Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା ଚାରି ଚକିଆ, ରକ୍ଷା ପାଇଗଲେ ଡ୍ରାଇଭର

24/10/2021 at 6:12 PM

ଭଦ୍ରକ, ୨୪।୧୦: ରାସ୍ତା ମଝିରେ ହୁତୁ ହୁତୁ ହୋଇ ଜଳିଗଲା ମାଲବାହୀ ଅଟୋ । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା  ଧାମନଗର ଥାନା ଅଞ୍ଚଳରେ ।  ଭଦ୍ରକରୁ ଧାମନଗରକୁ ସଂଯୋଗ କରୁଥିବା ରାସ୍ତାର ଚୁଡାକୁଟି ନିକଟରେ ମାଲବାହୀ ଅଟୋରେ ହଠାତ୍‌ ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡରୁ ଅଳ୍ପକେ ଡ୍ରାଇଭର ରକ୍ଷା ପାଇଯାଇଛନ୍ତି ।

ସୂଚନା ଅନୁଯାୟୀ ମାଲବାହୀ ଅଟୋଟି ତେଲ ନେଇ ଧାମନଗର ଅଭିମୁଖେ ଯାଉଥିବା ବେଳେ ଅଗ୍ନି କାଣ୍ଡ ଘଟିଥିଲା । ସ୍ଥାନୀୟ ଲୋକ ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଧାମନଗର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ କେଉଁ କାରଣରୁ ଗାଡ଼ିରେ ଅଗ୍ନିକାଣ୍ଡ ଘଟିଲା ତାହା ଅସ୍ପଷ୍ଟ ରହିଛି ।

   Related Posts