ଆନ୍ଧ୍ର ଓଡିଶା ଉପକୂଳ ସ୍ଥଳ ଭାଗରେ ଟ୍ରାପ୍ ଲାଇନ୍ ; ପବନର ବେଗ ୪୦-୪୫ କିଲୋମିଟର ରହିବ

Published By : Prameya-News7 Bureau | October 30, 2018 IST

ଭୁବନେଶ୍ବର ୩୦|୧୦:  ଆନ୍ଧ୍ର ଓଡିଶା ଉପକୂଳରେ ଏବେ ସ୍ଥଳ ଭାଗରେ ଏକ ଟ୍ରପ୍ ଲାଇନ୍ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷାର ପ୍ରଭାବ ରହିବ । ଏହି ସମୟରେ ପବନର ବେଗ ୪୦-୪୫ କିଲୋମିଟର ରହିବ । ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡିଶାରେ କାଁ ଭାଁ ବର୍ଷା ସମ୍ଭାବନା ରହିଛି । ଏହି ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଯେହେତୁ ଭୁବନେଶ୍ବର ଏହାର ଆଖପାଖରେ ମେଘୁଆ ଆକାଶ ରହୁଛି ସେଥିପାଇଁ ତାପମାତ୍ରାରେ ପରିବର୍ତ୍ତନ ରହୁଛି । ଆଉ ୪-୫ ଦିନ ପରେ ସାରା ରାଜ୍ୟରେ ଥଣ୍ଡା ଅନୁଭୂତ ହେବ । ଲଘୁଚାପ ଭୟ ଟଳିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌.ଆର୍‌ ବିଶ୍ବାସ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.