Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||
  • ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
  • ||
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||

ପାଠକଙ୍କ ବିରୋଧରେ ଏତଲା ଦେଲା ଟ୍ରାଭେଲ୍ ଏଜେନ୍ସି ସ୍କାଏ କିଙ୍ଗ୍‌: ୬୫ ଲକ୍ଷ ଟଙ୍କା ବାକି ରଖିଛି ଆକାଶ ପାଠକ, ପୁଣି ହତ୍ୟା ଧମକ

1/12/2020 at 10:15 PM

ଭୁବନେଶ୍ବର୧/୧୨: ବାପା ଆଇଏଫଏସ୍‌ ଅଭୟକାନ୍ତ ପାଠକ ଏବଂ ପୁଅ ଆକାଶ ପାଠକ ବର୍ତ୍ତମାନ ଜେଲର ଚାରିକାନ୍ଥରେ ଦିନ କାଟୁଛନ୍ତି। ଏହି ପାଠକଙ୍କ ନାଁରେ ଏତଲା ଦେଲା ସ୍କାଏ କିଙ୍ଗ।   ଚାଟର୍ଡ ଫ୍ଲାଇଟ୍‌ରେ ଯା, ଆସ କରି ଟ୍ରାଭେଲ୍ସ ସଂସ୍ଥାକୁ ୬୫ ଲକ୍ଷ ଟଙ୍କା ଠକିଛନ୍ତି। ପୁଣି ସେମାନଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି। ବାପ-ପୁଅ ଜେଲ୍‌ରେ ଥିବାରୁ ସିଧାସଳଖ ପଚରା ଉଚରା ସମ୍ଭବ ହୋଇ ନାହିଁ। ଏଣୁ ତାଙ୍କୁ ରିମାଣ୍ଡରେ ଆଣିବାକୁ କମିସନରେଟ୍‌ ପୁଲିସ ଯୋଜନା କରୁଥିବା ଜଣାପଡ଼ିଛି।

ଆକାଶ ନିଜକୁ ଟାଟା ମୋଟର୍ସ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଭାବରେ ପରିଚୟ ଦେଇ ଇ-ମେଲ୍ ଏବଂ ଅନ୍ୟାନ୍ୟ ଜାଲ୍ ଡକ୍ୟୁମେଣ୍ଟ୍ ପଠାଇ ଚାର୍ଟାର୍ଡ ଫ୍ଲାଇଟ୍ ହୋଟେଲ ବୁକ୍ କରିଥିଲେ। ଜୁନ୍ ଠାରୁ ଚଳିତ ମାସ ପର୍ଯ୍ୟନ୍ତ ୨ କୋଟି ୭୮ ଲକ୍ଷ ୩୯ ହଜାର ୮୭ ଟଙ୍କାର ବୁକିଂ କରିଥିଲେ। ଏହି ବୁକିଂ ବାବଦରେ ସେ ୨ କୋଟି ୧୩ ଲକ୍ଷ ୨୨ ହଜାର ୮ଶହ ୫୪ ଟଙ୍କା ଦେଇଥିଲେ। ଅବଶିଷ୍ଟ ଦେୟ ୬୫ ଲକ୍ଷ ୧୬ ହଜାର ୨୩୩ ଟଙ୍କା ଦେଇ ନଥିଲେ।

   Related Posts