କରୋନା ଇଫେକ୍ଟ : ମେ ୪ରୁ ଆମେରିକା ଯାତ୍ରା କରିପାରିବେନି ଭାରତୀୟ

Published By : Prameya-News7 Bureau | May 01, 2021 IST

ଆମେରିକା ୧/୫ : ଭାରତରେ ବଢୁଥିବା ୨ୟ ଲହରକୁ ନେଇ ସାରା ବିଶ୍ୱରେ ଆତଙ୍କ । ସଂକ୍ରମଣ ମାତ୍ରା ଏତେ ବ୍ୟାପିଛି ଯେ, ତା ଉପରେ ରୋକ ଲଗାଇବା କଷ୍ଟକର ହୋଇପଡିଲାଣି । ଏସବୁ ଦୃଷ୍ଟିରେ ରଖି କଠୋର ହୋଇଛନ୍ତି ବାଇଡେନ୍ ସରକାର । ଆସନ୍ତା ୪ ମେ ରୁ ଭାରତୀୟଙ୍କ ଯାତ୍ରା ଉପରେ ଲଗାଯାଇଛି କଟକଣା । ଅର୍ଥାତ୍ ଏଠାକୁ କୌଣସି ଭାରତୀୟ ଯାତ୍ରା କରିପାରିବେନି ।

ସାରା ଭାରତରେ ଏବେ ମହାମାରୀ ଏବେ ଉଗ୍ର ରୂପ ନେଲାଣି । ଦୈନିତ ସଂକ୍ରମଣ ରେକର୍ଡ କରୁଥିବାବେଳେ ମୃତ୍ୟୁ ସଂଖ୍ୟା ବି ଏଠି ଶୀର୍ଷ ଛୁଇଁଲାଣି । ଫଳରେ ଏ ପରିସ୍ଥିତିରେ ଯଦି ଭାରତୀୟଙ୍କ ଯାତ୍ରା ଉପରେ ରୋକ ଲଗାନଯାଏ ତାହେଲେ ସ୍ଥିତି ଖରାପ ହୋଇଯିବା ଆଶଙ୍କାରେ ଏମିତି ପ୍ରତିବନ୍ଧକ ଲଗାଇଛି ଆମେରିକା । ହ୍ୱାଇଟ ହାଉସ ତରଫରୁ ଏକ ବିବୃତ୍ତିରେ ଏହି ଦର୍ଶାଯାଇଛି ।ହ୍ୱାଇଟ ହାଉସ ମୁଖପାତ୍ର ଜେନ୍ ପାସାକି କହିଛନ୍ତି ରୋଗ ନିୟନ୍ତ୍ରଣ ଓ ନିରାକରଣ ପାଇଁ ବହୁ ଚିନ୍ତା କରିବା ପରେ ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.