ପାକିସ୍ତାନ ନଯିବାକୁ ନିଜ ନାଗରିକଙ୍କୁ ସତର୍କ କଲା ଆମେରିକା, ଆତଙ୍କବାଦ ପାଇଁ ଆଡଭାଇଜରି ଜାରି

Published By : Prameya-News7 Bureau | February 06, 2020 IST

ଓ୍ବାଶିଂଟନ୍ ୬।୨: ଅନ୍ୟ ଦେଶକୁ ଯାତ୍ରା କରିବାକୁ ଆମେରିକୀୟ ନାଗରିକଙ୍କୁ ଅପିଲ । ଆମେରିକା ତାର ନାଗରିକମାନଙ୍କୁ ଅପିଲ କରିଛି ଯେ, ସେମାନେ ତାଙ୍କ ପାକିସ୍ତାନ ଯାତ୍ରା ବିଷୟରେ ପୁର୍ନବିଚାର କରନ୍ତୁ । ବୈଦେଶିକ ମନ୍ତ୍ରଣାଳୟ ପୂର୍ବ ସପ୍ତାହର ଶୁକ୍ରବାର ଦିନ ଏକ ଟ୍ରାଭେଲ ଆଡଭାଇଜରୀ ମଧ୍ୟ ଜାରି କରିଥିଲା । ଏଥିରେ କୁହାଯାଇଥିଲା ଯେ, ପାକିସ୍ତାନ ଯାଉଥିବା ଆମେରିକୀୟ ନାଗରିକମାନେ ପୁର୍ନବାର ଚିନ୍ତା କରନ୍ତୁ । କାରଣ ସରକାର ସେଠାରେ ବ୍ୟାପିଥିବା ଆତଙ୍କରାଜ ଏବଂ ଭୟଙ୍କର ସ୍ଥିତିରେ ଜରୁରିକାଳୀନ ସେବା ପ୍ରଦାନ କରିପାରିବେନାହିଁ । ବେଲୁଚିସ୍ତାନ ଏବଂ ଖୈବରପଖତୁନଖଓ୍ବା ବ୍ୟତୀତ ଏଲଓସି ଯିବା ଉପରେ ମଧ୍ୟ ଆମେରିକା ଆଲର୍ଟ ଜାରି କରିଛି । କୁହାଯାଏ ଯେ, ପାକିସ୍ତାନର ଅଧିକାଂଶ ଆତଙ୍କବାଦୀ ସଂଗଠନ ଏହି ସ୍ଥାନରୁ ହିଁ ପରିଚାଳିତ ହୋଇଥାନ୍ତି ।

{"id":220918,"sizeSlug":"large"}

ଆଡଭାଇଜରୀରେ ଆହୁରି କୁହାଯାଇଛି ଯେ, ପାକିସ୍ତାନରେ କିଛି କିଛି ସ୍ଥାନରେ ବଡ ବିପଦ ରହିଛି । ବେଲୁଚିସ୍ତାନ ଏବଂ ଖୈବରପଖତୁନଖଓ୍ବା ଅଞ୍ଚଳରେ ଆତଙ୍କବାଦ ଏବଂ ଅପହରଣ ଘଟଣା ଯୋଗୁଁ ଏହି ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ । ଖାସକରି ଭାରତ-ପାକିସ୍ତାନ ବର୍ଡର ଯେଉଁ ସ୍ଥାନରେ ଆତଙ୍କବାଦୀ ସଂଗଠନ ରହିଛି ସେହି ସ୍ଥାନକୁ ଯିବାପାଇଁ ବାରଣ କରାଯାଉଛି । ବୈଦେଶିକ ମନ୍ତ୍ରଣାଳୟ ଆତଙ୍କବାଦୀ ଆକ୍ରମଣରେ ହେଉଥିବା ଶତାଧିକ ଲୋକଙ୍କ ମୃତ୍ୟୁକୁ ଉଦାହରଣ ଦେଇ କହିଛି ଯେ, ସାରା ପାକିସ୍ତାନରେ ଏଭଳି ଆକ୍ରମଣ ଘଟଣା ଜାରି ରହିଛି ।

{"id":220919,"sizeSlug":"large"}

ଆମେରିକା ଅନ୍ୟଦେଶକୁ ଯାତ୍ରା କରୁଥିବା ନାଗରିକମାନଙ୍କ ପାଇଁ ୪ଟି ସ୍ତରରେ ଓ୍ବାର୍ଣ୍ଣିଂ ଜାରି କରିଛି । ପ୍ରଥମ ସ୍ତରର ଓ୍ବାର୍ଣ୍ଣିଂରେ ସାମାନ୍ୟ ସତର୍କ ରହିବା ପାଇଁ କୁହାଯାଉଛି । ସେହିଭଳି ଦ୍ବିତୀୟ ସ୍ତରର ଓ୍ବାର୍ଣ୍ଣିଂରେ ଅତିରିକ୍ତ ଭାବେ ସତର୍କ ରହିବାକୁ କୁହାଯାଉଛି । ତୃତୀୟ ସ୍ତରର ଓ୍ବାର୍ଣ୍ଣିଂରେ ଯାତ୍ରୀମାନଙ୍କୁ ଯାତ୍ରା ଉପରେ ପୁର୍ନବାର ଚିନ୍ତା କରିବାକୁ କୁହାଯାଉଛି । ଚତୁର୍ଥ ସ୍ତରର ଓ୍ବାର୍ଣ୍ଣିଂରେ ନାଗରିକମାନଙ୍କୁ ସମ୍ବେଦନଶୀଳ ସ୍ଥାନକୁ ଯାତ୍ରା ନକରିବାକୁ ଚେତାବନୀ ଦିଆଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.