Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

୨ ସଂକ୍ରମିତଙ୍କ ପାଇଁ ବିଏମ୍‌ସି ଓ ସ୍ୱାସ୍ଥ୍ୟ ବିଭାଗର ଟେନ୍‌ସନ୍‌, କୁଆଡେ ଯାଇଥିଲେ ଜଣାପଡୁନି

4/06/2020 at 12:29 PM

ଭୁବନେଶ୍ୱର ୦୪।୦୫: ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାର ଲାଗିଛି । କିନ୍ତୁ ଏଭଳି ସ୍ଥିତିରେ ରାଜ୍ୟ ପାଇଁ ଏକ ଚିନ୍ତାଜନକ ଖବର ଆସିଛି । ରାଜଧାନୀର ଦୁଇ କରୋନା ଆକ୍ରାନ୍ତଙ୍କୁ ନେଇ ବିଏମ୍‌ସି ଓ ସ୍ୱାସ୍ଥ୍ୟ ବିଭାଗର ମୁଣ୍ଡବିନ୍ଧା ବଢିଯାଇଛି। ସହରରେ ଏବେ ମୋଟ ୧୧ଟି ଆକ୍ଟିଭ୍‌ କେଶ୍‌ ଅଛି । ଏଥିରୁ ୯ଜଣଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ମିଳିଛି । କିନ୍ତୁ ଆଉ ୨ଜଣଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ମିଳୁନି । ଏଥିପାଇଁ ସମସ୍ତେ ଚିନ୍ତାରେ ପଡି ଯାଇଛନ୍ତି । 

ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ବୁଧବାର ଏହି ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁସାରେ, ଭୁବନେଶ୍ୱରରେ ଏବେ ୧୧ ଆକ୍ଟିଭ୍‌ କେସ୍‌ ଥିବାବେଳେ ଆମେ ୯ଜଣଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ପାଇଛୁ । ସେମାନଙ୍କ ଆଖପାଖରେ ଥିବା ପ୍ରାୟ ୪୦ରୁ ୫୦ ପରିବାରକୁ ମଧ୍ୟ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି । ସଂପୃକ୍ତ ଅଞ୍ଚଳରେ ସର୍ଭେଲାନ୍ସ ଚାଲିଛି । ଘରକୁ ଘର ବୁଲି ସର୍ଭେ କରାଯାଉଛି । କାହାର ଫ୍ଲୁ ଭଳି ଲକ୍ଷଣ ଥିଲେ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଉଛି । ପ୍ରତିଦିନ ୩୦୦ରୁ ୪୦୦ ଲୋକଙ୍କୁ ପରୀକ୍ଷା କରାଯାଉଛି ।

କ୍ୟାପିଟାଲ ହସ୍ପିଟାଲ ଓ ଅନ୍ୟ କିଛି ସ୍ଥାନରେ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଉଛି । ତେବେ ସହରରେ ଏବେ ଆଉ କୌଣସି ସ୍ଥାନକୁ କଣ୍ଟେନମେଣ୍ଟ୍‌ ଜୋନ୍‌ରେ ରଖାଯାଇନି ବୋଲି ସେ ସ୍ପଷ୍ଟ କରିଛନ୍ତି । କିନ୍ତୁ ଆଉ ୨ଜଣଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ନେଇ କମିଶନର କୌଣସି ସୂଚନା ଦେଇନାହାନ୍ତି । ଏହି ୨ଜଣ ସ୍ଥାନୀୟ ସଂକ୍ରମିତ କି କାହା ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି, ତାର ତନାଘନା ଚାଲିଛି ବୋଲି ଜଣାପଡିଛି ।  

ସେପଟେ ପଞ୍ଜିକରଣ କରି ରାଜଧାନୀକୁ ଆଜିସୁଦ୍ଧା କେତେ ଲୋକେ ଫେରିଛନ୍ତି ଓ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି, ତାର ତଥ୍ୟ ମଧ୍ୟ ଦେଇଛନ୍ତି କମିଶନର ଶ୍ରୀଚୌଧୁରୀ । ରାଜଧାନୀକୁ ଫେରିବାକୁ ଆଜିସୁଦ୍ଧା ମୋଟ ୧୦ହଜାର ୬୬୧ଜଣ ପଞ୍ଜିକରଣ କରିଛନ୍ତି । ଏଥିରୁ ୨୧୬୮ଜଣ ଫେରିଲେଣି । ଯେତିକି ଲୋକେ ଫେରିଛନ୍ତି ସେମାନଙ୍କ ଭିତରୁ ୧୨୯୭ଜଣ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି । ଏବେ ୫୬ଜଣ ବିଭିନ୍ନ ସରକାରୀ କ୍ୱାରେଣ୍ଟାଇନ୍‌ ଓ ୪୬ଜଣ ପେଡ୍‌ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି । ୩୦୦ରୁ ଅଧିକ କ୍ୱାରେଣ୍ଟାଇନ୍‌ ସାରି ଘରକୁ ଫେରିଲେଣି ବୋଲି ସେ ସୂଚନା ଦେଇଛନ୍ତି ।

   Related Posts