Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଓଡ଼ିଶା ଟ୍ରାଭେଲ୍ ବଜାର ୨୦୧୯ ଉଦଘାଟିତ, ରାଜ୍ୟରେ ପର୍ଯ୍ୟଟକଙ୍କ ସଂଖ୍ୟା ୯ ପ୍ରତିଶତ ବଢିଛି

14/10/2019 at 10:54 PM

ଭୁବନେଶ୍ୱର: ହୋଟେଲ୍ ମେଫେୟାର କନଭେନସନ୍‌ରେ ଆଜି ଠାରୁ ଆରମ୍ଭ ହୋଇଥିବା ଓଡ଼ିଶା ଟ୍ରାଭେଲ୍ ବଜାରର ତୃତୀୟ ସଂସ୍କରଣକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଅକ୍ଟୋବର ୧୪-୨୦ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ଏହି ସାତ ଦିନିଆ କାର୍ଯ୍ୟକ୍ରମକୁ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଓ ଫିକି ପକ୍ଷରୁ ମିଳିତ ଭାବେ ଆୟୋଜନ କରାଯାଉଛି। ପର୍ଯ୍ୟଟନ ଓ ଆତିଥେୟତା କ୍ଷେତ୍ରର ଅଂଶୀଦାରଙ୍କ ପାଖରେ ପହଂଚିବା ଲାଗି ପର୍ଯ୍ୟଟନ ବିଭାଗ ତରଫରୁ ଆୟୋଜନ କରାଯାଇଥିବା ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଯଥା ଆଇଟିବି ବର୍ଲିନ, ଡବ୍ଲୁଟିଏମ ଲଣ୍ଡନ, ଜିଆଇଟିବି ଜୟପୁର ଭଳି ଅନେକ ଜାତୀୟ ଏବଂ ଆନ୍ତର୍ଜାତିକ କାର୍ଯ୍ୟକ୍ରମ ପର୍ବ ଓଡ଼ିଶା ଟ୍ରାଭେଲ୍ ବଜାର ସହ ପରିସମାପ୍ତି ହେବ।
ଓଡ଼ିଶା ଟ୍ରାଭେଲ୍ ବଜାରକୁ ଉଦ୍ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି , ବିଶ୍ୱରେ ଭ୍ରମଣ ଏବଂ ପର୍ଯ୍ୟଟନ ସବୁଠାରୁ ଦୃତ ଅଭିବୃଦ୍ଧିଶୀଳ ବିଭାଗ ରୂପେ ପରିଗଣିତ ହୋଇପାରିଛି ଏବଂ ଗତ କିଛି ଦଶନ୍ଧିଧରି ଏହା ଆନ୍ତର୍ଜାତୀକ ପର୍ଯ୍ୟଟନକୁ ମଧ୍ୟ ସଂପ୍ରସାରିତ ହୋଇପାରିଛି। ଭାରତରେ ଉଭୟ ଘରୋଇ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ଓଡ଼ିଶା ଏକ ସ୍ୱତନ୍ତ୍ର ଭୂମିକା ଗ୍ରହଣ କରିପାରିଛି। ମୋଟାମୋଟି କହିବାକୁଗଲେ ଗତ ୧୫ ବର୍ଷଧରି ଓଡ଼ିଶା ବିଶ୍ୱର ପ୍ରମୁଖ ୩ଟି ନିବେଶ ଗନ୍ତବ୍ୟସ୍ଥଳ ମଧ୍ୟରୁ ଗୋଟିଏ ରହିଆସିଛି। ଯାହାକି ନୂତନ କର୍ମନିଯୁକ୍ତି ସୃଷ୍ଟି କରିବା ସହ ରାଜ୍ୟର ଅଭିବୃଦ୍ଧିଶୀଳ ଅର୍ଥନିତୀରେ ଏହାର ଏକ ଗୁରୁତ୍ୱପୁର୍ଣ୍ଣ ଭୂମିକା ରହିଆସିଛି। ରାଜ୍ୟରେ ପର୍ଯ୍ୟଟକଙ୍କ ଆଗମନ ୯% ବଢିଛି । ଯାହାକି ବିଶ୍ୱସ୍ତରୀୟ ଅଭିବୃଦ୍ଧି ହାରୁ ୪% ଅଧିକ। ଓଡ଼ିଶା ପର୍ଯ୍ୟଟନ ବିଭାଗ ଜଙ୍ଗଲ ବିଭାଗ ସହିତ ମିଳିତହୋଇ ପର୍ଯ୍ୟଟନ ଅନୁକୂଳ ପରିବେଶ ଯୋଗାଇଦେବା ସହିତ ରାଜ୍ୟର ସମୂଦାୟ ୩୭% ଜଙ୍ଗଲ ଦ୍ୱାରା ପରିବେଷ୍ଠିତ ହୋଇପାରିଛିବୋଲି ମୁଁ ଅତ୍ୟନ୍ତ ଖୁସି। ଓଡ଼ିଶାର ବିଶ୍ୱପ୍ରଶିଦ୍ଧ କଳା, ମନ୍ଦିର କାରୁକାର୍ଯ୍ୟ ଏବଂ ସମୃଦ୍ଧ ସାଂସ୍କୃତିକ ପରମ୍ପରା ଏହାର ପର୍ଯ୍ୟଟନକୁ ବିକାଶ କରିବାରେ ସହାୟକ ହୋଇପାରିଛି। ରାଜ୍ୟ ଦ୍ୱାରା ପରିଚାଳିତ କେତେକ ପ୍ରମୁଖ ଖେଳ କାର୍ଯ୍ୟକ୍ରମ ପର୍ଯ୍ୟଟକଙ୍କ ଆଗମନକୁ ପ୍ରୋତ୍ସାହିତ କରିଥିବାବେଳେ ଖେଳ ପର୍ଯ୍ୟଟନ ବହୁଳ ମାତ୍ରାରେ ବିକଶିତ ହୋଇପାରିଛି। ସର୍ବୋକୃଷ୍ଟ ଖେଳ ପ୍ରୋତ୍ସାହନ ପାଇଁ ହିନ୍ଦୁ ଗ୍ରୁପ୍ ତଥା ଯୁବ ଏବଂ କ୍ରୀଡ଼ା ବ୍ୟାପାର ମନ୍ଦ୍ରଣାଳୟ (ଏମୱାଇଏଏସ୍) ଏବଂ ସିଆଇଆଇ ଦ୍ୱାରା ଓଡ଼ିଶା ଏକ ଉକ୍ତୃଷ୍ଟ ରାଜ୍ୟ ରୂପେ ପରିଗଣିତ ହୋଇପାରିଛି। ରାଜ୍ୟ ସରକାରଙ୍କ ତରଫରୁ ମଧ୍ୟ ଆନ୍ତର୍ଜାତୀକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଭୁବନେଶ୍ୱରକୁ ଆନ୍ତର୍ଜାତୀକ ବିମାନ ବନ୍ଦର ସୁବିଧା ପ୍ରଦାନ କରାଯାଇଥିବା ସହିତ ନିକଟରେ ଝାରସୁଗୁଡ଼ାରେ ଏକ ବ୍ୟବସାୟିକ ବିମାନ ବନ୍ଦର ପ୍ରତିଷ୍ଠା କରାଯାଇଛି।”

   Related Posts