Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ଫେଲ୍ ମାରିଲା ବ୍ୟାଟିଂ, ଦକ୍ଷିଣ ଆଫ୍ରିକା ନିକଟରୁ ୩୧ ରନରେ ହାରିଲା ଭାରତ
  • ||
  • ରାଜ୍ୟରେ ଏବେ ତୃତୀୟ ଲହର ଚାଲିଛି, ତଥାପି ଭୟଭୀତ ହେବାର ଆବଶ୍ୟକତା ନାହିଁ: ମୁଖ୍ୟ ସଚିବ
  • ||
  • ପୁରୀ: ପୋଲିସ କବଜାରେ ୩ ଧଳାଜହର ବେପାରୀ, ୧୭୨ ବ୍ରାଉନ ସୁଗାର ଜବତ
  • ||
  • କ୍ୟାପଟେନ୍ ପଦ ଛାଡିବା ପରେ କୋହଲିଙ୍କ ଟେଷ୍ଟ ରାଙ୍କିଙ୍ଗ୍ରେ ସୁଧାର, ଟପ୍-୧୦କୁ ଫେରିଲେ ବୁମରା
  • ||
  • କଳାହାଣ୍ଡି; ଗୋଲାମୁଣ୍ଡା ଗାଁ ପୋଖରୀରେ ବୁଡି ଜାଆଁଳା ଭାଇ ମୃତ
  • ||
  • ବିଜେପିରେ ମିଶି ପାରନ୍ତି କଂଗ୍ରେସର ପୋଷ୍ଟର ଗର୍ଲ ପ୍ରିୟଙ୍କା ମୌର୍ଯ୍ୟ, କହିଲେ- ପାର୍ଟି ମୋର ଫାଇଦା ଉଠାଇଲା
  • ||
  • ଭାରତର ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ଅବସର ଘୋଷଣା, ୨୦୨୨ ହେବ ଶେଷ ସିଜିନ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||

୮୪ରୁ ୯୦ କୋଭିଡ୍‌-୧୯ ସଂକ୍ରମିତଙ୍କ ଟ୍ରାଭେଲ୍ ହିଷ୍ଟ୍ରି: ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବାରୁ ଅଧିକ ଭୋଗିଛନ୍ତି

25/04/2020 at 6:18 PM

ଭୁବନେଶ୍ବର୨୫/୪: ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୮୪, ୮୫, ୮୬, ୮୭, ୮୮, ୮୯ ଏବଂ ୯୦ ତମ କୋଭିଡ୍‌-୧୯ ସଂକ୍ରମିତଙ୍କ ଟ୍ରାଭେଲ୍ ହିଷ୍ଟ୍ରି ଜାରି କରିଛନ୍ତି। ଏହି ତଥ୍ୟରୁ ୭ ସଂକ୍ରମିତଙ୍କ ମଧ୍ୟରୁ ୩ ଜଣ ପଶ୍ଚିମବଙ୍ଗରୁ ଫେରିଥିବା ବେଳେ ଅନ୍ୟମାନେ ସେମାନଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିଲେ।

୮୪ ତମ କରୋନା ସଂକ୍ରମିତ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକର କୋଦେଇବାଟି ଅଞ୍ଚଳର ୭୦ ବର୍ଷୀୟ ବୃଦ୍ଧା। ସେ ୭୪ ତମ କୋଭିଡ୍-୧୯ ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସିଥିଲେ। ସେ ମାର୍ଚ୍ଚ ୨୨ ତାରିଖରୁ ଏପ୍ରିଲ ୨୦ ତାରିଖ ପର୍ଯ୍ୟନ୍ତ ହୋମ୍ କ୍ବାରେଣ୍ଟାଇନ୍‌ରେ ଥିଲେ। ପୁଣି ୨୧ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ତାଙ୍କୁ ସରକାରୀ କ୍ବାରେଣ୍ଟାଇନ୍‌ରେ ରଖାଯାଇଥିଲା। ୨୩ ତାରିଖରେ ତାଙ୍କ ନମୁନାରେ କୋଭିଡ୍-୧୯ ପଜିଟିଭ ଆସିବା ପରେ ତାଙ୍କୁ କଳିଙ୍ଗନଗର କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ସେହିପରି ୮୫ ତମ କରୋନା ସଂକ୍ରମିତ ଯାଜପୁର ସଦର ବାସୁଦେବପୁର ଜହଣପୁର ଅଞ୍ଚଳର ୨୧ ବର୍ଷୀୟ ଯୁବକ।  ସେ ୭୩ ତମ କୋଭିଡ-୧୯ ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସିଥିଲେ। ଏହି ବ୍ୟକ୍ତି ଜଣଙ୍କ ୨୯ ମାର୍ଚ୍ଚରେ ପାସେଞ୍ଜର ଗାଡିରେ କଲୋକାତାରୁ ଫେରିଥିଲେ। ମାର୍ଚ୍ଚ ୨୯ ତାରିଖରୁ ଏପ୍ରିଲ ୨୦ ପର୍ଯ୍ୟନ୍ତ ହୋମ୍‌ କ୍ବାରେଣ୍ଟାଇନ୍‌ରେ ଥିଲେ।  ୨୧ ତାରିଖରୁ ଏପ୍ରିଲ ୨୩ ତାରିଖ ପର୍ଯ୍ୟନ୍ତ ତାଙ୍କୁ ସରକାରୀ କ୍ବାରେଣ୍ଟାଇନ୍‌ରେ ରଖାଯାଇଥିଲା। ୨୩ ତାରିଖରେ ତାଙ୍କ ନମୁନାରେ କୋଭିଡ-୧୯ ପଜିଟିଭ ଆସିବା ପରେ ତାଙ୍କୁ କଳିଙ୍ଗନଗର କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

୮୬ ତମ କରୋନା ସଂକ୍ରମିତ ଯାଜପୁରର ବାସୁଦେବପୁର ଅଞ୍ଚଳର ୪୮ ବର୍ଷୀୟ ମହିଳା। ସେ ୭୩ ତମ କୋଭିଡ୍-୧୯ ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସିଥିଲେ। ସେ ମାର୍ଚ୍ଚରୁ ୨୨ରୁ ଏପ୍ରିଲ ୨୦ ପର୍ଯ୍ୟନ୍ତ ହୋମ୍‌ କ୍ବାରେଣ୍ଟାଇନ୍‌ରେ ପରେ ୨୧ ତାରିଖରେ ୨୩ ପର୍ଯ୍ୟନ୍ତ ତାଙ୍କୁ ସରକାରୀ  କ୍ବାରେଣ୍ଟାଇନ୍‌ରେ ରଖାଯାଇଥିଲା। ୨୩ ତାରିଖରେ ତାଙ୍କ ନମୁନାରେ କୋଭିଡ-୧୯ ପଜିଟିଭ ଆସିବା ପରେ ତାଙ୍କୁ କଳିଙ୍ଗନଗର କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

୮୭ ତମ କରୋନା ସଂକ୍ରମିତ ଯାଜପୁର ସଦର ବ୍ଲକର ବାସୁଦେବପୁର ଅଞ୍ଚଳର ୮୦ ବର୍ଷୀୟ ବୃଦ୍ଧା। ସେ ୭୩ ତମ କରୋନା ସଂକ୍ରମିତଙ୍କ  ସଂସ୍ପର୍ଶରେ ଆସିଥିଲେ। ସେ ମାର୍ଚ୍ଚ ୨୨ ତାରିଖରୁ ଏପ୍ରିଲ ୨୦ ପର୍ଯ୍ୟନ୍ତ ହୋମ୍ କ୍ବାରେଣ୍ଟାଇନ୍‌ରେ ଥିଲେ।  ଏପ୍ରିଲ ୨୩ ତାରିଖରେ ତାଙ୍କ ନମୁନାରେ କୋଭିଡ- ୧୯ ପଜିଟିଭ ଆସିବା ପରେ ତାଙ୍କୁ କଳିଙ୍ଗ ନଗର କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

୮୮ ତମ କରୋନା ସଂକ୍ରମିତ ବାଲେଶ୍ବର ଜିଲ୍ଲା ନେଳିଆବାଗ ଅଞ୍ଚଳର ୩୬ ବର୍ଷୀୟ ଯୁବକ। ସେ ୬୧ ତମ କୋଭିଡ-୧୯ ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସିଥିଲେ। ସେ ୨୨ ମାର୍ଚ୍ଚରୁ ଏପ୍ରିଲ ୨୩ ତାରିଖରେ ହୋମ୍‌ କ୍ବାରେଣ୍ଟାଇନ୍‌ରେ ଥିଲେ। ୨୩ ତାରିଖରେ ତାଙ୍କ ନମୁନାରେ ପଜିଟିଭ ଆସିବା ପରେ ତାଙ୍କୁ କଳିଙ୍ଗନଗର କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

୮୯ ତମ କରୋନା ସଂକ୍ରମିତ ବାଲେଶ୍ବର ଜିଲ୍ଳାର ନେଳିଆବାଗ ଅଞ୍ଚଳର ୫୫ ବର୍ଷିୟା ମହିଳା। ସେ ୬୧ ତମ କୋଭିଡ-୧୯ ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସିଥିଲେ। ସେ ୨୨ ମାର୍ଚ୍ଚରୁ ୨୩ ଏପ୍ରିଲ ପର୍ଯ୍ୟନ୍ତ ହୋମ୍ କ୍ବାରେଣ୍ଟାଇନ୍‌ରେ ଥିଲେ। ୨୩ ତାରିଖରେ ତାଙ୍କ ନମୁନାରେ  କୋଭିଡ-୧୯ ପଜିଟିଭ ଆସିବା ପରେ ତାଙ୍କୁ କଳିଙ୍ଗ ନଗର କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

୯୦ ତମ କରୋନା ସଂକ୍ରମିତ ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକର ବ୍ରାହ୍ମଣୀ ଶାସନ ଅଞ୍ଚଳର ୪୩ ବର୍ଷୀୟ ଯୁବକ। ସେ ଏପ୍ରିଲ ୧୬ ତାରିଖରେ କୋଲକାତାରୁ ଫେରିଥିଲେ। ୧୬ରୁ ୨୦ ପର୍ଯ୍ୟନ୍ତ ହୋମ୍ କ୍ବାରେଣ୍ଟାଇନ୍‌ରେ ଥିଲେ। ୨୧ରୁ ୨୩ ପର୍ଯ୍ୟନ୍ତ ତାଙ୍କୁ ସରକାରୀ କ୍ବାରେଣ୍ଟାଇନ୍‌ରେ ରଖାଯାଇଥିଲା। ୨୩ ତାରିଖରେ ତାଙ୍କ ନମୁନାରେ କୋଭିଡ-୧୯ ପଜିଟିଭ ଆସିବା ପରେ ତାଙ୍କୁ କଳିଙ୍ଗନଗର କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

   Related Posts