ଆସିଲା ୧୨୨ ନମ୍ବର ସଂକ୍ରମିତଙ୍କ ଟ୍ରାଭେଲ୍ ହିଷ୍ଟ୍ରୀ, ରହିଛି କୋଲକାତା ଲିଙ୍କ୍

Published By : Prameya-News7 Bureau | May 01, 2020 IST

ଦେଓଗଡ, ୦୧|୦୫:   ୧୨୨ ନମ୍ବର ସଂକ୍ରମିତଙ୍କ ଟ୍ରାଭେଲ୍ ହିଷ୍ଟ୍ରୀ ସାମ୍ନାକୁ ଆସିଛି । ଏହି ୩୪ ବର୍ଷୀୟ ସଂକ୍ରମିତଙ୍କ ଘର ହେଉଛି ଦେଓଗଡ ଜିଲ୍ଲା ସୁଗୁଡା ପଞ୍ଚାୟତ ଅନ୍ତର୍ଗତ ବାସୁଦେବପୁର ଗାଁ । ସେ କୋଲକାତାରୁ ଫେରିଥିବା ଜଣାପଡିଛି ।

wp:core-embed/twitter {"url":"https://twitter.com/IPR_Odisha/status/1256230761566482439","type":"rich","providerNameSlug":"twitter","className":""}
https://twitter.com/IPR_Odisha/status/1256230761566482439
/wp:core-embed/twitter

ଏହି ସଂକ୍ରମିତଜଣଙ୍କ ୨୪ ତାରିଖରୁ କୋଲକତାରୁ ଟ୍ରକ୍ ଯୋଗେ ଫେରିଥିଲେ । ଏହାପରେ ସେ ସୁନାମୁଣ୍ଡାରେ ଓହ୍ଲାଇ ଚାଲିଚାଲି ଘରକୁ ଯାଇଥିଲେ । ଏହାପରେ ସେ ୨୫ରୁ ୨୯ ଏପ୍ରିଲ ଯାଏଁ ଘରେ ରହିଥିଲେ । ୨୭ ତାରିଖରେ ଆଶା କର୍ମୀ ଓ ଗ୍ରାମବାସୀଙ୍କ ପରାମର୍ଶ କ୍ରମେ ଦେଓଗଡ ହସ୍ପିଟାଲରେ କରୋନା ଟେଷ୍ଟ୍ ପାଇଁ କହିଥିଲେ । ୨୯ ତାରିଖରେ ତାଙ୍କ ଗସ୍ତ ବିବରଣୀ ପାଇଁ ନମୂନା କୋଭିଡ-୧୯ ଟେଷ୍ଟ୍ ପାଇଁ ପଠାଯାଇଥିଲା ।  ଏହାପରେ ରିପୋର୍ଟ ପଜିଟିଭ୍ ଆସିବା ପରେ  ରାଉରକେଲା ସ୍ଥିତ କୋଭିଡ୍ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.