ତିନି କୋଭିଡ୍ ପଜିଟିଭ୍ ରାଜଧାନୀର ଗୋଟିଏ ଆପାର୍ଟମେଣ୍ଟରେ ରହୁଥିଲେ: ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜାରି କଲେ ୪ ସଂକ୍ରମିତଙ୍କ ଟ୍ରାଭେଲ ହିଷ୍ଟ୍ରି

Published By : Prameya-News7 Bureau | April 14, 2020 IST

ଭୁବନେଶ୍ବର୧୪/୪: ରାଜ୍ୟରେ କୋଭିଡ୍-୧୯ ପଜିଟିଭ୍ଙ୍କ ସଂଖ୍ୟା ୬୦କୁ ଛୁଇଁଛି। ତେବେ ଶେଷ ୫ ଜଣ କୋଭିଡ-୧୯ ପଜିଟିଭ୍‌ଙ୍କ ମଧ୍ୟରୁ ଜଣଙ୍କର ଟ୍ରାଭେଲ ହିଷ୍ଟ୍ରି ପୂର୍ବରୁ ଜାରି ହୋଇଥିବା ବେଳେ ଏବେ ୫୭, ୫୮, ୫୯ ଏବଂ ୬୦ କୋଭିଡ-୧୯ ପଜିଟିଭଙ୍କ ଟ୍ରାଭେଲ୍ ହିଷ୍ଟ୍ରି ଟ୍ବିଟ କରିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସେହି ୪ ଜଣଙ୍କ ମଧ୍ୟରୁ ୩ ଜଣ ବମିଖାଲ ଅଞ୍ଚଳର ବେବିଲୋନ ଆପାର୍ଟମେଣ୍ଟରେ ରୁହନ୍ତି।

{"id":254175,"sizeSlug":"large"}

୫୭ ତମ କୋଭିଡ୍-୧୯ ପଜିଟିଭ୍‌ ଜଣେ ୫୦ ବର୍ଷୀୟ ପୁରୁଷ। ସେ ଭୁବନେଶ୍ବରର ବମିଖାଲ ଅଞ୍ଚଳ ବାସିନ୍ଦା। ସେ ପୂର୍ବରୁ କୋଭିଡ୍-୧୯ ସଂକ୍ରମିତ ୭, ୮, ୨୨ ଏବଂ ୩୯ ନମ୍ବର ବ୍ୟକ୍ତିମାନଙ୍କ ସଂସ୍ପର୍ଶରେ ଆସିଥିଲେ। ସେ ବମିଖାଲସ୍ଥିତ ବେବିଲୋନ ଆପାର୍ଟମେଣ୍ଟରେ ରହନ୍ତି। ଆପାର୍ଟମେଣ୍ଟ ନିକଟରେ ଥିବା ରିଲାନ୍ସ ଫ୍ରେସ୍‌କୁ ପରିବା କିଣିବାକୁ ଯିବାବେଳେ ସେ ଅନ୍ୟ ଚାରି ଜଣ କୋଭିଡ-୧୯ ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସିଥିଲେ। ୧୪ ତାରିଖରେ ତାଙ୍କ ରକ୍ତ ନମୁନା ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିବାରୁ ସେ କୋଭିଡ-୧୯ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଥିଲା। ବର୍ତ୍ତମାନ ତାଙ୍କୁ କିମ୍‌ସ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

{"id":254176,"sizeSlug":"large"}

ସେହିପରି ୫୮ ତମ ଭୋଭିଡ-୧୯ ପଜିଟିଭ୍ ଜଣେ ୫୧ ବର୍ଷୀୟା ମହିଳା। ସେ ମଧ୍ୟ ବମିଖାଲ ଅଞ୍ଚର ସେହି ବେବିଲୋନ ଆପାର୍ଟମେଣ୍ଟରେ ରହନ୍ତି। ଆପାର୍ଟମେଣ୍ଟରେ ରହୁଥିବା ପଡୋଶୀଙ୍କ ସଂସ୍ପର୍ଶରେ ଆସିଥିଲେ। ମଙ୍ଗଳବାର ମହିଳାଙ୍କ ନମୁନା ପରୀକ୍ଷଣ ପରେ କୋଭିଡ-୧୯ ପଜିଟିଭ୍‌ ରିପୋର୍ଟ ଆସିଛି।  ତାଙ୍କୁ ମଧ୍ୟ କିମ୍‌ସ କୋଭିଡ-୧୯ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

{"id":254177,"sizeSlug":"large"}

ସେହିପରି ୫୯ ତମ କୋଭିଡ୍-୧୯ ପଜିଟିଭ୍ ଜଣେ ୭୫ ବର୍ଷୀୟ ପୁରୁଷ। ସେ ମଧ୍ୟ ବମିଖାଲ ଅଞ୍ଚଳରେ ବେବିଲୋନ ଆପାର୍ଟମେଣ୍ଟ ରୁହନ୍ତି। ତାଙ୍କ ନମୁନା ପରୀକ୍ଷା ପରେ କୋଭିଡ-୧୯ ଚିହ୍ନଟ ହୋଇଛି।  ତାଙ୍କୁ ବି କିମ୍‌ସ କୋଭିଡ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି।

{"id":254178,"sizeSlug":"large"}

୬୦ ତମ କରୋନା  କୋଭିଡ-୧୯ ପଜିଟିଭ୍  ଜଣେ ୫୧ ବର୍ଷୀୟ ପୁରୁଷ। ସେ ଭୁବନେଶ୍ବର ଝାରପଡା ଅଞ୍ଚଳର ନୀଳାଦ୍ରିନଗର ଅଞ୍ଚଳରେ ରହନ୍ତି।  ସେ ୪୨ ତମ କୋଭିଡ-୧୯ ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସିଥିଲେ।  ସେ ରସୁଲଗଡସ୍ଥିତ କେସୁରା ବଜାରକୁ ଗ୍ରସରୀ କିଣିବାକୁ ଯାଇଥିବା ସମୟରେ ୪୨ ତମ କୋଭିଡ-୧୯ ପଜିଟିଭ୍ଙ୍କ ସସ୍ପର୍ଶରେ ଆସିଥିଲେ। ତାଙ୍କ ନମୁନା ପରୀକ୍ଷଣ ପରେ ସେ କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଛି। ତାଙ୍କୁ କିମ୍‌ସ କୋଭିଡ-୧୯ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.