଲକର ମଠ ସାହି ଅଞ୍ଚଳର ୪୦ ବର୍ଷୀୟ ଯୁବକ। ଏପ୍ରିଲ ୧୮ ତାରିଖରେ ଏହି ବ୍ୟକ୍ତି କୋଲକାତାରୁ ଫେରିଥିଲେ। ୧୮ରୁ ୧୯ ପର୍ଯ୍ୟନ୍ତ ଏହି ବ୍ୟକ୍ତି ତାଙ୍କ ସାଙ୍ଗ ପାଖରେ ରହିଥିଲେ। ୨୦ ରେ ବାଇକ୍ ସାଇକେଲ ଯୋଗେ ଘରେ ପହଞ୍ଚିଥିଲେ। ୨୦ ତାରିଖରେ ତାଙ୍କୁ ସରକାରୀ କ୍ବାରେଣ୍ଟାଇନ୍‌ରେ ରଖାଯାଇଥିଲା। ୨୪ ରେ ତାଙ୍କ ନମୁନାରେ କୋଭିଡ-୧୯ ପଜିଟିଭ ଆସିବା ପରେ ତାଙ୍କୁ କଟକସ୍ଥିତ ଅଶ୍ବିନୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

{"id":260086,"sizeSlug":"large"}

୯୨ ତମ କରୋନା ସଂକ୍ରମିତ ଭଦ୍ରକ ଜିଲ୍ଲାର ତିହିଡି ବ୍ଲକର ପୀରହାଟ ଅଞ୍ଚଳର ୪୧ ବର୍ଷୀୟ ଯୁବକ। ଏପ୍ରିଲ ୧୨ ତାରିଖରେ ଯାଜପୁର କୁଆଖିଆ ଅଞ୍ଚଳର କିଛି ଅଚିହ୍ନା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ। ଏପ୍ରିଲ ୧୩ରୁ ୨୩ ପର୍ଯ୍ୟନ୍ତ ତାଙ୍କୁ ସରକାରୀ କ୍ବାରେଣ୍ଟାଇନ୍‌ରେ ରଖାଯାଇଥିଲା। ୨୪ରେ ତାଙ୍କ ନମୁନାରେ କୋଭିଡ-୧୯ ପଜିଟିଭ ଆସିବାରେ ତାଙ୍କୁ କଟକ ଅଶ୍ବିନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

{"id":260088,"sizeSlug":"large"}

୯୩ ତମ କରୋନା ସଂକ୍ରମିତ ଭଦ୍ରକର ଧାମନଗର ବ୍ଲକର ୨୯ ବର୍ଷୀୟ ଯୁବକ। ମାର୍ଚ୍ଚ ୨୭ ତାରିଖରେ ଏହି ବ୍ୟକ୍ତି ତାଙ୍କ ବାପାଙ୍କ ସହ  ଅନ୍ୟ ୬ ଜଣ ଯାତ୍ରୀଙ୍କ ସହ କୋଲକାତାରୁ ଫେରିଥିଲେ। ମାର୍ଚ୍ଚ ୨୮ରୁ ଏପ୍ରିଲ ୨୪ ପର୍ଯ୍ୟନ୍ତ ତାଙ୍କୁ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରଖାଯାଥିଲା। ୨୪ ରେ ତାଙ୍କ ନମୁନାରେ କୋଭିଡ-୧୯ ପଜିଟିଭ ଆସିବା ପରେ ତାଙ୍କୁ କଟକ ଅଶ୍ବିନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

{"id":260089,"sizeSlug":"large"}

୯୪ ତମ କରୋନା ସଂକ୍ରମିତ ଭଦ୍ରକର ଧାମନଗର ବ୍ଲକର କଲ୍ୟାଣୀ ଅଞ୍ଚଳର ୨୪ ବର୍ଷୀୟ ଯୁବକ। ମାର୍ଚ୍ଚ ୧୬ରୁ ପାଦରେ ଚାଲି ଚାଲି ଏପ୍ରିଲ ୨୦ ତାରିଖରେ ନିଜ ଗାଁରେ ପହଞ୍ଚିଥିଲେ ଏହି ବ୍ୟକ୍ତି। ୨୦ରୁ ୨୧ ତାରିଖ ପର୍ଯ୍ୟନ୍ତ ତାଙ୍କୁ ହୋମ୍ କ୍ବାରେଣ୍ଟାଇନ୍‌ରେ ରଖାଯାଇଥିଲା। ୨୪ ତାରିଖରେ ତାଙ୍କ ନମୁନାରେ କୋଭିଡ-୧୯ ପଜିଟିଭ ଆସିବା ପରେ ତାଙ୍କୁ କଟକ ଅଶ୍ବିନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

{"id":260091,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.